ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାହିତ୍ୟ ନାଟକ କଳା ପରିଷଦର ୨୪ତମ ବାର୍ଷିକ ଉତ୍ସବ

ନର୍ଲା (ମନିସ )-କଳା, ସଂସ୍କୃତି, ସାହିତ୍ୟ ସର୍ବଦା ଅଜେୟ ।ମଣିଷ ଶରୀର ମାଟିରେ ମିଶିଯାଏ କିନ୍ତୁ ତାର କଳା, ସଂସ୍କୃତି, ସାହିତ୍ୟ ଭଳି ଅନବଦ୍ୟ ସୃଷ୍ଟି ତାକୁ ଅମର କରିଦିଏ ।ଏଭଳି ଭାବରେ କଳା, ସଂସ୍କୃତ,ସାହିତ୍ୟ ଓ ଲୋକକଳାର ଉତ୍କର୍ଷତା ପ୍ରତିପାଦନ କରିପାରୁଥିବା ରେଖପୁର ମାଟି ସାରା ଦେଶରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ଏ ମାଟିର ଅନନ୍ୟ ପ୍ରତିଭା ପଦ୍ମଲୋଚନ ଭୋଇଙ୍କ ମାନସ ସନ୍ତାନ ‘ସାହିତ୍ୟ ନାଟକ କଳା ପରିଷଦ’ ଆଜି ୨୪ ବର୍ଷରେ ପଦାର୍ପଣ କରିବା ସହିତ ଏକ ବିଶାଳ ଦ୍ରୁମରେ ପରିଣତ ହୋଇଛି । ଏହି ମହନୀୟ ପରମ୍ପରାକୁ ବଜାୟ ରଖିବା ଆଜି ଦିନର ଆହ୍ବାନ ବୋଲି ଆଜି ନର୍ଲା ବ୍ଲକ ରେଖପୁରସ୍ଥିତ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ସାହିତ୍ୟ ନାଟକ କଳା ପରିଷଦର ୨୪ତମ ବାର୍ଷିକ ମହୋତ୍ସବ ଅବସରରେ ଅନୁଷ୍ଠିତ ପ୍ରଥମ ଅଧିବେଶନରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । କାର୍ଯ୍ୟକ୍ରମର ପ୍ରାରମ୍ଭରେ ଗ୍ରାମର ଧରଣୀ ପୀଠରୁ ମଶାଲଯାତ୍ରା ପରେପରେ ମହୋତ୍ସବର ଶୁଭାରମ୍ଭ ହୋଇଥିଲା ।ପ୍ରଥମ ଅଧିବେଶନ ତଥା ରାଜ୍ୟସ୍ତରୀୟ କବିତା ପାଠୋତ୍ସବରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ କବି ପଞ୍ଚାନନ ତାଣ୍ଡି ଯୋଗ ଦେଇଥିବାବେଳେ ମୁଖ୍ୟବକ୍ତା ଭାବେ ଆଶୁକବି ମଧୁସୂଦନ ରାଉତ, ସମ୍ମାନିତ ଅତିଥି ଭାବେ ବରିଷ୍ଠ କବି ଓ ଆଲୋଚକ କୁମୁଦ ନାଏକ, କବି ଓ ଗାଳ୍ପିକ ଗଣପତି ନାୟକ, କବି ଓ ଗବେଷକ କ୍ଷିତୀଶଚନ୍ଦ୍ର ମାଝୀ, ଯୁବକବି ଓ ଲେଖକ ସୁଶୀଲ କୁମାର ବାଗ, ନର୍ଲା ସରପଞ୍ଚ ତନୁଜା ହରପାଲ, ବାଲସିଙ୍ଗା ସରପଞ୍ଚ ପୂଜା ସାରିନୋଭା ସ୍ବାଇଁ ପ୍ରମୁଖ ଯୋଗ ଦେଇଥିଲେ ।ସାହିତ୍ୟ ନାଟକ କଳା ପରିଷଦର ମୁଖ୍ୟ ପ୍ରକାଶଚନ୍ଦ୍ର ଭୋଇଙ୍କ ଆବାହକତ୍ବରେ ଆୟୋଜିତ ପ୍ରଥମ ଅଧିବେଶନରେ ପରିଷଦର ଉପସଭାପତି ନୀଳକଣ୍ଠ ଦଣ୍ଡସେନା ସଭାପତିତ୍ବ କରିଥିବାବେଳେ କବି ଅରୁଣ କୁମାର ପ୍ରଧାନୀ ସଭା ପରିଚାଳନା ଓ ସୁଶ୍ରୀ ଝରଣା ପ୍ରଧାନୀ କବିତା ସଂଯୋଜନା କରିଥିଲେ । ଏହି ଅବସରରେ କବି ଅଧ୍ୟାପିକା ବାସନ୍ତୀ ସାହୁ, ନରସିଂହ ଥପା, ନରୋତ୍ତମ କରୁଆଁ, ଜୟ ବିଭାର, ପିତାମ୍ବର ଗଉଡ଼ଙ୍କ ସମେତ ଅନେକ କବି ଓ କବୟିତ୍ରୀ ସ୍ବରଚିତ କବିତାପାଠ କରିଥିଲେ । ଏଇ ଅବସରରେ କବି ହିମାଞ୍ଚଳ ସାହୁଙ୍କୁ ପଦ୍ମଲୋଚନ ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା । ସାହିତ୍ୟ ନାଟକ କଳା ପରିଷଦର ସଂପାଦକ ଗୋଲକବିହାରୀ ଭୋଇ, କୋଷାଧ୍ୟକ୍ଷ ଯଦୁମଣି ସେଲମା, ସଦସ୍ୟ ମନୋଜ କୁମାର ଜାଲ, ସତ୍ୟଧର୍ମ ଭୋଇ, ସୁରେଶ ଜାଲ, ଲୋହିତ ପ୍ରସାଦ ଭୋଇ, ବେଦବ୍ୟାସ ଭୋଇ, ଲବୀନ୍ଦ୍ର ସେଲମା, ଉମାଶଙ୍କର ଭୋଇ, ଅର୍ଜୁନ ବାଗ, ତିରଣ ହରପାଲ, ତ୍ରିଲକ୍ଷ୍ୟ ହରପାଲ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି

Related posts

ବିଜୁ ଜୟନ୍ତୀ ଓ ସାସ୍କୃତିକ ମହୋତ୍ସବ ର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ

masiha

ମିଶନ ଶକ୍ତି ପୁନର୍ଗଠନ ପ୍ରକ୍ରିୟା ବୃଦ୍ଧି ଦାବିରେ ରାଇରଙ୍ଗପୁର ବିଡ଼ିଓଙ୍କୁ ଦାବିପତ୍ର 

masiha

ବନ୍ଧୁଗାଁରେ ଗଡ଼ିଲା ‘ସୁଭଦ୍ରା’ ରଥ ପତାକା ଦେଖାଇ ଶୁଭାରମ୍ଭ କଲେ ବିଡ଼ିଓ 

masiha

Leave a Comment

error: Content is protected !!