ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁ ବ୍ଲକରେ ଘନ କୁହୁଡ଼ି ର ପ୍ରକୋପ 

ଡାବୁଗାଁ ବ୍ଲକରେ ଘନ କୁହୁଡ଼ି ର ପ୍ରକୋପ 

ଡାବୁଗାଁ, ୩୧/୧ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସାରା ଶୁକ୍ରବାର ଘନ କୁହୁଡ଼ି ପ୍ରକୋପ ଦେଖାଯାଇଥିବା ବେଳେ ଦିନ ୯ ଘଣ୍ଟା ପଯ୍ୟନ୍ତ ରାସ୍ତାରେ ଯାତାୟାତ ବାଧା ପ୍ରାପ୍ତ ହୋଇଥିବା ଦେଖିବାକୁ ମିଳିଛି l ଏପରିକି ନିକଟରେ ଥିବା ଲୋକ ଙ୍କୁ ଦେଖା ଯାଉ ନ ଥିଲା l ସକାଳ ରେ ପହଁଞ୍ଚିବା ଯାତ୍ରୀ ବାହି ଗାଡି ଗୁଡିକ ବହୁ ବିଳମ୍ବରେ ପହଂଚି ଥିଲା l ଏହି ସମୟରେ ଯାନବାହାନ ଗୁଡିକ ସତର୍କ ରେ ନ ଚଳାଇଲେ ଦୁର୍ଘଟଣା ର ଆଶଙ୍କା ରହି ଥିବାରୁ ଯାନବାହାନ ଚାଳକ ବହୁ ସତର୍କତା ଅବଲମ୍ବନ କରି ଗାଡି ଚାଳନା ଧୀର ଗତିରେ କରାଇ ବିଳମ୍ବରେ ପହଞ୍ଚାଉଛନ୍ତି l ଏପରି ସମୟରେ ସତର୍କତା ଅବଲମ୍ବନ କରି ଯାନବାହାନ ଚାଳନା କରିବା ପାଇଁ ବୁଦ୍ଧିଜିବୀ ମାନେ ସମସ୍ତ ଡ୍ରାଇଭର ମାନଙ୍କୁ ଅନୁରୋଧ କରିଛନ୍ତି l ତେବେ ସତର୍କତା ହିଁ ମରଣ ମୁହଁରୁ ରକ୍ଷା କରିବ ଏଥିରେ ସନ୍ଦେହ ନାହିଁ l ପାଣିପାଗ ର ସୂଚନା ଅନୁଯାୟୀ କୁହୁଡ଼ି ର ପ୍ରକୋପ କିଛି ଦିନ ରହିବ ବୋଲି ଜଣାପଡିଛି l

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଧରାକୋଟ ବ୍ଲକ ସ୍ତରୀୟ ଶିକ୍ଷଣ କର୍ମଶାଳା 

Sunil Chandra Nayak

ସୁଶୀଲ କୁମାର ବାଗଙ୍କୁ ଡଙ୍ଗରଗଡ଼ ମହୋତ୍ସବ ଯୁବ ସାମ୍ବାଦିକ ସମ୍ମାନ 

Sunil Chandra Nayak

ବର୍ଷାରେ ଭିଜିଲା ଧାନ ,ମଣ୍ଡି ଖୋଲା ହେଲେ , ପଡୁନି ଧାନ ,ଚିନ୍ତାରେ ଚାଷୀ

masiha

Leave a Comment

error: Content is protected !!