ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ଅଧିକାର ଅଧିନିୟମ- ୨୦୧୬- ସଚେତନତା ଶିବିର

ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ଅଧିକାର ଅଧିନିୟମ- ୨୦୧୬- ସଚେତନତା ଶିବିର

ଆଜି ତା-୩୧.୦୧.୨୦୨୫ ରିଖରେ ରାଜ୍ୟ ଭିନ୍ନକ୍ଷମ ଆଯୁକ୍ତ , ଓଡିଶା, ଭୁବନେଶ୍ବରଙ୍କ ଦ୍ଵାରା ସ୍ଥାନୀୟ ଜିଲ୍ଲା ପରିଷଦ, ରାୟଗଡ଼ ସମ୍ମିଳନୀ କକ୍ଷରେ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ଅଧିକାର ଅଧିନିୟମ- ୨୦୧୬ ବିଷୟରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଅଛି । ଏହି ଶିବିରରେ ଶ୍ରୀମତୀ ବ୍ରତାତି ହରିଚନ୍ଦନ , ରାଜ୍ୟ ଭିନ୍ନକ୍ଷମ ଆଯୁକ୍ତ , ଓଡିଶା ଅଧ୍ୟକ୍ଷତା କରିଥିଲେ ଏବଂ ଅତିରିକ୍ତ ଜିଲ୍ଲାପାଳ, ରାୟଗଡ଼ ସଭା ପରିଚାଳନା କରିଥିଲେ । ଏହି ଶିବିରରେ ଜୟଶ୍ରୀ ତ୍ରିପାଠୀ , ଆର୍ଥିକ ଉପଦେଷ୍ଟା –ତଥା- ଅତିରିକ୍ତ ଶାସନ ସଚିବ , ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ , ଓଡିଶା , ଭୁବନେଶ୍ବର , ଶ୍ରୀ ନିହାର ରଞ୍ଜନ କନହର, ଅତିରିକ୍ତ ଜିଲ୍ଲାପାଳ, ରାୟଗଡ଼ , ଅକ୍ଷୟ କୁମାର ଖେମୂଣ୍ଡ, ମୁଖ୍ୟ ଉନ୍ନୟନ ଅଧିକାରୀ –ତଥା – ନିର୍ବାହୀ ଅଧିକାରୀ , ଜିଲ୍ଲା ପରିଷଦ , ରାୟଗଡ଼ , ଶ୍ରୀ ଲାଲମୋହନ ରାଉତରାୟ, ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ , ଶ୍ରୀ ଗସ୍ନାର ବୋରଳା , ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ରାୟଗଡ଼, ଶ୍ରୀମତୀ ପୁଷ୍ପଲତା ଦୀକ୍ଷିତ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ରାୟଗଡ଼, , ଶ୍ରୀ ବସନ୍ତ କୁମାର ପ୍ରଧାନ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ରାୟଗଡ଼, ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ତହସିଲଦାର , ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ସମସ୍ତ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ, ଶ୍ରୀ ଶ୍ରୀକାନ୍ତ କୁମାର ପାଣିଗ୍ରାହୀ ,ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ, ରାୟଗଡ଼ ଏବଂ ଶ୍ରୀ ଏଲ ସନ୍ତୋଷ କୁମାର, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ, ଗୁଣପୁର, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ କାର୍ଯ୍ଯଳୟର ସମସ୍ତ କନିଷ୍ଠ ସହାୟକ ଏବଂ ରାୟଗଡ଼ ଜିଲ୍ଲାର ସମସ୍ତ ଭିନ୍ନକ୍ଷମ ସଂଘଠନର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ । ଏହି ଶିବିରରେ ଭିନ୍ନକ୍ଷମ ମାନଙ୍କର ଅଧିକାର ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ ଏବଂ ସରକାରୀ ଅଧିକାରୀ ମାନେ ଭିନ୍ନକ୍ଷମ ମାନଙ୍କ ସମସ୍ଯା ଗୁଡିକ କିଭଳି ତ୍ଵରିତ ଭାବରେ ସମାଧାନ କରିପାରିବେ ଏବଂ ସେମାନଙ୍କ ପ୍ରତି ଦାୟିତ୍ଵ ଓ କର୍ତ୍ତବ୍ୟ ବିଷୟରେ ଅବଗତ କରିଥିଲେ। ଦିବ୍ୟାଙ୍ଗ ମାନଙ୍କ ପାଇଁ ସିଏସଆର ପାଣ୍ଠିର ୫%ଖର୍ଚ୍ଚ କରିବାକୁ ଅତିରିକ୍ତ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଥିଲେ l ସ୍ୱତନ୍ତ୍ର ସ୍କୁଲ ଓ ଡ଼ିଡ଼ିଅlରସି ପାଇଁ ସରକାରଙ୍କୁ ପ୍ରସ୍ତାବ ଦେବାକୁ କହିଥିଲେ l ଦିବ୍ୟlଙ୍ଗ ମାନଙ୍କ ନିମନ୍ତେ ଅlଧlର କାର୍ଡ ବ୍ୟବସ୍ଥା କରିବାକୁ ଅନୁରୋଧ କରିଥିଲେ lଏହି ଅବସରରେ ଦୁଇ ଜଣ ଭିନ୍ନକ୍ଷମ ହିଥାଧିକାରୀଙ୍କୁ ଇ-ରିକ୍ଶା ବଣ୍ଟନ କରାଯାଇଥିଲା ଶେଷରେ ଅତିରିକ୍ତ ଜିଲ୍ଲାପାଳ ସମସ୍ତଙ୍କ ଧନ୍ୟବାଦ ଅର୍ପଣ କରିଥିଲେ । 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

କଙ୍କଡାହାଡ ବ୍ଲକରେ ଚତୁର୍ଥ ସମିତି ସାଧାରଣ ଅଧିବେଶନ ଅନୁଷ୍ଠିତ

Sunil Chandra Nayak

ଚଇତି ଓ ପଲ୍ଲିଶ୍ରୀ ମେଳା ୨୦୨୩ ଉଦ୍ଘାଟିତ, ରାୟଗଡ ଜିଲ୍ଲାର ବିକାଶ ଓ ବିକଶିତ ଜିଲ୍ଲା ଗଠନ ପାଇଁ ଅତିଥି ଗଣଙ୍କ ଆହ୍ବାନ

masiha

ମା ଅମ୍ବିକା ବିଶ୍ବ କଲ୍ଯାଣୀ ସାହିତ୍ୟ ସଂସଦର ବାର୍ଷିକ ଉତ୍ସବ 

masiha

Leave a Comment

error: Content is protected !!