ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୁର୍ଘଟଣାରେ ପୋଲିଂ କର୍ମଚାରୀଙ୍କ ମୃତ୍ୟୁ:୧୫ ଲକ୍ଷ ଟଙ୍କାର ସହାୟତା ଘୋଷଣା 

ଦୁର୍ଘଟଣାରେ ପୋଲିଂ କର୍ମଚାରୀଙ୍କ ମୃତ୍ୟୁ:୧୫ ଲକ୍ଷ ଟଙ୍କାର ସହାୟତା ଘୋଷଣା 

ନବରଙ୍ଗପୁର:(୧୨|୫)(ରବିନାରାୟଣମହାନ୍ତି)ନବରଙ୍ଗପୁର ଜିଲ୍ଲା ଉମରକୋଟ ପୌରାଞ୍ଚଳ ରେ ଏକ ବାଇକ ଧକ୍କାରେ ଜଣେ କର୍ମଚାରୀଙ୍କ ମୃତ୍ୟୁ ହୋଇଛି l ତାଙ୍କ ନାମ ଅଲେଖ ରନ୍ଧାରୀ, ଘର ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ଥାନା କକଡି ସେମଳା ଗାଁରେ l ସେ କକଡି ସେମଳା ଉଚ୍ଚ ବିଦ୍ୟାଳୟରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ କାର୍ଯ୍ୟରତ ଥିଲେ l ତାଙ୍କୁ ୫ ନମ୍ବର ପୋଲିଂ କର୍ମଚାରୀ ଭାବେ ନିୟୋଜିତ କରାଯାଇଥିଲା ନିର୍ବାଚନ ପାଇଁ ପୋଲିଂ ପାର୍ଟି ସହ ଉମରକୋଟର ସ୍ଵାମୀ ବିବେକାନନ୍ଦ ବିଦ୍ୟା ମନ୍ଦିର ବୁଥ୍ ନମ୍ବର ୧୯୬ କୁ ଆସିଥିଲେ ଶ୍ରୀ ରନ୍ଧାରୀ l ବସରୁ ଓହ୍ଲାଇ ବୁଥ କୁ ଯିବା ସମୟରେ ତାଙ୍କୁ ପଛ ପଟୁ ଏକ ବାଇକ ଆସି ଧକ୍କା ଦେଇଥିଲା ସେ ରାସ୍ତା ପାର୍ଶ୍ଵକୁ ଛିଟିକି ପଡି ଗୁରୁତର ହୋଇଥିଲେ l ସାଙ୍ଗରେ ଥିବା ଅନ୍ୟ ଅଧିକାରୀ ମାନେ ତୁରନ୍ତ ଶ୍ରୀ ରନ୍ଧାରୀ ଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା l ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ବାଇକ ଓ ଡି ୧୦ ପି ୯୧୯୨ କୁ ଜବତ କରିଥିଲେ l ବାଇକ ଚାଳକ ଫେରାର ହୋଇଯାଇଛି । ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତ ଦେହ ହସ୍ତାନ୍ତର କରାଯାଇଛି l ଏ ନେଇ ଥାନାରେ ଏକ ମାମଲା ରୁଜୁ କରି ତଦନ୍ତ ଚାଲିଥିବା ପୋଲିସ କହୁଛି ଅନ୍ୟପକ୍ଷରେ ଶ୍ରୀ ରନ୍ଧାରୀଙ୍କ ବିୟୋଗରେ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ନିକୁଞ୍ଜ ବିହାରୀ ଧଳ ଗଭୀର ଶୋକ ପ୍ରକାଶ କରିଛନ୍ତି l ମୃତକଙ୍କ ପରିବାରଙ୍କୁ ୧୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରିବାକୁ ଘୋଷଣା କରିଛନ୍ତି l ଏନେଇ ସମସ୍ତ ପ୍ରକ୍ରିୟା ତୁରନ୍ତ କରିବାକୁ ନବରଙ୍ଗପୁର ଜିଲ୍ଲାପାଳ ଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ରାଜ୍ୟପାଳଙ୍କୁ ଭେଟିଲେ ପ୍ରକୃତି ପ୍ରେମୀ ସୁମନ୍ତ କୁମାର ଜେନା

masiha

ଓଡ଼ିଶା ଡ୍ରାଇଭର ମହାସଂଘକୁ ସମର୍ଥନ ଜଣାଇ ବନ୍ଧୁଗାଁ ଡ୍ରାଇଭର ସଂଘ ତରଫରୁ ଷ୍ଟିରିଙ୍ଗ ଛାଡ ଆନ୍ଦୋଳନ

Sunil Chandra Nayak

ଲିଙ୍ଗଗତ ସମାନତା ଓ ମହିଳା ସଶକ୍ତିକରଣ ତାଲିମ 

masiha

Leave a Comment

error: Content is protected !!