ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ୟାସ କବି ଫକୀର ମୋହନ ସେନାପତି ଙ୍କ ଜୟନ୍ତୀ ପାଳିତ

ଫୁଲବାଣୀ / କନ୍ଧମାଳ ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଜିଲ୍ଲା ଲେଖକ ସାମ୍ମୁଖ୍ୟ  ତରଫରୁ ଭାଷା ସାହିତ୍ୟର ପୁରୋଧା, ଓଡ଼ିଆ ସାହିତ୍ୟର  ଜନକ  ବ୍ୟାସ କବି ଫକୀର ମୋହନ ସେନାପତି ଙ୍କ ଜୟନ୍ତୀ  ପାଳନ ହୋଇଯାଇଛି | ସଭାପତି ଶ୍ରୀ ରବୀନ୍ଦ୍ର ନାଥ ମିଶ୍ର ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଏହି ମକର ମିଳନ କାର୍ଯ୍ୟକ୍ରମରେ ବହୁ ସାହିତ୍ୟିକ ଉପସ୍ଥିତ ରହି  ପୂଜ୍ୟାପୂଜା ବ୍ୟସ କବି ଙ୍କ ର ଜୀବନୀ ଉପରେ ଆଲୋକପାତ କରିବା ସହ ସଶ୍ରଦ୍ଧ ଶ୍ରଦ୍ଧାଞ୍ଜଳି  ଜ୍ଞାପନ କରିଥିଲେ | ପରେ କବୟିତ୍ରୀ  ହରପ୍ରିୟା ମିଶ୍ରଙ୍କ ସଂଯୋଜନାରେ  ଉପସ୍ଥିତ କବିମାନେ  ସ୍ୱରଚିତ କବିତା ପାଠ କରିଥିଲେ | ପ୍ରାରମ୍ଭରେ ବନବିହାରୀ ନନ୍ଦ ସ୍ୱାଗତ ଭାଷଣ ଦେଇଥିଲା ବେଳେ ସଂଗଠନ ସମ୍ପାଦକ ପ୍ରସନ୍ନ  ପଣ୍ଡା, କୈଳାଶ ଚନ୍ଦ୍ର ଧଳ ବନ ବିହାରୀ ନନ୍ଦ ପ୍ରଭୃତି  ସହଯୋଗ କରିଥିଲେ | ବୌଦ୍ଧରୁ କିଶୋର ଚନ୍ଦ୍ର ମିଶ୍ର  ପ୍ରଣତି ତ୍ରିପାଠୀ, ଡ଼ଃ ଚିତ୍ତରଞ୍ଜନ ମିଶ୍ର, ପ୍ରଭାତୀ ପାତ୍ର, ସନ୍ତୋଷ ତ୍ରିପାଠୀ, ସୋମନାଥ ସାହୁ, ବାଲିଗୁଡ଼ାରୁ ରବୀନ୍ଦ୍ରନାଥ ରଥ, ସୁଜିତ ପଣ୍ଡା, ଅଶୋକ ଭଟ୍ଟ , ଅଶୋକ କୁମାର ବେହେରା, ଶ୍ୟାମ ସୁନ୍ଦର ପଣ୍ଡା,  ରାଜ କିଶୋର ପାଢ଼ୀ ପ୍ରଶାନ୍ତ କୁମାର ମହାପାତ୍ର, ବୈଜୟନ୍ତୀ ଵାଲା ମହାପାତ୍ର, ନବ କିଶୋର ରଥ, ବିରଞ୍ଚି ସାହୁ, ସୁଜିତ ପ୍ରଧାନ, ସନ୍ତୋଷ କୁମାର ସାହୁ ପ୍ରଭୃତି ଉପସ୍ଥିତ ରହି କବିତା ପାଠ କରିଥିଲେ | 

  ପରେ ପରେ ଅନୁଷ୍ଠାନର ଦ୍ବିବାର୍ଷିକ ନିର୍ବାଚନ ହୋଇଥିଲା | ସାହିତ୍ୟିକ ଓ ସଂଗଠକ   ନବୀନ କିଶୋର ପଣ୍ଡା  ନିର୍ବାଚନ ଅଧିକାରୀ ଭାବେ ଦାୟିତ୍ୱ ତୁଲାଇଥିଲେ |  ସର୍ବ ସମ୍ମତି କ୍ରମେ ସଭାପତି ଭାବେ  ରବୀନ୍ଦ୍ରନାଥ ମିଶ୍ର, ଉପସଭାପତି ଭାବେ  ବିଜୟ କୁମାର ମହାନ୍ତି,  ଅଶୋକ କୁମାର ମିଶ୍ର, ଶ୍ରୀ ବିରଞ୍ଚି ନାରାୟଣ  ମିଶ୍ର, ସମ୍ପାଦକ ଭାବେ  ବନବିହାରୀ ନନ୍ଦ, ସହ ସମ୍ପାଦକ ଭାବେ  କୈଳାଶ ଚନ୍ଦ୍ର ଧଳ ଓ  ଜ୍ୟୋତିର୍ମୟୀ କାହଁର, ସଂଗଠନ ସମ୍ପାଦକ ଭାବେ  ପ୍ରସନ୍ନ କୁମାର ପଣ୍ଡା ଓ ବିରାଜିନୀ ମହାପାତ୍ର  ଏବଂ କୋଷାଧ୍ୟାକ୍ଷ ଭାବେ ଡ଼ଃ ନୃସିଂହାନନ୍ଦ ମହାପାତ୍ର ନିର୍ବାଚିତ ହୋଇଥିଲା ବେଳେ  ଫୁଲବାଣୀରୁ  ହରପ୍ରିୟା ମିଶ୍ର,  ଆରତୀ  ପରିଛା, ଦୁର୍ୟୋଧନ ପ୍ରଧାନ ରାମକୃଷ୍ଣ ବେହେରା, କୁନ୍ଦନ ସିଂ, ସଦାଶିବ ପାତ୍ର  ନିର୍ବାଚିତ ହୋଇଥିଲେ।

କନ୍ଧମାଳ ରୁ ଜୟ ସେନ ପରିଡା ଙ୍କ ରିପୋର୍ଟ 

Related posts

ବ୍ଲକ୍ ସ୍ତରୀୟ ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ ସଚେତନତା

Sunil Chandra Nayak

ପ୍ରାକୃତିକ ସମ୍ପଦ ଓ ଜୀବନ-ଜୀବିକାର ସୁରକ୍ଷା ଦାବୀ କଲା ପୂଜ୍ୟ ପୂଜା ସମିତି

Sunil Chandra Nayak

ବାଲିଗୁଡାରେ ଗ୍ରୀଷ୍ମ ପ୍ରବାହ ବଢୁଛି : ୪୨ ଡିଗ୍ରୀ ପାର କଲା ପାରଦ : ବିଦ୍ୟୁତ ର ଲୁଚକାଳି ଖେଳ ରେ ଜନ ଅସନ୍ତୋଷ

Leave a Comment

error: Content is protected !!