ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କ୍ଲଷ୍ଟର ସ୍ତରୀୟ ନିପୁଣ ଓଡ଼ିଶା ମେଳା 

କ୍ଲଷ୍ଟର ସ୍ତରୀୟ ନିପୁଣ ଓଡ଼ିଶା ମେଳା 

ଡାବୁଗାଁ, ୩୧/୧ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ର ଚଚରାଗୁଡା ପଞ୍ଚାୟତ ଅଧୀନ ବାଇଗାଁ ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ନିପୁଣ ଓଡ଼ିଶା ମେଳା – ୨୦୨୫ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ପ୍ରଥମେ ସାକ୍ଷରତା, ସଂଖ୍ୟା ଜ୍ଞାନ, ସକ୍ରିୟାତ୍ମକ ଓ ମତାମତ ଭଳି ୪ ଟି ଷ୍ଟଲ କୁ ଉଦଘାଟନ କରାଯାଇଥିଲା | ପରେ ଚଚରାଗୁଡା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଗୁପ୍ତେପ୍ରସାଦ ନାଗ ଙ୍କ ସଭାପତିତ୍ଵରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଚଚରାଗୁଡା ପଞ୍ଚାୟତ ସରପଞ୍ଚ ରଞ୍ଜୁ ଭତ୍ରା, ସମ୍ମାନୀୟ ଅତିଥି ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଭଗବାନ ମାଝି, ନାଏବ ସରପଞ୍ଚ ଯୁଧିଷ୍ଠିର ତନ୍ତୀ, ଗିର୍ଲିଗୁଡା ବିଦ୍ୟାଳୟ ପ୍ରଧାନ ଶିକ୍ଷକ ହରେକୃଷ୍ଣ ବାଡତ୍ୟା, ମୁଖ୍ୟ ବକ୍ତା ଡାବୁଗାଁ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ପ୍ରସନ୍ନ କୁମାର ଦଣ୍ଡସେନା, ବାଇଗାଁ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସୁରେଶ ହରିଜନ ପ୍ରମୁଖ ମଞ୍ଚାସୀନ ଥିଲେ | ଏହି ମେଳାର ମୁଖ୍ୟ ଉଦ୍ଦେଶ୍ୟ ହେଲା ୨୦୨୬-୨୭ ସୁଦ୍ଧା ପ୍ରଥମରୁ ତୃତୀୟ ଶ୍ରେଣୀ ପିଲା ମୌଳିକ ଭାଷା ଓ ସଂଖ୍ୟାଜ୍ଞାନ ଦକ୍ଷତା ବୃଦ୍ଧି କରି ସେମାନଙ୍କର ସର୍ବାଙ୍ଗୀନ ବିକାଶ କରିବା | ଏହି ମେଳାରେ ଉପସ୍ଥିତ ଅତିଥି ମାନେ ନିଜ ନିଜ ବକ୍ତବ୍ୟରେ ପିଲା ମାନଙ୍କ ଦକ୍ଷତା ହାସଲ କରିବାକୁ ହେଲେ ପିତାମାତା ଙ୍କ ଭୂମିକା, ଶିକ୍ଷକ ମାନଙ୍କ ଭୂମିକା, ଗୋଷ୍ଠୀ ର ଭୂମିକା ଓ ପଞ୍ଚାୟତ ପ୍ରତିନିଧି ଙ୍କ ଭୂମିକା ଗୁରୁତ୍ଵପୂର୍ଣ୍ଣ ବୋଲି କହିଥିଲେ | ଏଥିରେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀ ନାଗ ନିଜ ବକ୍ତବ୍ୟରେ ଶିକ୍ଷାକୁ ଆଗେଇ ନେବାକୁ ହେଲେ ସଚେତନତାର ଆବଶ୍ୟକତା ରହିଛି ବୋଲି କହିଥିଲେ | ଏଥିରେ ଶିକ୍ଷଣ କାର୍ଯ୍ୟ ଓ ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନ କରାଯାଇଥିଲା | ଏଥିରେ ୧୫ ଟି ବିଦ୍ୟାଳୟର ଏଫଏଲଏନ ଶିକ୍ଷକ, ୧୫୦ ଅବିଭାବକ, ପ୍ରଥମ ଶ୍ରେଣୀରୁ ୩ ୟ ଶ୍ରେଣୀ ପର୍ଯ୍ୟନ୍ତ ୧୯୦ ଜଣ ଛାତ୍ରୀ ଛାତ୍ର ଭାଗ ନେଇଥିଲେ | ଏଥିରେ ଶିକ୍ଷକ ନରସିଂ ମାଝି ମଞ୍ଚ ପରିଚାଳନା କରିଥିବା ବେଳେ କ୍ଲଷ୍ଟରର ସମସ୍ତ ଶିକ୍ଷୟତ୍ରୀ ଶିକ୍ଷକ ମାନେ ସହଯୋଗ କରିଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ରଘୁନାଥ ମୁର୍ମୁଙ୍କ ଜୟନ୍ତୀ ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ

masiha

ବାବାସାହେବଙ୍କ ଜୟନ୍ତୀ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ 

masiha

ବିଭିନ୍ନ ସ୍ଥାନରେ ୭୯ତମ ସ୍ୱାଧୀନତା ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!