ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରେବତୀ ର ଚିକତ୍ସା କଣ ହୋଇପାରିବନି ?ପ୍ରଶାସନ ସହାୟତା କରିବେନି ? ଭୁବନେଶ୍ୱର ରେ ତମ ଚିକିତ୍ସା ହେବ କହି ଛାଡି ଦେଲେ

ତେନ୍ତୁଳିଖୁଣ୍ଟି ୦୬/୦୮/୨୩ //ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ପରଜା ବାରଙ୍ଗ ପଦର ଗ୍ରାମ ପଞ୍ଚାୟତ ଖାତିଗୁଡା ଗ୍ରାମ ର ଗଙ୍ଗାଧର ଓ ସୁରେଖା କୁମ୍ଭାର ଙ୍କ ଝିଅ ରେବତୀ ର ଚିକିତ୍ସା ପାଇଁ ଅର୍ଥ ବାଧକ ଖବର ପ୍ରକାଶ ପରେ ୩୦ ତାରିଖ ଦିନ ଜିଲା ଚିକିତ୍ସାଧିକାରୀ ତତ୍ପରତା ଦେଖାଇ ଜିଲ୍ଲା ଚିକିତ୍ସାଳୟ କୁ ନେଲେ ,କିନ୍ତୁ ଏଠାରେ ଚିକତ୍ସା ହୋଇ ପାରିବନି ଭୁବନେଶ୍ୱର ନେବାକୁ ପଡିବ କହି ଘରକୁ ଛାଡି ଦେଇଛନ୍ତି। ସି ଡି ଏମ ଓ ଡାକ୍ତର କାଳି ପ୍ରସାଦ ବେହେରା କହିଥିଲେ ରେବତୀ କୁମ୍ଭାର ଙ୍କ ଚିକିତ୍ସା ପାଇଁ ଇନ୍ଦ୍ରାବତୀ ଚକ୍ଷୁଚିକିତ୍ସାଳୟ କୁ ନେବୁ ସେଠାରେ ରେବତୀ ର ସ୍ୱାସ୍ଥ୍ୟ ଯାଞ୍ଚ କରା ଯିବ ଏଠାରେ ରେବତୀ ର ଚକ୍ଷୁ ଚିକିତ୍ସା ନ ହୋଇ ପାରିଲେ ଭୁବନେଶ୍ୱର ପଠାଇବା ବ୍ୟବସ୍ଥା କରାଯିବ ଓ ଆମେ ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବୁ। କିନ୍ତୁ ଏବେ ଭୁବନେଶ୍ୱର ଏଲ ଭି ପ୍ରସାଦ ଚକ୍ଷୁ ଚିକିତ୍ସାଳୟ କୁ ରେଫର କରି ଛାଡି ଦେଇଛନ୍ତି। ଷ୍ଟେଫାୟଲମ ରୋଗ ର ଶିକାର ହେବା ଉଲ୍ଲେଖ କରିଛନ୍ତି। ସହଜରେ ଏମାନେ ଶିକ୍ଷା ଦୀକ୍ଷାରୁ ଦୂରରେ ,ଭୁବନେଶ୍ୱର କଣ ନବରଙ୍ଗ ପୁର ସହରରେ ଡାକ୍ତରଖାନା କି ଜିଲ୍ଲାପାଳ କାର୍ଯ୍ୟାଳୟ ଦେଖି ନାହଁନ୍ତି ,ସେମାନେ ନିଜେ ଯାଇ ରେବତୀ ର ଚିକିତ୍ସା କରାଇବା ସମ୍ଭବ ଭଳି ଲାଗୁନି । 16 ବର୍ଷ ପରେ ରେବତୀ ଚିକତ୍ସିତ ହୋଇ ଦୁନିଆ ଦେଖିବ ବୋଲି ଯେଉଁ ଆଶା ଥିଲା ତାହା ମଉଳି ଗଲା। 

ସେପଟେ ରେବତୀ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ନାମ ନଥିବାର ସ୍ୱାସ୍ଥ୍ୟ ବୀମା ଯୋଜନାରୁ ବଞ୍ଚିତ । ବୋଧହୁଏ ପ୍ରଶାସନ ରେବତୀ ର ଚକ୍ଷୁ ଚିକିତ୍ସା ଦାୟିତ୍ୱ ନେବେନି କ୍ରା ଉଡ଼ ଫଣ୍ଡିଙ୍ଗ ହିଁ ଏକମାତ୍ର ବିକଳ୍ପ।  

ଯଦି ପ୍ରକୃତରେ ରେବତୀ ର ଚିକିତ୍ସା ଦାୟିତ୍ୱ ନେବାକୁ ରାଜି ତେବେ ତାର ଚିକିତ୍ସା ପାଇଁ କେହି ଜଣେ ଜିଲ୍ଲା ଚିକିତ୍ସାଧିକାରୀ ଙ୍କ ପ୍ରତିନିଧି ଭୁବନେଶ୍ୱର ଯାଇ ମେଡ଼ିକାଲ ରେ ଆଡ଼ମିଟ କରାଇ ମାଗଣା ଚିକିତ୍ସା ବ୍ୟବସ୍ଥା କରିବା ଅଵଶ୍ୟକ ବୋଲି ମତ ପ୍ରକାଶ ପାଇଛି।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ଟିବି – ଏଚ ଆଇ ଭି ସଂଯୁକ୍ତ ରୋଗୀଙ୍କୁ ନିକ୍ଷୟ ମିତ୍ର ଭାବରେ କେ ଏନ୍ ପି ପ୍ଲସ ପକ୍ଷରୁ ପୋଷଣ ସାହାଯ୍ୟ

Sunil Chandra Nayak

ନଦୀରେ ବୁଡି ମହିଳା ନିଖୋଜ 

masiha

୧୩୦ ଦିନ ହେଲା ବର୍ଷା ନାହିଁ , ଦେଖାଦେଇଛି ବନାଗ୍ନି ଭୟ

Sunil Chandra Nayak

Leave a Comment

error: Content is protected !!