ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନାଞ୍ଚଳ ସ୍ତରୀୟ ଜଙ୍ଗଲ ନିଆଁ ନିବାରଣ ସଚେତନତା ଉପଲକ୍ଷେ ରାୟଗଡ ବନାଞ୍ଚଳ ତରଫରୁ ତାଡମା ଆବାସିକ ଉଚ୍ଚ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଙ୍କୁ ନେଇ ସଚେତନତା ରାଲି

ବନାଞ୍ଚଳ ସ୍ତରୀୟ ଜଙ୍ଗଲ ନିଆଁ ନିବାରଣ ସଚେତନତା ଉପଲକ୍ଷେ ରାୟଗଡ ବନାଞ୍ଚଳ ତରଫରୁ ତାଡମା ଆବାସିକ ଉଚ୍ଚ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଙ୍କୁ ନେଇ ସଚେତନତା ରାଲି

ରାୟଗଡା :- ରାୟଗଡା ବନାଞ୍ଚଳ ତରଫରୁ ବନାଞ୍ଚଳ ସ୍ତରୀୟ ଜଙ୍ଗଲ ନିଆଁ ନିବାରଣ ସଚେତନତା ଉପଲକ୍ଷେ ତାଡମା ଆବାସିକ ଉଚ୍ଚ ବିଦ୍ୟାଳୟ ର ୧୨୦ ଜଣ ଛାତ୍ର ଛାତ୍ରୀ ଓ ୧୭ ଜଣ ସ୍କୁଲ ଶିକ୍ଷକ ଓ ଶିକ୍ଷୟତ୍ରୀ ଙ୍କୁ ନେଇ ସଚେତନତା ରାଲି ଅନୁଷ୍ଠିତ ହୋଇଥିଲା । ଏହି ରାଲି କୁ ବନାଞ୍ଚଳ ଅଧିକାରୀ ଶ୍ରୀ କାମେଶ୍ଵର ଆଚାରୀ ଓ ଆବାସିକ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀ ଲକ୍ଷ୍ମୀ ନାରାୟଣ ପାଳ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ର।ଲି ଗୋପାଳପୁର ଗ୍ରାମ ଠାରୁ ତାଡମା ଗ୍ରାମ ପର୍ଯ ନ୍ତ ହୋଇଥିଲା । ଏଥି ମଧ୍ୟରେ ଗୋପାଳପୁର ଗ୍ରାମ , ତାଡମା ଗ୍ରାମ ଓ ଚିନ୍ତାଲୀଗୁଡା ଗ୍ରାମ ଗୁଡିକରେ ବନକର୍ମଚାରୀ ଏବଂ ଛାତ୍ର ଛାତ୍ରୀ ମାନେ ସ୍ଲୋଗାନ ମାଧ୍ୟମରେ ଜଙ୍ଗଲ ନିଆଁ ନିବାରଣ ସଚେତନତା ବାର୍ତ୍ତା ଦେଇଥିଲେ । 

