ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖଡ଼ିଆଳରେ ୨ କୋଟି ୫୭ ଲକ୍ଷ ଟଙ୍କାର ବିକାଶ ପ୍ରକଳ୍ପ ଉଦଘାଟିତ

ଖଡ଼ିଆଳରେ ୨ କୋଟି ୫୭ ଲକ୍ଷ ଟଙ୍କାର ବିକାଶ ପ୍ରକଳ୍ପ ଉଦଘାଟିତ

ବହୁମୁଖୀ ମଣ୍ଡପ ଓ ମିଶନ ଶକ୍ତି ଗୃହ ଲୋକାର୍ପିତ

ଖଡ଼ିଆଳ,୧୭/୦୬(ସୁଜିତ କୁମାର ପ୍ରଧାନ ):ଖଡ଼ିଆଳ ସହର ହାଟପଦ ଠାରେ ମଙ୍ଗଳବାର ଦିନ ୨ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ବହୁମୁଖୀ ମଣ୍ଡପ ଏବଂ ୭ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ମିଶନ ଶକ୍ତି ଗୃହର ଶୁଭ ଉଦଘାଟନ କରାଯାଇଛି।ଉଦଘାଟନୀ ସଭାରେ ଖଡ଼ିଆଳ ଏନଏସିର ଅଧ୍ୟକ୍ଷ ଉଜ୍ଜଳ ଗୁପ୍ତା ଅଧ୍ୟକ୍ଷତା କରିଥିଲେ। କଳାହାଣ୍ଡି ସାଂସଦ ମାଳବିକା ସିଂ ଦେଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରକଳ୍ପକୁ ଉଦଘାଟନ କରିଥିଲେ। ଏହି ଅବସରେ ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ବିଶିଷ୍ଟ ଅତିଥି ଭାବେ ଉପସ୍ଥିତ ଥିଲେ। ସମ୍ମାନିତ ଅତିଥି ଭାବେ ପୂର୍ବତନ କଳାହାଣ୍ଡି ସାଂସଦ ଅର୍କ କେଶରୀ ସିଂ ଦେଓ, ଏନଏସି ଉପନଗର ପାଳ ଶକୁନ୍ତଳା ରାଉତ, ଗ୍ରାମ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ବର୍ଷାରାଣୀ ପାଗଡ ଏବଂ ଖଡ଼ିଆଳ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ସ୍ୱାଧୀନ କେତନ ମହାରଣା ମଞ୍ଚାସୀନ ଥିଲେ। କାର୍ଯ୍ୟକ୍ରମରେ ଏନଏସିର କାର୍ଯ୍ୟ ନିର୍ବାହୀ ଅଧିକାରୀ ସଂପାଦକୀୟ ବିବରଣୀ ପାଠ କରିଥିବା ବେଳେ ମଞ୍ଚ ପରିଚାଲନା କରିଥିଲେ କାଉନସିଲର ସୁନିଲ କୁମାର ସାହୁ। ସଭାରେ ସମସ୍ତ କାଉନସିଲର, ଏନଏସି କର୍ମଚାରୀ ଓ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଉପସ୍ଥିତ ଥିଲେ। ଶେଷରେ କାଉନସିଲର ସୁବେର କୁମାର ସିଂ ଦେଓ ଧନ୍ୟବାଦ ଅର୍ପଣ କରିଥିଲେ। ନୂତନ ବହୁମୁଖୀ ମଣ୍ଡପ ଓ ମିଶନ ଶକ୍ତି ଗୃହ ସହର ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକଳାପ ସହ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର କାର୍ଯ୍ୟକ୍ରମକୁ ଗତି ଦେବ ବୋଲି ଅତିଥିମାନେ ମତ ପ୍ରକାଶ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ସୁରକ୍ଷା ଦାୟିତ୍ୱରେ ଖଡ଼ିଆଳ ଏସଡିପିଓ ଉପେନ୍ଦ୍ର କୁମାର ପ୍ରଧାନ, ଆଇଆଇସି ସୁମନ୍ତ କୁମାର ନାଏକ ସମେତ ଅନ୍ୟାନ୍ୟ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ।

Related posts

ଜଗନ୍ନାଥ ମନ୍ଦିରରେ ଗାୟତ୍ରୀ ଯଜ୍ଞ ଓ ଗୀତାପାଠ

ବିଦ୍ୟାଳୟ ପାଚେରି ନିର୍ମାଣ କାର୍ଯ୍ୟ ରେ ଶିଶୁ ଶ୍ରମିକ,ସବୁ ଦେଖି ଅଧିକାରୀ ଙ୍କ ପାଟି ଚୁପ୍       

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ରେ ପ୍ରଧାନ ଶିକ୍ଷକ ଙ୍କ ମୃତ୍ୟୁ ଜଣେ ଶିକ୍ଷୟତ୍ରୀ ଗୁରୁତର

Sunil Chandra Nayak

Leave a Comment

error: Content is protected !!