ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଉରକେଲାରେ ୭୯ତମ ସ୍ବାଧୀନତା ଦିବସ ପାଳନ

ରାଉରକେଲାରେ ୭୯ତମ ସ୍ବାଧୀନତା ଦିବସ ପାଳନ 

     ଶିଳ୍ପନଗରୀ ରାଉରକେଲାରେ ବିଭିନ୍ନ ଅନୁଷ୍ଠାନ ତରଫରୁ ୭୯ତମ ସ୍ବାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ସହରର ବିଶିଷ୍ଟ ବ୍ୟକ୍ତିମାନେ ଅତିଥି ଭାବେ ଯୋଗ ଜାତୀୟ ପତାକା ଉତ୍ତୋଳନ ସହ ସ୍ବାଧୀନତା ଦିବସ ପାଳନର ଆଭିମୁଖ୍ୟ, ଲକ୍ଷ୍ୟ ଓ ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିଥିଲେ। ମୁଖ୍ୟତଃ ସମସ୍ତଙ୍କ ମଧ୍ୟରେ ଐକ୍ୟବଦ୍ଧତା, ଭାଇଚାରା ଓ ସୈ।ହାର୍ଦ୍ଦପୂର୍ଣ୍ଣ ବାତାବରଣ ସହ ଦେଶର ପ୍ରଗତିରେ ସମସ୍ତଙ୍କ ସହଯୋଗ ଓ ମାତୃଭୂମି ପ୍ରତି ପ୍ରତିବଦ୍ଧତା ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ସ୍ବାଧୀନତା ପାଇଁ ବଳିଦାନ ଦେଇଥିବା ସଂଗ୍ରାମୀ ଓ ଆମ ସମ୍ମୁଖରେ ଥିବା ଆହ୍ବାନ ସମ୍ପର୍କରେ ଆଲୋଚନା କରିଥିଲେ। ଏହି କ୍ରମରେ ….

ଜର୍ଣ୍ଣାଲିଷ୍ଟସ୍ ଆସୋସିଏସନ୍

ଆସୋସିଏସନର ସଭାପତି ବିରଞ୍ଚିନାରାୟଣ ପଟ୍ଟନାୟକଙ୍କ ଆବାହକତ୍ୱ ଓ ଉପସଭାପତି କୁଞ୍ଜବିହାରୀ ରାଉତ ଙ୍କ ସଂଯୋଜନାରେ ବିଶିଷ୍ଟ ଶ୍ରମିକ ନେତା ତଥା ସମାଜସେବୀ ପ୍ରଶାନ୍ତ କୁମାର ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସଂଗେ ସଂଗେ ସାମ୍ବାଦିକ ମାନେ ସମାଜର ମଙ୍ଗଳ ଉଦ୍ଦେଶ୍ୟରେ କଲମ ଚାଳନା କରିବା ପାଇଁ ଆହ୍ବାନ ଦେଇଥିଲେ। ଅନ୍ୟ ଅତିଥି ଙ୍କ ମଧ୍ୟରେ ଡ଼ଃ ସୁମନ ଦତ୍ତ, ଇଂ କୁମାର ବେହେରା, ନିହାର ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ସାଧାରଣ ସମ୍ପାଦକ ଅରୁଣ ଦାଶ, ମନୋରଞ୍ଜନ ଦାଶ,ଗାନ୍ଦୂର ଓରାମ,ଶୈଳେନ୍ଦ୍ର ସାହୁ, ଅନିଲ ମହାନ୍ତି, ସଂଗ୍ରାମ ଭୂୟାଁ, ସସ୍ମିତା ପ୍ରଧାନ, ରଞ୍ଜିତ ବୋଷ, ପ୍ରମୋଦ ଜଗଦ୍ଦେବ, ନବୀନ ପ୍ରଧାନ, କମଳାକାନ୍ତ ରାଉତ ଶିବଶରଣ ମିଶ୍ର, ବିବେକାନନ୍ଦ ଦାସ, ସରୋଜ ବେହେରା,ରାନୁ ମହାପାତ୍ର,ସୈ।ମ୍ୟରଞ୍ଜନ ରାଉତ, ଦେବହରି ଲେଙ୍କା, ସୁମନ୍ତ ଜେନା, ନରେନ୍ଦ୍ର କଲ୍ଲା, ବସନ୍ତ ପ୍ରମୁଖ ସାମ୍ବାଦିକମାନେ ଉପସ୍ଥିତ ଥିଲେ।

