ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ଲୋକସଭା ଓ ଜିଲ୍ଲାର ଚାରୋଟି ବିଧାନସଭା ନିର୍ବାଚନମଣ୍ଡଳୀ ର ନିର୍ବାଚନ ପ୍ରସ୍ତୁତି ଓ ପରିଚାଳନା ସମ୍ପର୍କରେ ସାଧାରଣ ପର୍ଯ୍ୟବେକ୍ଷକ ଙ୍କ ସମୀକ୍ଷା ବୈଠକ 

ନବରଙ୍ଗପୁର ଲୋକସଭା ଓ ଜିଲ୍ଲାର ଚାରୋଟି ବିଧାନସଭା ନିର୍ବାଚନମଣ୍ଡଳୀ ର ନିର୍ବାଚନ ପ୍ରସ୍ତୁତି ଓ ପରିଚାଳନା ସମ୍ପର୍କରେ ସାଧାରଣ ପର୍ଯ୍ୟବେକ୍ଷକ ଙ୍କ ସମୀକ୍ଷା ବୈଠକ 

ନବରଙ୍ଗପୁର:(.୨୭|୪)( ରବି ନାରାୟଣ ମହାନ୍ତି)ଚଳିତ ସାଧାରଣ ନିର୍ବାଚନ କୁ ଅବାଧ, ନିରପେକ୍ଷ,ସ୍ଵଚ୍ଛ ଓ ଶାନ୍ତିପୂର୍ଣ୍ଣ ଭାବରେ ପରିଚାଳନା କରିବା ପାଇଁ ନବରଙ୍ଗପୁର ଜିଲ୍ଲାର ଲୋକସଭା ନିର୍ବାଚନ ମଣ୍ଡଳୀ ୭୩, ଉମରକୋଟ ୭୪, ଝରିଗାଁ, ୭୫, ନବରଙ୍ଗପୁର ଓ ୭୬ ଡାବୁଗାଁ ବିଧାନସଭା ନିର୍ବାଚନମଣ୍ଡଳୀ ର ନିର୍ବାଚନ ପରିଚାଳନା ର ତଦାରଖ କରିବା ପାଇଁ ସାଧାରଣରେ ପର୍ଯ୍ୟବେକ୍ଷକ ଭାବେ ଭାରତ ନିର୍ବାଚନ ଆୟୋଗଙ୍କ ଦ୍ଵାରା ଶ୍ରୀ ପଲ୍ଲଭ ଗୋପାଳ ଝା, ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଙ୍କୁ ନିଯୁକ୍ତି ଦିଆଯାଇଛି। ସାଧାରଣ ପର୍ଯ୍ୟବେକ୍ଷକ ଶ୍ରୀ ଝା ସ୍ଥାନୀୟ ସର୍କିଟ ହାଉସ ରେ ରହି ସାଧାରଣ ନିର୍ବାଚନ ପରିଚାଳନା ର ତଦାରଖ କରିବେ। ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ର ଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପରିଷଦ ସମ୍ମିଳନୀ ଗୃହରେ ଅନୁଷ୍ଠିତ ସାଧାରଣ ନିର୍ବାଚନ ପ୍ରସ୍ତୁତି ଓ ପରିଚାଳନା ସମୀକ୍ଷା ବୈଠକରେ ସାଧାରଣ ପର୍ଯ୍ୟବେକ୍ଷକ ଶ୍ରୀ ଝା ଯୋଗଦେଇ ଜିଲ୍ଲାରେ ଆସନ୍ତା ମେ ୧୩ ତାରିଖ ରେ ହେବାକୁ ଥିବା ସାଧାରଣ ନିର୍ବାଚନ ପାଇଁ ଆବଶ୍ୟକ ପ୍ରସ୍ତୁତି ଓ ପରିଚାଳନା ସମ୍ପର୍କରେ ସମୀକ୍ଷା କରିଥିଲେ। ଜିଲ୍ଲାପାଳ ଡଃ ମିଶ୍ର ଜିଲ୍ଲାପ୍ରଶାସନ ତରଫରୁ ସାଧାରଣ ନିର୍ବାଚନ କୁ ଅବାଧ, ନିରପେକ୍ଷ ସ୍ଵଚ୍ଛ ଓ ଶାନ୍ତିପୂର୍ଣ୍ଣ ଭାବରେ ପରିଚାଳନା କରିବା ପାଇଁ ଜିଲ୍ଲା ସ୍ତରରୁ ବୁଥ୍ ସ୍ତରୀୟ ଆବଶ୍ୟକ ସମସ୍ତ ବ୍ୟବସ୍ଥା, ପ୍ରସ୍ତୁତି ଓ ପରିଚାଳନା ସମ୍ପର୍କରେ ସାଧାରଣ ପର୍ଯ୍ୟବେକ୍ଷକ ଶ୍ରୀ ଝା ଙ୍କୁ ପ୍ରୋଜେକ୍ଟର ମାଧ୍ୟମରେ ଅବଗତ କରାଇଥିଲେ । ସାଧାରଣ ପର୍ଯ୍ୟବେକ୍ଷକ ଶ୍ରୀ ଝା ନିର୍ବାଚନ ପ୍ରସ୍ତୁତି ଓ ପରିଚାଳନା ସମ୍ପର୍କରେ ସମୀକ୍ଷା କରି ସନ୍ତୁଷ୍ଟି ପ୍ରକାଶ କରି ଅବାଧ, ନିରପେକ୍ଷ, ସ୍ଵଚ୍ଛ ଓ ଶାନ୍ତିପୂର୍ଣ୍ଣ ନିର୍ବାଚନ କାର୍ଯ୍ୟର ସୁପରିଚାଳନା ପାଇଁ ନିଯୁକ୍ତି ଥିବା ସମ୍ପୃକ୍ତ ସମସ୍ତ ଟିମ୍ ର ଅଧିକାରୀ, କର୍ମଚାରୀ ଅଧିକ ଯତ୍ନବାନ୍ ହୋଇ ନିଜର ଦାୟିତ୍ଵ ତୁଲାଇବା ପାଇଁ ପରାମର୍ଶ ଦେଇଥିଲେ। ଏହି ଅବସରରେ ଭୋଟର ସଚେତନତା ସମ୍ପର୍କିତ ଆଂଚଳିକ ଭାଷାରେ ତିଆରି କରାଯାଇଥିବା ରାପ ଗୀତ ର ଏକ ଭିଡିଓ ଆଲବମ୍ ଓ ପ୍ରଥମ ଥର ପାଇଁ ଭୋଟ ଦେଉଥିବା ଯୁବ ଭୋଟର ମାନଙ୍କୁ ଜିଲ୍ଲାପ୍ରଶାସନ ତରଫରୁ ଉତ୍ସାହିତ ଉଦ୍ଦେଶ୍ଯ ରେ ଜିଲ୍ଲାପାଳଙ୍କ ଦ୍ଵାରା ପ୍ରେରିତ ପୋଷ୍ଟ କାର୍ଡ ସାଧାରଣ ପର୍ଯ୍ୟବେକ୍ଷକ ଶ୍ରୀ ଝା ଙ୍କ ଦ୍ଵାରା ଶୁଭ ଉନ୍ମୋଚନ ହୋଇଥିଲା। ଏହି ସମୀକ୍ଷା ବୈଠକରେ ନବରଙ୍ଗପୁର ଲୋକସଭା ଖର୍ଚ୍ଚ ପର୍ଯ୍ୟବେକ୍ଷକ ଅର୍ଣ୍ଣବ ମୁଖାର୍ଜୀ, ଜିଲ୍ଲା ର ସମସ୍ତ ବିଧାନସଭା ର ଖର୍ଚ୍ଚ ପର୍ଯ୍ୟବେକ୍ଷକ ଟି ପି. ସଲିମ କୁମାର, ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ର,ଆରକ୍ଷୀ ଅଧିକ୍ଷକ ରୋହିତ ବର୍ମା, ଅତିରିକ୍ତ ଜିଲାପାଳ (ସାଧାରଣ) ମହେଶ୍ବର ନାୟକ, ଅତିରିକ୍ତ ଜିଲ୍ଲାପାଳ( ରାଜସ୍ଵ) ନବୀନ ଚନ୍ଦ୍ର ନାୟକ, ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲାପରିଷଦ ବିରଞ୍ଚିନାରାୟଣ ଦରୱାନ,ଉପ ଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର ଙ୍କ ସମେତ ସମସ୍ତ ଜିଲ୍ଲା ନୋଡାଲ ଅଫିସର,ବିଭିନ୍ନ ଟିମ୍ ର ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଧର୍ମଗଡ ରେ ଆମ୍ବେଦକରଙ୍କ ପରିନିର୍ବାଣ ଦିବସ ପାଳିତ

masiha

ସାପ କାମୁଡାରେ ଯୁବକ ଗୁରୁତର 

Sunil Chandra Nayak

ରାଇରଙ୍ଗପୁର ଉପଖଣ୍ଡ ତାଲୁକ ଆଇନ ସେବା ସମିତି ଆନୁକୁଲ୍ୟରେ ରାଇରଙ୍ଗପୁର ମହାବିଦ୍ୟାଳୟରେ ମହିଳା ସଶସ୍ତ୍ରତ୍ରିକରଣ ନେଇ ସେଚେତନତା କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!