ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୋଟର ସାଇକେଲ ଦୁର୍ଘଟଣା ୧ ମୃତ

ଡାବୁଗାଁ, ୧୪/୧ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ର ନନ୍ଦପୁରା ପଞ୍ଚାୟତ ଅଧୀନ ହୁଣ୍ଡାରଗୁଡା ଗ୍ରାମ ଛକ ନିକଟରେ ଶୁକ୍ରବାର ବିଳମ୍ବିତ ରାତ୍ରିରେ ଏକ ମୋଟର ସାଇକେଲ ଦୁର୍ଘଟଣା ଘଟି ୧ ମୃତ | ସୂଚନାଯୋଗ୍ୟ:- ଡାବୁଗାଁ ବ୍ଲକ ର ମେଦନା ପଞ୍ଚାୟତ ଅଧୀନ ଚାଟିଗୁଡା ଗ୍ରାମର ପରମାନନ୍ଦ ଭତ୍ରା (୩୮) ନନ୍ଦପୁରା ପଞ୍ଚାୟତ ଅଧୀନ ମେଞ୍ଜର ଗ୍ରାମରେ ଥିବା ନିଜ ସମ୍ପର୍କୀୟ ଘରକୁ କୌଣସି କାର୍ଯ୍ୟରେ ଯାଇଥିଲା | ସେଠାରୁ ବିଳମ୍ବିତ ରାତ୍ରିରେ ସେହି କାର୍ଯ୍ୟକ୍ରମ ରେ ଥିବା ଏକ ବ୍ୟକ୍ତି ଙ୍କୁ ପରମାନନ୍ଦ ଭତ୍ରା ଓ ତାଙ୍କ ସାଥି ମନୋରଞ୍ଜନ ଭତ୍ରା ଏକ ମୋଟର ସାଇକଲ ନଂ ସିଜି ୨୩ଏଚ ୯୦୬୮ ଯୋଗେ ଘୋଡାଖୁଣ୍ଟା ଛାଡିବାପାଇଁ ଯାଇଥିଲେ | ବ୍ୟକ୍ତି ଙ୍କୁ ଛାଡି ଫେରିବା ସମୟରେ ହୁଣ୍ଡାରଗୁଡା ଛକ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡକୁ ଛିଟିକି ପଡିଥିଲେ | ଫଳରେ ଘଟଣାସ୍ଥଳରେ ପରମାନନ୍ଦ ଭତ୍ରାଙ୍କ ମୃତ୍ୟୁ ଘଟିଥିଲା | ସାଥିରେ ଥିବା ମନୋରଞ୍ଜନ ଭତ୍ରା ଘଟଣା ସ୍ଥଳରୁ କେଉଁ ଆଡେ ଚାଲିଯାଇଥିଲେ | ଶନିବାର ସକାଳୁ ଗ୍ରାମର ଲୋକେ ରାସ୍ତା କଡରେ ମୋଟରସାଇକେଲ ସହ ଜଣେ ଲୋକ ପଡିଥିବା ଦେଖି ଥାନାକୁ ଖବର ଦେଇଥିଲେ | ଖବରପାଇ ସିଂସାରି ଫାଣ୍ଡି ଅଧିକାରୀ ଗୋପାଳକୃଷ୍ଣ ହାଲୱା ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଥିଲେ | ପରେ ପରିବାର ବର୍ଗଙ୍କୁ ଖବର ଦେଇଥିଲେ | ପରେ ଶବ ବ୍ୟବଚ୍ଛେଦ ପାଇଁ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ | ଏନେଇ ମୃତକର ପିତା ପଦଲାମ ଭତ୍ରା ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକ କୁ ହସ୍ତାନ୍ତର କରାଯାଇଛି | ଏନେଇ ଥାନା କେସ ନଂ ୬/୨୩ ରେ ଏକ ମାମଲା ରୁଜୁ କରାଯାଇଛି |

ଡାବୁଗାଁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଅଗ୍ନି ବିପନ୍ନ ପରିବାରଙ୍କୁ ସହାୟତା ଯୋଗେଇ ଦେଲେ ଚାନ୍ଦବାଲି ବିକାଶ ପରିଷଦ

Sunil Chandra Nayak

ପଞ୍ଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣୀ, ଖରିଡ଼ା ପଞ୍ଚାୟତରେ ବସିଲା ଶିବିର 

Sunil Chandra Nayak

ଉତ୍କଳମଣି ଗୋପବନ୍ଧୁ ୱେଲଫେୟାର ଟ୍ରଷ୍ଟ ପକ୍ଷରୁ ଗୋପବନ୍ଧୁ ଜୟନ୍ତୀ ସମାରୋହ 

Sunil Chandra Nayak

Leave a Comment

error: Content is protected !!