ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାଟ୍ରିକ ପରୀକ୍ଷାଫଳ ରେ ବିଜରାଗୁଡ଼ା କନ୍ୟାଶ୍ରମର ରାଜ୍ୟ ସ୍ତରୀୟ ସଫଳତା

ନବରଙ୍ଗପୁର–(ମସିହା)ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ବିଜରାଗୁଡା ଉଚ୍ଚ ବାଳିକା ବିଦ୍ୟାଳୟ ର ସର୍ବମୋଟ ୧୧୧ ଜଣ ପରୀକ୍ଷା ଦେଇଥିବା ବେଳେ ସମସ୍ତେ ଭଲ ନମ୍ବର ରଖି ପାସ ହୋଇଥିବା ଜଣାପଡିଛି।ସେମାନଙ୍କ ମଧ୍ୟରୁ ଏ-୨ ରେ ୨୩ ଜଣ, ବି-୧ ରେ ୭୦ଜଣ ଏବଂ ବି-୨ ରେ ୧୮ ଜଣ ପାସ ହୋଇଥିବା ଜଣାପଡିଛି। ଉକ୍ତ ପାସ ହାରକୁ ଦୃଷ୍ଟିରେ ରଖି ରାଜ୍ୟ ମଙ୍ଗଳ ବିଭାଗ ତରଫରୁ ପ୍ରକାଶିତ ରାଜ୍ୟ ସ୍ତରୀୟ ଟପ ୨୦ ବିଦ୍ୟାଳୟ ମଧ୍ୟରୁ ବିଜରାଗୁଡ଼ା କନ୍ୟାଶ୍ରମ ୧୮ତମ ସ୍ଥାନ ଗ୍ରହଣ କରିଛି।। ଏହି ଖବର ଜାଣିବା ପରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ କରୁଣାକର ନାୟକ ଏହି ଉପଲବ୍ଧି ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସମେତ ବିଦ୍ୟାଳୟର ଅନ୍ୟ ସମସ୍ତ କର୍ମଚାରୀ ମାନଙ୍କ ର ବୋଲି କହିଛନ୍ତି। ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ପ୍ରମୋଦ ରଥ, ତ୍ରିଲୋକ ନାଥ ବିଷୋୟୀ , ମନୋକ କୁମାର ପଟ୍ଟନାୟକ, କାହ୍ନୁ ଚରଣ ପଟ୍ଟନାୟକ, ପି. ଧରଣୀଧର, ନିବେଦିତା ସିଂ, ଶୁଭଶ୍ରୀ ବରାଡ଼, ସୁନିତା ତ୍ରିପାଠୀ, ସୌରଭ ସାହୁ, ପଦ୍ମା ଖରା ଏବଂ ବିଦ୍ୟାଳୟ ସଭାପତି ହେମନ୍ତ ଭତ୍ରା ପ୍ରମୁଖ ଛାତ୍ରୀ ମାନଙ୍କୁ ଶୁଭେଛା ଜଣାଇଛନ୍ତି।ସୂଚନାଯୋଗ୍ୟ ଯେ ଗତ ବର୍ଷ ମଧ୍ୟ ଏହି ବିଦ୍ୟାଳୟ କୁ ରାଜ୍ୟ ସ୍ତରରେ ପୁରସ୍କୃତ କରାଯାଇଥିଲା।

ନବରଙ୍ଗପୁର ଜିଲ୍ଲା ରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳାରେ ଆମ୍ ଆଦମୀ ପାର୍ଟି ଢେଙ୍କାନାଳ ଶାଖା ପକ୍ଷରୁ ଜଳଛତ୍ର

Sunil Chandra Nayak

ସଚେତନ ନାଗରିକ ମଞ୍ଚର ନବମ ବାର୍ଷିକୋତ୍ସବ ଓ ଆଲୋଚନାଚକ୍ର ଆସନ୍ତା ୧୬ ରେ…

Sunil Chandra Nayak

ଅସହାୟ ଲୋକଙ୍କୁ ସାହାଯ୍ୟ ର ହାତ ବଢ଼ାଇଲେ ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ  ୧୦ଟି ପଞ୍ଚାୟତରେ ୩୩୦୦ ରୁ ଉର୍ଦ୍ଧ ଲୋକଙ୍କୁ ଶୀତ ବସ୍ତ୍ର ବା କମଳ ବଣ୍ଟନ କାର୍ଯ୍ୟକ୍ରମ 

Sunil Chandra Nayak

Leave a Comment

error: Content is protected !!