ସଚେତନ ନାଗରିକ ମଞ୍ଚ

ସାମାଜିକ ଅନୁଷ୍ଠାନ ସଚେତନ ନାଗରିକ ମଞ୍ଚ ତରଫରୁ ଛେଣ୍ଡ ସ୍ଥିତ ନିଜସ୍ଵ କାର୍ଯ୍ୟାଳୟ ଠାରେ ସ୍ବାଧୀନତା ଦିବସ ପାଳନ କରାଯାଇଛି। ମଞ୍ଚର ସାଧାରଣ ସମ୍ପାଦକ ପି ପି ରାୟ ଜାତୀୟ ପତାକା ଉତ୍ତୋଳନ କରିବା ସହ ବକ୍ତବ୍ୟ ରଖିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜଗବନ୍ଧୁ ଜେନା, ଜଟାଧାରୀ ମାଝୀ, ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟ, ରଜନୀକାନ୍ତ ସ୍ବାଇଁ, କୁଞ୍ଜବିହାରୀ ରାଉତ, ସ୍ବର୍ଣ୍ଣଲତା ଵଳ, ଅକ୍ଷୟ କୁମାର ଜେନା, ଆନନ୍ଦ ଚନ୍ଦ୍ର ମହାନ୍ତି,ଡା ଗୋପବନ୍ଧୁ ବଳ, ଫକୀରମୋହନ ପାଣି, ଦୀନବନ୍ଧୁ ନାୟକ, ଶ୍ରୀମନ୍ତ ବର୍ମା,ଭବାନୀ କବି,ଡା ବସନ୍ତ କୁମାର ଦାସ, ରମେଶ ଚନ୍ଦ୍ର ସେଠୀ, ରଶ୍ମିତା ଜେନା ପ୍ରମୁଖ ଉପସ୍ଥିତ ଥିଲେ।

ମିଡିଆ କ୍ଲବ

ମିଡ଼ିଆ କ୍ଲବ ପକ୍ଷରୁ ୭୯ ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ବରିଷ୍ଠ ସାମ୍ବାଦିକ ତଥା ପ୍ରମେୟ ରାଉରକେଲା ସଂସ୍କରଣ ମୁଖ୍ୟ ମନୋରଞ୍ଜନ ଦାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ l ସାଧାରଣ ସମ୍ପାଦକ ବିବେକାନନ୍ଦ ଦାସ ସ୍ୱାଗତ ଭାଷଣ ପ୍ରଦାନ ସହ ଏହି ଦିବସ ପାଳନ ର ତାତ୍ପର୍ଯ୍ୟ ସମ୍ପର୍କ ରେ ଆଲୋକପାତ କରିଥିଲେ l ସମ୍ମାନିତ ଅତିଥି ଭାବେ ଆଇ.ଏଚ.ଆର.ସି ସୁନ୍ଦରଗଡ଼ ଜିଲ୍ଲା ସଭାପତି ଇଂ କୁମାର ବେହେରା,ଅବସର ପ୍ରାପ୍ତ ବରିଷ୍ଠ ପୋଲିସ ଅଧିକାରୀ ତଥା ସମାଜସେବୀ ସୁମନ ଦତ୍ତ ପ୍ରମୁଖ ଯୋଗ ଦେଇଥିଲେ l ସାଙ୍ଗଠନିକ ସମ୍ପାଦକ ଜାଟାଧାରୀ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ l ଏହି ଅବସରରେ କ୍ଲବ ର କାର୍ଯ୍ୟକାରୀ ସଭାପତି ସୁବାଷ ବର୍ମା, ଉପଦେଷ୍ଟା ରାଜ କୁମାର ଯାଦବ, ଯୁଗ୍ମ ସମ୍ପାଦକ – ଦିଲ୍ଲୀପ ଶର୍ମା, ଦିନେଶ ମିଶ୍ର, ସଂଗ୍ରାମ ଭୂୟାଁ, କୋଷାଧକ୍ଷ – ଉମେଶ ସିଂହ, କାର୍ଯ୍ୟକାରୀ କମିଟି ସଦସ୍ୟ ଅକ୍ଷୟ କୁମାର ଧଳ, କୁଞ୍ଜ ବିହାରୀ ରାଉତ, ସରୋଜ କୁମାର ବେହେରା, ସସ୍ମିତା ପ୍ରଧାନ, ଗନ୍ଦୁର ଓରାମ, ଶୈଳେନ୍ଦ ସାହୁ, କୁନୀଆ ବାରିକ, ଆମର ବର୍ମା, ରାନୁ ମହାପାତ୍ର, ଓ.ପି. ସିଂହ, ପ୍ରମୋଦ ଜଗଦେବ, ନବୀନ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

