ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରିଷିଡ଼ା କୁମ୍ଭାରପଡ଼ା ଠାରେ ବିଧାୟିକାଙ୍କ ଦ୍ୱାରା ନୂତନ କଲ୍ୟାଣ ମଣ୍ଡପ ଉଦଘାଟିତ

ରିଷିଡ଼ା କୁମ୍ଭାରପଡ଼ା ଠାରେ ବିଧାୟିକାଙ୍କ ଦ୍ୱାରା ନୂତନ କଲ୍ୟାଣ ମଣ୍ଡପ ଉଦଘାଟିତ

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ରିଷିଡ଼ା କୁମ୍ଭାରପଡ଼ା ଠାରେ ନୂତନ ଭାବେ ନିର୍ମାଣ ହୋଇଥିବା କଲ୍ୟାଣ ମଣ୍ଡପ ଉଦ୍ଘାଟନ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ମାନ୍ୟବର ନର୍ଲା ବିଧାୟିକା ଶ୍ରୀମତୀ ମନୋରମା ମହାନ୍ତି ଯୋଗ ଦେଇ ଶୁଭ ଉଦଘାଟନ କରିଥିଲେ l ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଅଧ୍ୟକ୍ଷା ପଞ୍ଚାୟତ ସମିତି କର୍ଲାମୁଣ୍ଡା ଶ୍ରୀମତୀ କୁନୀ ସାହୁ, ବି.ଡି.ଓ କର୍ଲାମୁଣ୍ଡା ଦେବେନ୍ଦ୍ର ସାମଲ, ଜିଲ୍ଲା ପରିଷଦ ସଭ୍ୟ ଜୋନ-କ ମହେନ୍ଦ୍ର ରଣା, ରିଷିଡ଼ା ସରପଞ୍ଚ ଶ୍ରୀମତୀ ସେବତୀ ରଣା, ରିଷିଡ଼ା ଗ୍ରା.ପ. ସମିତି ସଭ୍ୟ ନିମାଇଁ ଚରଣ ବେହେରା, ପୌରକେଲା ସରପଞ୍ଚ ଯଶସ୍ଵିନୀ ଧରୁଆ, କର୍ଲାମୁଣ୍ଡା ବ୍ଲକ ବିଜେଡି ‌ସଭାପତି ଯଶୋବନ୍ତ ସାହୁ, ଗ୍ରାମ କମିଟି ସଭାପତି ନାରାୟଣ ରଣା, ସଂପାଦକ ପ୍ରେମାନନ୍ଦ ପାତ୍ର ପ୍ରମୁଖ ମଞ୍ଚାସିନ ଥିବାବେଳେ ନରୋତ୍ତମ ସେଲମା ମଞ୍ଚ ପରିଚାଳନା କରିଥିଲେ । ଏଥିରେ ମନୋଜ ରଣା, ରମେଶ ବାରିକ, ସୁଶାନ୍ତ ମଲ୍ଲିକ, ଯୁଗଳ କିଶୋର ନାଏକ, ଲିପୁନ ରଣା, ବିଜେଡି ନେତ୍ରୀ ମନ୍ଦିରା ନାଏକ, ନାଏବ ସରପଞ୍ଚ ନରେଶ କେଡ଼ିଆ, ଦେବେନ୍ଦ୍ର ରଣା, ସୋନୁ ରଣା, ବିଶିଷ୍ଟ ଉଦ୍ୟୋଗପତି ଶିବଲାଲ କେଡିଆଙ୍କ ସମେତ ଗ୍ରାମର ମହିଳା ମାନେ ମଧ୍ୟ ଉପସ୍ଥିତ ରହିଥିଲେ ।

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ମର୍ମନ୍ତୁତ ସଡ଼କ ଦୁର୍ଘଟଣା , ୧ ମୃତ

Sunil Chandra Nayak

ଆୟୁଷ୍ମାନ୍ କାର୍ଡରେ ଠକେଇ ଅଭିଯୋଗ। ଜିଲ୍ଲାପାଳଙ୍କ ତଦନ୍ତ ପରେ ସାମ୍ନାକୁ ଆସିଲା ସତ୍ୟ , ରୋଗୀଙ୍କୁ ୪ଗୁଣା ଟଙ୍କା ଫେରାଇଲେ ନସିଂହୋମ କର୍ତ୍ତୃପକ୍ଷ

ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ 

Leave a Comment

error: Content is protected !!