ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଦୂତ ଆର୍ଥିଙ୍ଗ ରେ ଗାଇ ବାଛୁରୀ ମୃତ୍ୟୁ

ବିଦୂତ ଆର୍ଥିଙ୍ଗ ରେ ଗାଇ ବାଛୁରୀ ମୃତ୍ୟୁ 

ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ଭୁଲିଆସିକୁଆଁ ପଚାଂୟତ ର ନୂଆପଡା ଗାଁ ରେ ବିଦ୍ୟୁତ ଟ୍ରାନ୍ସଫରମର ଆର୍ଥିଙ୍ଗ କରେଣ୍ଟ ରେ ଆସି ଗାଇ ଓ ବାଛୁରି ଙ୍କ ମ଼ତ୍ୟୁ ଘଟିଛି।ପ୍ରାୟ ଛଅ ଶହ ଜନବସତି ନୂଆପଡା ଗାଁ ର ମଝିରେ ବିଦ୍ୟୁତ ବିଭାଗ ୨୫ କେଭି ର ଟ୍ରାନ୍ସଫରମର ସଂଯୋଗ କରିଛି।ଏହି ଟ୍ରାନ୍ସଫରମର ଚାରିଆଡେ ପାଚେରି କିମ୍ବା ତାରବାଡା ଦେଇନଥିବା ବେଳେ ମୁକୁଲା ଭାବରେ ପଡି ରହିଛି।ଟ୍ରାନ୍ସଫରମର କୁ ଅନ୍ୟତ୍ର କରିବା ପାଇଁ ବାରମ୍ବାର ନୂଆପଡା ଗ୍ରାମବାସୀ ବିଦ୍ୟୁତ ବିଭାଗ ଅଧିକାରୀ ମାନଙ୍କୁ ଜଣାଇ ଆସୁଥିଲେ ହେଁ କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି।ଆଜି ସକାଲୁ ବର୍ଷା ହୋଇଥିଲା ଓ ଟ୍ରାନ୍ସଫରମର ଆର୍ଥିଙ୍ଗ କରେଣ୍ଟ ରେ ଆସି ଗାଇ ଓ ବାଛୁରି ଙ୍କ ମ଼ତ୍ୟୁ ଘଟି ଅଛି ବୋଲି ଗାଇଁ ମାଲିକ ଅରୁଣ ସୁନା ଅଭିଯୋଗ କରିଛନ୍ତି।ଗାଇ ବାଛୁରି ର କ୍ଷତିପୁରଣ ଯୋଗାଇ ଦେବା ସହ ଟ୍ରାନ୍ସଫରମର କୁ ଅନ୍ୟତ୍ର କରି ତାରବାଡା ରେ ରଖାଯାଉହେଲି ଗ୍ରାମବାସୀ ମାନେ ଦାବୀ କରିଛନ୍ତି |

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଶିକ୍ଷକ ବଦନ ସୁନ୍ଦର ମେହେରଙ୍କୁ ଭବ୍ଯ ବିଦାୟ ସମ୍ବର୍ଦ୍ଧନା

ରାଇରଙ୍ଗପୁର ଉଚ୍ଚ ବାଳକ ଵିଦ୍ଯାଳୟ ପରିସରରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

Sunil Chandra Nayak

ଲୋକନାଥପୁର ପୂର୍ତ୍ତ ବିଭାଗ ରାସ୍ତାର ଭିତ୍ତି ପ୍ରସ୍ତର 

masiha

Leave a Comment

error: Content is protected !!