ହମିରପୁର ଉନ୍ନୟନ ପରିଷଦ

ସଭାପତି ଡ଼ଃ ସୁମନ ଦତ୍ତ ଙ୍କ ଆବାହକତ୍ଵ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକ ତଥା ସଦସ୍ୟ ଭୁବନେଶ୍ୱର ପ୍ରସାଦ ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅଶୋକ ସାହୁ, ମହେନ୍ଦ୍ର ପଣ୍ଡିତ, ଶିବାନନ୍ଦ ବେହେରା, ଦିପ୍ତୀରଞ୍ଜନ ବାରିକ,ଶୁଭବ୍ରତ ବାନାର୍ଜୀ,ଦିପ୍ତେଶ ବାରିକ,ବିନିତ ସିଂ,ସାହିଲ ସେନାପତି, ପ୍ରିୟାଂଶୁ ମିଶ୍ର, ଦିବ୍ୟଜ୍ୟୋତି ଧଳ, ଏସ୍ ରାଜୁ, ସନ୍ତୋଷ ରାୟଗୁରୁ, କୁଞ୍ଜବିହାରୀ ରାଉତ ପ୍ରମୁଖ ଉପସ୍ଥିତ ଥିବାବେଳେ ବରିଷ୍ଠ ସଦସ୍ୟ ପି କେ ସୋମ ଧନ୍ୟବାଦ ଅର୍ପଣ କରିଥିଲେ।

ନିଖିଳ ଉତ୍କଳ ଖଣ୍ଡାୟତ କ୍ଷତ୍ରିୟ ମହାସଭା

ନିଖିଳ ଉତ୍କଳ ଖଣ୍ଡାୟତ କ୍ଷତ୍ରିୟ ମହାସଭା ର ଇସ୍ପାତ ନଗର କମିଟି ତରଫରୁ ସେକ୍ଟର ୩ ଖଡ୍ଗ ଭବନ ଠାରେ ୭୯ ତମ ସ୍ବାଧିନତା ଦିବସ ପାଳନ ହୋଇଯାଇଛି। କାର୍ଯ୍ୟକାରୀ ସଭାପତି ଉପେନ୍ଦ୍ର ନାୟକ ଓ ସାଧାରଣ ସମ୍ପାଦକ ଶଶଧର ପାତ୍ରଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଉପଦେଷ୍ଟା ସୁରେନ୍ଦ୍ର ରାଉତ ଜାତୀୟ ପତାକା ଉତ୍ତୋଳନ କରି ବକ୍ତବ୍ୟ ରଖିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜଗନ୍ନାଥ ରାଉତ, କିଶୋର ପ୍ରଧାନ, ଅଶୋକ କୁମାର ଜେନା, ନାରାୟଣ ସାମଲ, ବାବାଜୀ ସ୍ବାଇଁ,ରଥିନ୍ଦ୍ର ପ୍ରଧାନ, ନାରାୟଣ ମହାଳିକ, କୁଞ୍ଜବିହାରୀ ରାଉତ, ଉଗ୍ରସେନ ବିଶ୍ବାଳ, ଚନ୍ଦ୍ରଶେଖର ଶତପଥୀ, ମହେନ୍ଦ୍ର ମଲ୍ଲିକ, ହୃଷୀକେଶ ପରିଡ଼ା,ସାଗରିକା ଭୂଜବଳ, ତପସ୍ଵିନୀ ନାୟକ, ପ୍ରତିଭା ପ୍ରିୟଦର୍ଶିନୀ, ନମିତା ରାଉତ, ଶାନ୍ତିଲତା ବେହେରା,ମିତୁ ରାଉତରାୟ,ପ୍ରଭାତି ପ୍ରତାପ ସିଂହ ଦିପ୍ତି ସୁନ୍ଦରାୟ,ସାଗରିକା ସିଂ, ଲୀନା ରାଉତ,ନିତାଞ୍ଜଳୀ ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲାବେଳେ ଶେଷରେ ସ୍ବପ୍ନାରାଣୀ ଭଞ୍ଜଦେଓ ଧନ୍ୟବାଦ ଅର୍ପଣ କରିଥିଲେ।

