ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସମ୍ବାଦ-ଆମ ଓଡିଶା’ର ରକ୍ତଦାନ ଶିବିର  ରିଷିଡାରେ ୨୯ ୟୁନିଟ ରକ୍ତ ସଂଗ୍ରହ

ସମ୍ବାଦ-ଆମ ଓଡିଶା’ର ରକ୍ତଦାନ ଶିବିର 

ରିଷିଡାରେ ୨୯ ୟୁନିଟ ରକ୍ତ ସଂଗ୍ରହ

କର୍ଲାମୁଣ୍ଡା: “ସମ୍ବାଦ-ଆମ ଓଡିଶା” ଆନୁକୂଲ୍ୟରେ ତଥା ରିଷିଡା ଯୁବାମଞ୍ଚ ସହଯୋଗରେ ରିଷିଡା ସ୍ଥିତ ଜଗନ୍ନାଥ କୌଶଲ୍ୟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ବୁଧବାର ଅନୁଷ୍ଠିତ ହୋଇଯାଇଛି l ଏଥିରେ ୨୯ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା l ଏହି ଅବସରରେ ଆୟୋଜିତ ଉଦଘାଟନୀ ଉତ୍ସବରେ ବିଡିଓ ମଣ୍ଟୁ ଖମାରୀ ମୁଖ୍ୟଅତିଥି, ରିଷିଡା ସରପଞ୍ଚ ସେବତୀ ରଣା, ଗଜବାହାଲ ସରପଞ୍ଚ ଅରବିନ୍ଦ ଗହୀର, ପ୍ରେସକ୍ଲବ ସଭାପତି ନରୋତ୍ତମ ସେଲମା, ଜେ.କେ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ହେମନ୍ତ ଚୌଧୁରୀ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ l କଲେଜର ୟୁଥ ରେଡକ୍ରସ ପୋଗ୍ରାମ ଅଫିସର ଅଧ୍ୟାପକ ଗିରିରାଜ ଗହୀର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ସମ୍ବାଦ ପ୍ରତିନିଧି ଭଜଶ୍ୟାମ ସାହୁଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଶିବିରରେ ଭବାନୀପାଟଣା ବ୍ଲଡ୍ ବ୍ୟାଙ୍କର ଏଲଟି କୃଷ୍ଣଚନ୍ଦ୍ର ସାହୁ, ଡମ୍ବରୁଧର ସାହୁ, ସଞ୍ଜିବ କୁମାର ମହାକୁଡ, ଆଟେଣ୍ଡାନ ଗିରିଶ ଚନ୍ଦ୍ର ନାଏକ ରକ୍ତ ସଂଗ୍ରହ କରିଥିଲେ l ରିଷିଡା ଡାକ୍ତରଖାନାର ଚିକିତ୍ସାଧିକାରୀ ଡଃ ମୁକେଶ ପଧାନ ଉପସ୍ଥିତ ଥିଲେ l କାର୍ଯ୍ୟକ୍ରମ ପରିଚାଳନାରେ ନୀଳାମ୍ବର ପାତ୍ର, ସୌମ୍ୟରଞ୍ଜନ ତ୍ରିପାଠୀ, ସାମ୍ବାଦିକ ସୁଶାନ୍ତ ମଲ୍ଲିକ, ସୋନୁ ରଣା, ବଣ୍ଟି ସେଠ, ଲିଲୁ ନାଏକ, ଲିପୁ ସେଠ, ବବଲୁ ଦଣ୍ଡସେନା, ବବଲୁ ସାହୁ ପ୍ରମୁଖ ସହଯୋଗ କରିଥିବା ବେଳେ ଶିବିରରେ ରଶ୍ମିତା ରଣା, ମନିଷା ଛତ୍ରିଆ, ନମ୍ରତା ରଣା, ଅଲୋୟସା କୁମାର, ବିଶେସ୍ୱରୀ ରଣା, ମନୋଲିସା ବାଗ, ପ୍ରଜ୍ଞାପରମିତା ପଦାନ, ତରୁଣ ସା, ଉଦିତ, ବାସୁଦେବ ସେଲମା, ନବିନ କୁମାର ଗହୀର, ଲବ ସାହୁ, ରବିଶଙ୍କର ସାହୁ, ପିତାମ୍ବର ସାହୁ, ଲଲିତ କୁମାର ଦାସ, ଅମିତ କୁମାର ସେଠ, ବଳଦେବ ଭୋଇ, ବିଶ୍ୱମ୍ବର ଭୋଇ, ବଣ୍ଟି ନାଏକ, ଚନ୍ଦ୍ରକାନ୍ତ ସେଠ, ବୈକୁଣ୍ଠ ପରୁଆ (ହକର), ଉମେଶଚନ୍ଦ୍ର ସୁନା, ରଶ୍ମରଞ୍ଜନ ମିଶ୍ର, ତ୍ରିଶଙ୍କ ରଣା, ଭଜଶ୍ୟାମ ସାହୁ (ସମ୍ବାଦ ପ୍ରତିନିଧି କର୍ଲାମୁଣ୍ଡା), ଆଶିଷ କୁମାର ଦାସ, ରଞ୍ଜନ ନାଏକ, ଲଲିତ କୁମାର ସାହୁ, ବବଲୁ ଦଣ୍ଡସେନା ରକ୍ତଦାନ କରିଥିଲେ l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରିଣୀଙ୍କ ବଦଳି ଦାବିରେ ଅଧ୍ୟକ୍ଷା ଓ କାଉନସିଲର ମାନଙ୍କ ଅନଶନ

Sunil Chandra Nayak

ଦୁର୍ଘଟଣାଗ୍ରସ୍ତ ବାଇକ ଆରୋହୀ ମୃତ୍ୟୁ ଶବ ରଖି ରାସ୍ତାରୋକ କଲେ ପରିବାର ଲୋକେ

Sunil Chandra Nayak

ଠାକୁରାଣୀ ଯାତ୍ରା, ଘଟ ରୂପରେ ଦର୍ଶନ ଦେଲେ ମା ଠାକୁରାଣୀ

masiha

Leave a Comment

error: Content is protected !!