ଏହି ବାର୍ତ୍ତା ଦ୍ବାରା ଆଗାମୀ ଗ୍ରୀଷ୍ମ ଋତୁ ରେ ଜଙ୍ଗଲ ନିଆଁ କୁ କିପରି ନିୟନ୍ତ୍ରଣ ଓ ନିବାରଣ କରିବା ଓ ଜଙ୍ଗଲ ରେ କିପରି ନିଆଁ ନ ଲାଗିବ ସେ ଉପରେ ପ୍ରୟାସ ଓ ସେଥିରେ ବନ ବିଭାଗ କୁ ସହଯୋଗ କରିବାକୁ ଲୋକମାନଙ୍କୁ ଅନୁରୋଧ କରାଯାଇଥିଲା । ଏହା ସହ ଜଙ୍ଗଲ ନିଆଁ ଦ୍ବାରା ଜଙ୍ଗଲ ର କ୍ଷତି ଓ ତା ଦ୍ବାରା ମାନବ ସମାଜ ଉପରେ କି ପ୍ରକାର କୁପ୍ରଭାବ ପଡ଼େ ସେ ଉପରେ ଗ୍ରାମବାସୀ ଙ୍କ ସହ ଆଲୋଚନା କରାଯାଇଥିଲା ଓ ଆଗାମୀ ଦିନ ମାନଙ୍କରେ ଜଙ୍ଗଲ ନିଆଁ କିପରି ସମ୍ପୂର୍ଣ ବନ୍ଦ କରାଯାଇ ପାରିବ ସେ ବିଷୟରେ ଉପରୋକ୍ତ ଗ୍ରାମବାସୀ ଙ୍କୁ ମାର୍ଗଦର୍ଶନ କରାଯାଇଥିଲା । ଏହି ର।ଲି ରେ ୫ ଜଣ ବନପାଳ , ୧୫ ଜଣ ବନରକ୍ଷୀ , ୩୦ ଜଣ ପାରା ବନ କର୍ମଚାରୀ , ୧୨୦ ଜଣ ଛାତ୍ର ଛାତ୍ରୀ ଙ୍କ ସହ ୧୭ ଜଣ ସ୍କୁଲ ଶିକ୍ଷକ ଓ ଶିକ୍ଷୟତ୍ରୀ ଭାଗ ନେଇଥିଲେ । 

ଏହି କାର୍ଯକ୍ରମ ଟି ରାୟଗଡା ବନପାଳ ଶ୍ରୀ ଗୌରି ଶଙ୍କର ସାହୁ , ଗୁମ୍ମା ବନପାଳ ଶ୍ରୀ ଡମ୍ବରୁଧର ନାୟକ, କୁମତାଲପେଟା ବନପାଳ ଶ୍ରୀ ପ୍ରଦ୍ୟୁମ୍ନ କୁମାର ବେହେରା , ବନପାଳ ଶ୍ରୀମତୀ ପଦ୍ମାବତୀ ପାଢି ଏବଂ ବନପାଳ ଶ୍ରୀ ରବି ଚନ୍ଦ୍ର ପାତ୍ର, ବନରକ୍ଷୀ ଶ୍ରୀ ସନ୍ତୋଷ କୁମାର ପାଣିଗ୍ରାହୀ , ଶ୍ରୀ ସମୀର କୁମାର ସାହୁ, ଶ୍ରୀମତୀ ଶକୁନ୍ତଳା କୋଣ୍ଡାଗୋରୀ , ଶ୍ରୀ ବି ଭାସ୍କର , ଶ୍ରୀ ପ୍ରସାଦ ବେହେରା , ଶ୍ରୀ ପ୍ରଦୀପ ସାହୁ , ଶ୍ରୀ ଲାବଣ୍ୟ ମାଝି ଙ୍କ ଦ୍ବାରା ସୁ ପରିଚାଳନା କରାଯାଇଥିଲା ।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ସୁନାବେଡା ଅଭୟାରଣ୍ୟର ସମସ୍ୟା ଏବଂ ପହରିଆ ଆଦିମ ଜନଜାତିଙ୍କୁ ପାରମ୍ପାରିକ ଜଙ୍ଗଳ ଅଧିକାର ଆଇନ ଅନ୍ତର୍ଭୁକ୍ତ କରିବା ନେଇ ଜନଶକ୍ତି ଅଭିଯାନ ଆବାହକ ପ୍ରଫୁଲ୍ଲ ସାମନ୍ତରା ସାମ୍ବାଦିକ ସମ୍ମିଳନୀ 

Sunil Chandra Nayak

ରାଇରଙ୍ଗପୁରରେ ଅଲ୍ ଇଣ୍ଡିଆ ଡେମୋକ୍ରେଟିକ ୟୁଥ୍ ଅରଗାନାଇଜେସନ ଆନୁକୁଲ୍ୟରେ ୮ ଦଫା ଦାବି ନେଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା

masiha

ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଵୈଜଲପୁର ଠାରେ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା ଉଦଯାପିତ

masiha

Leave a Comment

error: Content is protected !!