ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାତୀୟ ସଡ଼କ ସୁରକ୍ଷା ମାସ-୨୦୨୫ ଉଦଯାପନୀ ଉତ୍ସବ ପାଳିତ 

ଜାତୀୟ ସଡ଼କ ସୁରକ୍ଷା ମାସ-୨୦୨୫ ଉଦଯାପନୀ ଉତ୍ସବ ପାଳିତ 

ରାୟଗଡ:-ତା. ୩୧/୦୧- ରlୟଗଡ଼ ଜିଲ୍ଲା ଜାତୀୟ ସଡ଼କ ସୁରକ୍ଷା ମାସର ଉଦଜାପନୀ ସମାରୋହ ଆଜି ସ୍ଥାନୀୟ ବିଜୁ ପଟ୍ଟନାୟକ ଅଡିଟୋରିଅମ ଠାରେ ଆନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ରାୟଗଡ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରୀ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ନିଜର ବକ୍ତବ୍ୟରେ କହିଲେ ଯେ ପୃଥିବୀରେ ଯେତେ ଦୁର୍ଘଟଣା ଘଟୁଛି ସେଥିରୁ ଭାରତରେ ସର୍ବାଧିକ l ସେଥି ପାଇଁ ସମସ୍ତଙ୍କର ସଚେତନତା ନିହାତି ଆବଶ୍ୟକ l ଦୁର୍ଘଟଣା କେବଳ ସହରରେ ହୁଏ ନହିଁ ଗ୍ରାମାଞ୍ଚଳରେ ମଧ୍ୟ ବହୁତ ହେଉଛି l ମଧ୍ୟପlନ ଓ ଦ୍ରୁତଗତି ଯୋଗୁଁ ଦୁର୍ଘଟଣା ମାତ୍ରl ବୃଦ୍ଧି ପାଉଛି l ନିଜେ ଯେତେ ଭଲ ଥାନ୍ତୁ ନା କାହିଁକି ଅନ୍ୟର ଭୁଲ ପାଇଁ ଦୁର୍ଘଟଣାର ଶିକାର ହୋଇଯିବେ l ଗାଡ଼ି ଚଳାଇଲା ବେଳେ ମାନସିକ ସ୍ଥିର କରିକି ଚଳାଇବେ ନଚେତ ଦୁର୍ଘଟଣା ଘଟିପାରେ l ଛାତ୍ରଛାତ୍ରୀ ମାନଙ୍କୁ କହିଥିଲେ ଯେ ଆପଣ ମନେ ଭବିଷତର ନାଗରିକ ଆଗକୁ ଦେଶ ପାଇଁ ଭଲ କାମ କରିବାକୁ ପଡିବ ବଳି କହିଥିଲେ l ସେହିପରି ପରି ଆରକ୍ଷୀ ଅଧିକ୍ଷିକା ରlୟଗଡ଼ ସୁଶ୍ରୀ ସ୍ୱାତୀ ଏସ କୁମାର ସମ୍ମାନିତ ଅତିଥି ଭାବରେ ଯୋଗଦେଇ ବକ୍ତବ୍ୟରେ କହିଲେ ଯେ ସଡ଼କ ସୁରକ୍ଷା ହେଉଛି ପରିବାରର ରକ୍ଷା l ଭାବନ୍ତୁ ନlହିଁ ଦୁର୍ଘଟଣା କେବଳ ଜଣକର ମୃତ୍ୟ ହେଉଛି କିନ୍ତୁ ଭାବି ଦେଖନ୍ତୁ ଜଣକ ପାଇଁ ସାରା ପରିବାର ଅକ୍ଷମ ହେଉଛି l ଗାଡ଼ି ଚଳାଇଲା ବେଳେ ସିଟି ବେଲ୍ଟ, ହେଲମେଟ ଵ୍ୟବହାର ନିହାତି ଜରୁରୀ l ଗାଡ଼ି ଚଳାଇଲା ବେଳେ ମଦ୍ୟପନ ଓ ମୋବାଇଲ ଵ୍ୟବହାର ଠାରୁ ଦୁରେଇ ରହନ୍ତୁ ନଚେତ ଆମେ ଲାଇସେନ୍ସ ରଦ୍ଧ କରିଦେବୁ ବୋଲି କହିଥିଲେ l ପିଲାମାନେ ନିଜର ବାପା