ଆଦର୍ଶ ପାଠାଗାର

ସହରର ସର୍ବ ପୁରାତନ ସାହିତ୍ୟ ଅନୁଷ୍ଠାନ ଆଦର୍ଶ ପାଠାଗାରର ସଭାପତି ରାଧାକାନ୍ତ ମିଶ୍ର ଜାତୀୟ ପତାକା ଉତ୍ତୋଳନ କରିବା ସହ ବକ୍ତବ୍ୟ ରଖିଥିଲେ। ସମ୍ପ୍ରତି ସାମାଜିକ ଆହ୍ବାନ ଓ ପାଠାଗାରର ସମାଜ ପ୍ରତି ପ୍ରତିବଦ୍ଧତା ସମ୍ପର୍କରେ ଆଲୋଚନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସାଧାରଣ ସମ୍ପାଦକ ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ, ଚନ୍ଦ୍ରଶେଖର ଶତପଥୀ,ଗଙ୍ଗାଧର ଦାଶ, ବିଜୟ ପାତ୍ର, ପଞ୍ଚାନନ ପାତ୍ର, କୁଞ୍ଜବିହାରୀ ରାଉତ, ପର୍ଶୁରାମ ପଟ୍ଟନାୟକ, ପ୍ରଦୀପ ପଟ୍ଟନାୟକ,ଅଟମ ରଥ, ବିଭୂତି ଭୂଷଣ ବିଶ୍ବାଳ, ଅମରେନ୍ଦ୍ର ପାଢ଼ୀ, ନାରାୟଣ ବେହେରା, ସନ୍ତୋଷ ରଥ, ସୁଶିଲ କୁମ୍ଭାର ପ୍ରମୁଖ ଉପସ୍ଥିତ ଥିଲେ।

ଆନନ୍ଦାଲୋକ

ଆନନ୍ଦାଲୋକ ର ମୁଖ୍ୟ ରାଜେନ୍ଦ୍ର ନାୟକଙ୍କ ଆବାହକତ୍ୱରେ ଆୟୋଜିତ ସ୍ବାଧୀନତା ଦିବସ ପାଳନ ଅବସରରେ ଅତିଥି ଭାବେ ଗୋଲକ ବିହାରୀ ମଙ୍ଗରାଜ ଓ ଭୁବନପ୍ରସାଦ ଆଚାର୍ଯ୍ୟ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସଂଗେ ସଂଗେ ଉପସ୍ଥିତ ସମସ୍ତଙ୍କୁ ଦେଶ ମାତୃକାର ସେବା ପାଇଁ ଆହ୍ବାନ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସର୍ବଶ୍ରୀ ପ୍ରଶାନ୍ତ କର, ଉପେନ୍ଦ୍ର ବଳ,ରାଘବେନ୍ଦ୍ର ନାୟକ,ମନିଶ ଦାସ, ଯମୁନା ମୁର୍ମୁ,ଦୀପକ ଖାନ୍, ଆଶିଷ ସେନ, ଶଙ୍କର ସିଂ, ଶୁଭମ୍ ବଳ, ଦିଗମ୍ବର ପାଣିଗ୍ରାହୀ, ଦୁର୍ଯୋଧନ ବଳ, ସନ୍ଧ୍ୟାରାଣୀ ନାୟକ, କଳ୍ପନା କବି, କଳ୍ପତରୁ ଦାସ, ଅରୁଣ ଜେନା,ଭରତ ନାୟକ, ରାମଚନ୍ଦ୍ର ନାୟକ, ସଂଘମିତ୍ରା ବିଶ୍ବାଳ,ପ୍ରୀତିରାଣୀ ପରିଡା, ମୃତ୍ୟୁଞ୍ଜୟ ରକ୍ଷିତ ପ୍ରମୁଖ ଉପସ୍ଥିତ ଥିଲେ।

ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ

ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ଭଗବତୀ ଜେନାଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ପ୍ରମୋଦ କର ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ ଓ ସ୍ୱାଧୀନତା ଦିବସ ଉପରେ ବକ୍ତବ୍ୟ ରଖିଥିଲେ । ପ୍ରଫୁଲ ବାରିକ, ଅଦୈତ ପ୍ରସାଦ ନାୟକ, ସଂଗ୍ରାମ କେଶରୀ ଭୂୟାଁ, ସସ୍ମିତା ପ୍ରଧାନ, ସରୋଜ କୁମାର ସାହୁ, ରତନ ଦୀକ୍ଷିତ, ଅରୁଣ ସ୍ବାଇଁ ପ୍ରମୁଖ ସ୍ୱାଧୀନତା ଦିବସ ଉପରେ ବକ୍ତବ୍ୟ ରଖିଥିଲେ । ଅନ୍ୟ ମାନଙ୍କ ମଧରେ ଏନ୍ଆଇଟି ର ଡ ସୋମେଶ ଜେନା, ଡ଼ଃ ସୁମନ ଦତ୍ତ, ଲଷ୍ମୀପ୍ରିୟା ମଲ୍ଲିକ, ସରିତା ହରିପାଲ, ଦୀପା, ଗୀତାଞ୍ଜଳି ମହାନ୍ତି, ଉର୍ବଶୀ ମଲିକ, ଶ୍ରଦ୍ଧାଞ୍ଜଳି ନାୟକ ଉପସ୍ଥିତ ଥିଲେ ଶେଷରେ କୋଇଲି ବିଦ୍ୟାପୀଠର ଛାତ୍ର ଅଂଶୁମାନ ହାତୀ ଧନ୍ୟବାଦ ଦେଇଥିଲେ ।କୋଇଲି ବିଦ୍ୟାପୀଠ ର ଛାତ୍ର ଛାତ୍ରୀ ଓ ଶିକ୍ଷକ ମାନେ ଉପସ୍ଥିତ ଥିଲେ ।

