ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ଼ ସମ୍ବାଦ ସାହିତ୍ୟ ଘରର ବୈଠକ ଓ କବିତା ପାଠ କାର୍ଯ୍ୟକ୍ରମ 

ଜୁନାଗଡ଼ ସମ୍ବାଦ ସାହିତ୍ୟ ଘରର ବୈଠକ ଓ କବିତା ପାଠ କାର୍ଯ୍ୟକ୍ରମ 

ଜୁନାଗଡ଼ ୨୯/୬ ( ମ ନି ସ) ଜୁନାଗଡ଼ ବ୍ଲକ ସ୍ଥିତ ଜୁନାଗଡ଼ ହାଇ ସ୍କୁଲ ସଭା ଗୃହରେ ଜୁନାଗଡ଼ ସମ୍ବାଦ ସାହିତ୍ୟ ଘରର ବୈଠକ ଅନୁଷ୍ଠିତ ହୋଇଯାଇଛି ।ଜୁନାଗଡ଼ ବ୍ଲକ ପ୍ରତିନିଧି ସୁନ୍ଦର ମୋହନ ଛ ତ୍ରିଆଙ୍କ ତତ୍ୱାବ ଧାନରେ ବିଶିଷ୍ଟସାହିତ୍ୟକ ଅଜୟ କୁମାର ଦାସ ଙ୍କ ସହଯୋଗରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଦୀର୍ଘ ବର୍ଷ ହେଲା ଜୁନାଗଡ଼ ସମ୍ବାଦ ସାହିତ୍ୟ ଘର ଅଚଳ ଅବସ୍ଥାରେ ପଡି ରହିଥିଲା ।ଆଜି ତାହା ପୁନର୍ବାର ଚାଲୁ କରିବା ପାଇଁ ଏକ ବୈଠକ ଏବଂ କବିତା ପାଠ ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।ଏଥିରେ ସାହିତ୍ୟକ ଅଜୟ କୁମାର ଦାସ , ସୁଧୀର କୁମାର ମେହେର ,କୈଳାସ ରାଉତ ,ଦାମୋଦର ବେହେରା ,ପ୍ରିୟବ୍ରତ ବାଣୁଆ , ଉଦ୍ଧବ ସାହୁ ପ୍ରମୁଖ ମଞ୍ଚ।ସିନ ଥିଲେ ।ଆରମ୍ଭରେ ସରସ୍ୱତୀ ଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଏବଂ ଦୀପ ପ୍ରଜ୍ବଳନ କରାଯାଇଥିଲା ।ଏଥିରେ କବିୟତ୍ରୀ ଲିନା ରାଣୀ ସାହୁ ପ୍ରାରଂଭିକ ସଙ୍ଗୀତ ଗାନ କରିଥିଲେ ।କାର୍ଯ୍ୟକ୍ରମ ରେ ପଲ୍ଲବୀ ଦାସ ଏବଂ ଭାଗିରଥି ସାଗର ସଂଯୋଜନା କରିଥିଲେ ।ଏହି କାର୍ଯ୍ୟକ୍ରମ ରେ ପ୍ରାୟ ୪୧ ଜଣ କବି ଏବଂ କବିୟତ୍ରୀ ଉପସ୍ଥିତ ରହି କବିତା ପାଠ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଜୁନାଗଡ଼ ସମ୍ବାଦ ସାହିତ୍ୟ ଘରର ନୂତନ କର୍ମ କର୍ତ୍ତା ଚୟନ କରିବା ପାଇଁ ବୈଠକରେ ଆଲୋଚନା ହୋଇଥିଲା ।ଏଥିରେ ସମସ୍ତ ସାହିତ୍ୟ ସଂସଦର ସଭ୍ୟ ମାନେ ପରବର୍ତ୍ତୀ ବୈଠକରେ ନୂତନ କର୍ମ କର୍ତ୍ତା ଚୟନ କରିବା ପାଇଁ ସର୍ବ ସମ୍ମତି କ୍ରମେ ପ୍ରସ୍ତାବ ଆଗତ କରଯାଇଥିଲା ।କାର୍ଯ୍ୟକ୍ରମ ଶେଷରେ ଯୁବ କବି ପ୍ରମୋଦ ଛ ତ୍ରିଆ ଧନ୍ୟବାଦ ଅର୍ପଣ କରିଥିଲେ ।

ସୁନ୍ଦର ମୋହନ ଛତ୍ରିଆ ଙ୍କ ରିପୋର୍ଟ୍

Related posts

ସରାଗୁଡା ବିଦ୍ୟାଳୟର ଶିକ୍ଷକ ବଦଳିକୁ ନେଇ କାନ୍ଦିଲେ ଛାତ୍ରୀ ଛାତ୍ର 

masiha

ସାନଭି ଗ୍ରୁପର ଅଧ୍ୟୟନ ଆବାସିକ ଉଚ୍ଚମାଧ୍ୟମିକ ବିଦ୍ୟାଳୟ,ଢେଙ୍କାନାଳର ୨ୟ ରାଜ୍ଯସ୍ତରୀୟ ବାର୍ଷିକ ଉତ୍ସବ ସ୍ପର୍ଶ ୨୦୨୩-୨୪ ଅନୁଷ୍ଠିତ

masiha

ଆଜି ବନ୍ଧୁଗାଁର ଅନେକ ସ୍ଥାନରେ ଯୋଗ ଦିବସ ପାଳନ

Sunil Chandra Nayak

Leave a Comment

error: Content is protected !!