ମାଙ୍କୁ ସିଟିବେଲ୍ଟ, ହେଲମେଟ ବ୍ୟବହାର ପାଇଁ କହିବାକୁ ଅନୁରୋଧ କରିଥିଲେ l ସେହିପରି ଅତିରକ୍ତ ଜିଲ୍ଲାପାଳ ଶ୍ରୀ ନିହାର କହଁର ଏବଂ ଅତିରିକ୍ତ ଅରକ୍ଷୀ ଅଧିକ୍ଷକ ଶ୍ରୀ ବିଷ୍ଣୁ ପ୍ରସାଦ ପାତ୍ର ଏହି କାର୍ଯ୍ୟକ୍ରମ ରେ ଯୋଗଦାନ ନିଜର ପ୍ରେରଣା ଦାୟୀ ଭାଷଣ ଜରିଆରେ ସଚେତନତା କରିଥିଲେ ଓ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ l କାର୍ଯ୍ୟକ୍ରମ କୁ ଅଞ୍ଚିଲିକ ପରିବହନ ଅଧିକାରୀ ଶ୍ରୀ ଶିବ ଶଙ୍କର ଚୌଧୁରୀ ଅଧ୍ୟକ୍ଷତା କରିଥିଲେ ବେଳେ ଏଭି ଆଇ ଶ୍ରୀ ରାଜ କୁମାର ବେହେରା, ଅତିରିକ୍ତ ଆରଟିଓ, ଅନ୍ୟ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ l ଜିଲ୍ଲାରେ ସଡ଼କ ଦୁର୍ଘଟଣା ମାମଲା ହ୍ରାସ କରିବା ନିମନ୍ତେ ସଡ଼କ ସୁରକ୍ଷା ମାସ ଜାନୁଆରୀ ୧ତାରିଖ ଠାରୁ ଆରମ୍ଭ କରାଯାଇ ଆସନ୍ତା ଜାନୁଆରୀ ୩୧ତାରିଖ ଯାଏଁ ଜିଲ୍ଲାରେ ପାଳନ କରାଯାଇଥିଲା l ଏହି ସମୟରେ ଜିଲ୍ଲାରେ ବ୍ୟାପକ କାର୍ଯ୍ୟକ୍ରମ ଓ ଜନସଚେତନତା ସୃଷ୍ଟି କରିବା ନିମନ୍ତେ ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ଶିବ ଶଙ୍କର ଚୌଧୁରୀ ଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଆୟୋଜିତ କରାଯାଇଥିଲା l ଶୋଭାଯାତ୍ରା, ରକ୍ତଦାନ ଶିବିର, ଚକ୍ଷୁ ପରୀକ୍ଷା ଶିବିର ଆୟୋଜନ କରାଯଇଥିଲା lଶିବିରରେ ବସ ମାଲିକ ସଙ୍ଘ, ଟ୍ରକ ମାଲିକ ସଙ୍ଘ,ଅଟଆସୋସିଏସନ,ଡ୍ରାଇଭର ମହାସଂଘ ଓ ଜନସାଧାରଣ ଛାତ୍ର ଛାତ୍ରୀ ଆଦି ବହୁ ସଂଖ୍ୟାରେ ସାମିଲ ହୋଇ ରକ୍ତ ଦାନ କରିଥିଲେ l 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଭବ୍ୟ ଲୋକାର୍ପଣ ଉତ୍ସବ ଅବସରରେ ଗୀତିନାଟ୍ୟ କାଞ୍ଚିକାବେରୀ ମଞ୍ଚସ୍ଥ

masiha

ଇସ୍ପାତ ସାହିତ୍ୟ ଖଟିରେ ବିଶ୍ୱ କବିତା ଦିବସ ପାଳିତ

masiha

ବିଜୁ ଏକ୍ସପ୍ରେସ ୱେ ବାଇକ ଦୁର୍ଘଟଣା,ବାଇକ ଚାଳକ ମୃତ୍ୟୁ,ପୋଲିସ ର ତଦନ୍ତ ଜାରି

masiha

Leave a Comment

error: Content is protected !!