ଅବସରପ୍ରାପ୍ତ ଆରଏସପି କର୍ମଚାରୀ ସଂଘ

ଆରଏସପି ର ଅବସରପ୍ରାପ୍ତ କର୍ମଚାରୀ ସଂଘର ସଭାପତି ଇଂ ଅଭୟ କୁମାର ଦାସ ଙ୍କ ସଭାପତିତ୍ବ, ସାଧାରଣ ସମ୍ପାଦକ ପ୍ରେମାନନ୍ଦ ସାମଲଙ୍କ ଆବାହକତ୍ୱ ଓ ରାଧାମୋହନ ନାୟକ ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଶିକ୍ଷାବିତ୍ ଡ଼ଃ ସନାତନ ପ୍ରଧାନ ଯୋଗଦେଇ ବରିଷ୍ଠ ନାଗରିକଙ୍କ ସମାଜ ପ୍ରତି ଓ ସମାଜ ବରିଷ୍ଠ ନାଗରିକଙ୍କ ପ୍ରତି ଦାୟିତ୍ୱବୋଧ ଓ ପ୍ରତିବଦ୍ଧତା ସମ୍ପର୍କରେ ଆଲୋଚନା କରିଥିଲେ। ପ୍ରାରମ୍ଭରେ ସଭାପତି ଶ୍ରୀ ଦାସ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମସ୍ତଙ୍କ ମଧ୍ୟରେ ଐକ୍ୟବଦ୍ଧତା ଓ ଭାଇଚାରା ବଜାୟ ରଖିବା ପାଇଁ ଆହ୍ବାନ ଦେଇଥିଲେ। ସାଧାରଣ ସମ୍ପାଦକ ଶ୍ରୀ ସାମଲ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ଏହି ଅବସରରେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ପଦ୍ମନାଭ ମହାପ୍ରଭୁଙ୍କୁ ସମ୍ମାନିତ କରାଯାଇଥିଲା। ସେହିପରି ଯୋଗ ଶିକ୍ଷା କରୁଥିବା ସମସ୍ତଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା। ଶେଷରେ ଉପସଭାପତି ଅରବିନ୍ଦ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ତ୍ରିଲୋଚନ ମଥାନ, ନାରାୟଣ ଚନ୍ଦ୍ର ସାମଲ, ଧନଞ୍ଜୟ ଦାଶ, ସଚ୍ଚିଦାନନ୍ଦ ମିଶ୍ର,କେ ସିଂ ମହାନ୍ତି,ଚାନ୍ଦମଣି ବେହୁରା, ଏନ୍ ସି ସାମଲ,ବିକ୍ରମ ପ୍ରଧାନ, ବସନ୍ତ କୁମାର ଜେନା, ରବିନ୍ଦ୍ରନାଥ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

ବିଜେପି କାର୍ଯ୍ୟାଳୟ

ବିଜେପି ରାଉରକେଲା ସାଂଗଠନିକ ଜିଲ୍ଲା ତରଫରୁ ସେକ୍ଟର -୩ ଦଳୀୟ କାର୍ଯ୍ୟାଳୟ ଠାରେ ୭୯ ତମ ସ୍ଵାଧୀନତା ଦିବସ ପାଳନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ସଭାନେତ୍ରୀ ପୂର୍ଣ୍ଣିମା କେରକେଟା ଜାତୀୟ ତ୍ରିରଙ୍ଗା ପତକା ଉତ୍ତୋଳନ କରିଥିଲେ । ସମସ୍ତେ ସାମୁହିକ ଜାତୀୟ ସଙ୍ଗୀତ ଗାନ କରିବା ସହିତ ସ୍ଲୋଗାନ ଦେଇଥିଲେ । ସଭାନେତ୍ରୀଙ୍କ ଅନୁରୋଧ କ୍ରମେ ରାଜ୍ୟ ମୁଖପାତ୍ର ଧିରେନ ସେନାପତି ଉଦବୋଧନ ଦେଇ ସେ ତାଙ୍କ ବାର୍ତ୍ତା ରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ସୁରକ୍ଷା, ବିଶ୍ୱ ଦରବାରରେ ଭାରତର ନେତୃତ୍ୱ , ଆର୍ଥିକ କ୍ଷେତ୍ରରେ ଅଗ୍ରଗତି, ଦେଶର ବିକାଶ, ଆତ୍ମନିର୍ଭରଶୀଳ ଭାରତ, ବିକଶିତ ଭାରତ ଉପରେ ନେଉ ଥିବା ପଦକ୍ଷେପ ଉପରେ ଆଲୋକପାତ କରିଥିଲେ । ୩୭୦ ଧାରା ଉଚ୍ଛେଦ, ତିନି ତଲାକ ଉପରେ ଅଙ୍କୁଶ, ପ୍ରଭୁ ରାମମନ୍ଦିର ନିର୍ମାଣ କରି ଜନତାଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ ପାଳନ କରିଛନ୍ତି ବୋଲି ପ୍ରକାଶ କରିଥିଲେ । ଅପରେସନ ସିନ୍ଦୁର ଉପରେ ଆଲୋକପାତ କରିବାସହିତ , ଲୋକ ତନ୍ତ୍ର କି ମାତୃକା, ନାରୀ ସଶକ୍ତି କରଣ ସହିତ ମହିଳାଙ୍କ ପାଇଁ ଲାଗୁ ହୋଇଥିବା ବିଭିନ୍ନ ହିତକାରୀ ଯୋଜନା ଉପରେ ନେଇଥିବା ପଦକ୍ଷେପକୁ ଆଲୋକ ପାତ କରିଥଲେ। ସେ ତାଙ୍କ ବାର୍ତ୍ତାରେ ପ୍ରଧାନ ମନ୍ତ୍ରୀଙ୍କ ସଂକଳ୍ପ “ସବକା ସାଥ ସବକା ବିକାଶ, ସବକା ବିଶ୍ୱାସ, ସବକା ପ୍ରୟାସ,” ଉପରେ ଆଲୋଚନା କରିବା ସହିତ ଗରିବ ମାନଙ୍କ ପାଖରେ ସବୁ ଯୋଜନାକୁ ପହଞ୍ଚାଇବା ଓ ସଚେତନା କରାଇବା ପାଇଁ ପାଇଁ ପରାମର୍ଶ ଦେଇଥିଲେ । ସରୋଜ ଦାସ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ। ବହୁ ସଂଖ୍ୟାରେ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

