ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସବୁଜ ବିପ୍ଲବର ସାଥୀ : ପରିବେଶବିତ୍ ପ୍ରକାଶ ଚଂଦ୍ର ମହାପାତ୍ର 

ସବୁଜ ବିପ୍ଲବର ସାଥୀ : ପରିବେଶବିତ୍ ପ୍ରକାଶ ଚଂଦ୍ର ମହାପାତ୍ର 

କଟକ : ଆମ ପରିବେଶ ଆମ ଜୀବନ । ଏହି ଦିଗରେ କାର୍ଯ୍ୟରତ ପରିବେଶ ବଂଧୁ,ଜଣେ ଯୁବ ସୁଲଭ ପ୍ରତିଭା,ଅନନ୍ୟ ଆଦର୍ଶ ଆଉ ସମ୍ପୂର୍ଣ ତ୍ୟାଗ ସମର୍ପଣର ପ୍ରତୀକ ଯୁବ ସମାଜସେବୀ ପ୍ରକାଶ ଚଂଦ୍ର ମହାପାତ୍ର ଅନ୍ୟତମ । ମୟୂରଭଞ୍ଜ ଜିଲ୍ଲା ଶୁଲିଆପଦା ବ୍ଳକ୍ ଉପକଣ୍ଠ ପୋଷ୍ଟ ଦେଉଳିସ୍ଥ ଗୁଣ୍ଡୁରୀଲୋଚା ଗ୍ରାମରେ ପିତା ରଂଜିତ ମହାପାତ୍ର ଓ ମାତା ଆରତୀ ମହାପାତ୍ରଙ୍କ ସୂପୁତ୍ର ୧୯୯୭ ମସିହାର ଜନ୍ମ ଗ୍ରହଣ କରିଛନ୍ତି । ବାପୁଜୀ ହାଇସ୍କୁଲ ସାନବେଲାକୁଟୀରୁ ମାଟ୍ରିକ,ଯୁକ୍ତ ଦୁଇ ନେତାଜୀ ମେମୋରିଆଲ ସିଟି କଲେଜ କଟକ,ସମାଜ ବିଜ୍ଞାନରେ ଯୁକ୍ତ ତିନି ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ପରେ ସମାଜ ବିଜ୍ଞାନରେ  ରେଭେନ୍ସା ବିଶ୍ୱବିଦ୍ୟାଳୟରେ ସ୍ନାତକୋତ୍ତର ପାଠ୍ୟକ୍ରମ ଶେଷ କରି ଅଧୁନା ଗ୍ରାମୀଣ ବିକାଶ ଛାତ୍ର ଭାବେ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ପିଜି କରୁଛନ୍ତି । ସେ ଅଧୁନା ଦୀନବନ୍ଧୁ ସାହୁ ଆଇନ କଲେଜ୍ କେନ୍ଦ୍ରାପଡ଼ାରେ ମଧ୍ୟ ଏଲଏଲବି ପଢୁଛନ୍ତି । ପାଠପଢ଼ା ସହ ଏକ ଘରୋଇ ଉଦ୍ୟୋଗରେ କାର୍ଯ୍ୟରତ । ସ୍କିଲ ଡେଭଲପମେଣ୍ଟ ଟ୍ରେନିଂ ସେଣ୍ଟର ଜରୀଆରେ ଭାରତ ସରକାର ଓ ଓଡିଶା ସରକାରଙ୍କ ନିଯୁକ୍ତି ଭିତ୍ତିକ ଦକ୍ଷତା ଟ୍ରେନିଂ ବିଷୟରେ ଶିକ୍ଷିତ ଯୁବକ,ଯୁବତୀଙ୍କୁ ଚାକିରୀ ସମ୍ବନ୍ଧୀୟ ଜନସଚେତନତା ମଧ୍ୟ ପ୍ରଦାନ କରି ବହୁ ପିଲାଙ୍କୁ କାର୍ଯ୍ୟକ୍ଷମ କରାଇଛନ୍ତି । ସେ ଜାତୀୟ ଯୁବ ପ୍ରକଳ୍ପର କଟକ ଜିଲ୍ଲା ଆବାହକ । ପ୍ରକଳ୍ପର ମୂଖ୍ୟ କାର୍ଯ୍ୟ ୟୁଥ୍ କ୍ୟାମ୍ପ କରି ଯୁବକଙ୍କ ମନରେ ଦେଶ ପ୍ରେମ ଜାଗ୍ରତ କରେଇବା,ସଦଭାବନା ସୃଷ୍ଟି କରି ପାରିଛନ୍ତି । ସେ ଏଯାବତ୍ ୩୮ ଥର ରକ୍ତଦାନ ଓ ୫ ଥର ଏସଡିପି ଦାନ କରି ଯୁବପିଢୀ ପାଇଁ ଉଦାହରଣ ସୃଷ୍ଟି କରି ପାରିଛନ୍ତି । କଟକ ବଡ଼ ଡ଼ାକ୍ତରଖାନାରେ ରୋଗୀଙ୍କୁ ସେବା,ଦୂର ଦୁରାନ୍ତରୁ ଆସୁଥିବା ରୋଗୀ ମାନଙ୍କୁ ସଠିକ୍ ମାର୍ଗ ଦର୍ଶନ,ରକ୍ତଦାନ ଶିବିର ଆୟୋଜନ,ଯୁବ ଚେତନା ଶିବିର ଆୟୋଜନ,ଚାରା ରୋପଣ, କରୋନା ମହାମାରୀରେ ସଚେତନତା,ଖାଦ୍ୟ ବଣ୍ଟନ ସହ ସେହି ସମୟରେ ମୟୁରଭଞ୍ଜ ଜିଲ୍ଲା ପୁରୁଣା ବାରିପଦାରେ ମହାରାଷ୍ଟ୍ରର ୬୦ ଜଣଙ୍କ ପାଇଁ ଦୁଇମାସ ଖାଦ୍ୟ ବ୍ୟବସ୍ଥା କରେଇବା ସହ ତାଙ୍କ ଘରକୁ ଫେରିବା ପାଇଁ ଟିକେଟର ବ୍ୟବସ୍ଥା,ଫନୀରେ ସହାୟତା,ଗ୍ରାମଞ୍ଚଳ ଓ ସହରଞ୍ଚଳର ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ସୁଯୋଗ ପାଇଁ ଶିକ୍ଷା,ଆଶ୍ରମ ମାନଙ୍କରେ ସେବା ଆଦି କରି ଚାଲିଛନ୍ତି । ଛାତ୍ର ସମୟରେ ଏନସିସି,ଏନଏସଏସ,ଏନୱାଇପି ଦ୍ଵାରା ସେବା କାର୍ଯ୍ୟ କରିବା ସହ ଷ୍ଟୁଡେଣ୍ଟ୍ ଟ୍ରାଫିକ ଭଲେଣ୍ଟିଅର ଭାବେ ଟ୍ରାଫିକ ଶୃଙ୍ଖଳା ନିୟନ୍ତ୍ରଣ କରିବାରେ ଅଂଶ ଗ୍ରହଣ କରିଛନ୍ତି । ସେ ନିୟମିତ ଯୋଗ, ପ୍ରାଣାୟମ କରନ୍ତି । ତାଙ୍କ ଜୀବନ ଯାତ୍ରା ଶୁଦ୍ଧ,ଶାନ୍ତ,ଭଦ୍ର, ତ୍ୟାଗୀ,ସଂଜମୀ,ପରିଶ୍ରମୀ, ଅଧ୍ୟୟନ ପ୍ରେମୀ ବା ଜ୍ଞାନ ପିପାସୁ । ଏଥିସହ ସେ ଜାତୀୟ ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ ବହୁ ସଙ୍ଗଠନ ପକ୍ଷରୁ ସମ୍ମାନିତ ଆଉ ସମ୍ବର୍ଦ୍ଧିତ । 

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁର ପୌରପାଳିକା ଆନୁକୁଲ୍ୟରେ ଜନଗଣନା କାର୍ଯ୍ୟକ୍ରମ ଶୁଭାରମ୍ଭ

Sunil Chandra Nayak

ଓଜେୟୁ କଳାହାଣ୍ଡି ଶାଖା ପକ୍ଷରୁ ସାଧାରଣ ବୈଠକ ଓ ପରିଚାଳନା କମିଟି ଗଠନ ଅନୁଷ୍ଠିତ

Sunil Chandra Nayak

୩୦ତମ କଳାହାଣ୍ଡି ଜିଲ୍ଲା ସ୍ତରୀୟ ଭାରତ ସ୍କାଉଟ୍ସ ଓ ଗାଇଡ୍ସ କେମ୍ପୋରୀ ଉଦଘାଟିତ

masiha

Leave a Comment

error: Content is protected !!