ସାଇଭେଲି ୱାଲ୍ଡ ସ୍କୁଲ

ସାଇଭେଲି ୱାଲ୍ଡ ସ୍କୁଲ ଓ ସାଇଭେଲି ୱାଲ୍ଡ ଇନଷ୍ଟିଚ୍ୟସନ ଅଫ୍ ମେନେଜମେଣ୍ଟ ଆଣ୍ଡ ଟେକ୍ନୋଲୋଜି ର ମିଳିତ ଆନୁକୂଲ୍ୟରେ ସ୍କୁଲ ପରିସରରେ ୭୯ ତମ ସ୍ବାଧୀନତା ଦିବସ ପାଳନ କରାଯାଇଛି। ନିର୍ଦ୍ଦେଶକ ଗଣେଶ୍ୱର ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସେ ତାଙ୍କ ବକ୍ତବ୍ୟରେ ଛାତ୍ର ଛାତ୍ରୀ ମାନେ ଚରିତ୍ର ଗଠନ ସହ ଦେଶ ପ୍ରେମରେ ଉଦବୁଦ୍ଧ ହେବା ପାଇଁ ଆହ୍ବାନ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ଲୋକେଶ ନନ୍ଦ, ଉପାଧ୍ୟକ୍ଷ ଭଗବାନ ପାଢ଼ୀ ଉପସ୍ଥିତ ଥିଲେ। ଏହି ଅବସରରେ ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଦ୍ବିତୀୟ ପର୍ଯ୍ୟାୟରେ ଉଭୟ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଧନମାନ ସାଓ, ସମ୍ପାଦକ ବିବେକ ସାଓ, ଉପାଧ୍ୟକ୍ଷ କୁନାଲ ସାଓ ଓ ନିର୍ଦ୍ଦେଶକ ଗଣେଶ୍ୱର ପଟ୍ଟନାୟକ ଅତିଥି ଭାବେ ଯୋଗ ଦେଇ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକମାନେ ଉପସ୍ଥିତ ଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଲାଞ୍ଜିଗଡ଼ରେ ଜେଏମ୍ଏଫ୍ ସି କୋର୍ଟ ସ୍ଥାପନ ଦାବି : ରାଜ୍ୟ ଆଇନମନ୍ତ୍ରୀଙ୍କୁ ଭେଟିଲେ ଅଞ୍ଚଳବାସୀ

masiha

ପି.ଏମ୍.ଶ୍ରୀ ବି.ବି.ସରକାରୀ ହାଇସ୍କୁଲ,ଢେଙ୍କାନାଳରେ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ -୨୦୨୫ ଅନୁଷ୍ଠିତ

masiha

ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନର ସଚେତନତା କାର୍ଯ୍ୟକ୍ରମ 

masiha

Leave a Comment

error: Content is protected !!