ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାଲୁ ଆକ୍ରମଣରେ ୨ ବୃଦ୍ଧା ସମେତ ଯୁବକ ଗୁରୁତର

ଭାଲୁ ଆକ୍ରମଣରେ ୨ ବୃଦ୍ଧା ସମେତ ଯୁବକ ଗୁରୁତର

କୋକସରା,୧୧/୫ // ଶନିବାର ସକାଳୁ ଜୟପାଟଣା ବ୍ଲକ ଉଛୁଳା ପଞ୍ଚାୟତ ଖଇରଭାଡ଼ି ଗ୍ରାମର ଦୁଇ ଜଣ ବୃଦ୍ଧା ଫଗନି ରାଉତ (୫୫) ଓ ତୁଳସା ରାଉତ (୬୫) ନିକଟସ୍ଥ ଜଙ୍ଗଲରେ ଭାଲୁ ଆକ୍ରମଣର ଶିକାର ହୋଇଥିବା ଜଣାପଡିଛି । ସକାଳୁ ନିକଟସ୍ଥ କେନ୍ଦୁପତ୍ର ତୋଳିବାକୁ ଯାଇଥିବା ବେଳେ ପାଖ ଡଙ୍ଗରରୁ ୩ ଗୋଟି ଭାଲୁ ଆକ୍ରମଣ କରିଥିବା ପ୍ରକାଶ କରିଛନ୍ତି। କିଛି ସ୍ଥାନୀୟ ଲୋକେ ଦେଖି ଦୁଇ ବୃଦ୍ଧାଙ୍କୁ ଉଦ୍ଧାର କରିଥିବା ବେଳେ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସ ଯୋଗେ କୋକସରା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ପ୍ରାଥମିକ ଚିକିତ୍ସା ପରେ ଦୁଇ ଗୁରୁତର ବୃଦ୍ଧା ମହିଳାଙ୍କୁ ଜିଲ୍ଲା ସଦର ଡାକ୍ତରଖାନା ଭବାନୀପାଟଣା ସ୍ଥାନାନ୍ତର କରାଯାଇଛି। ସେହିପରି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ପଞ୍ଚାୟତ ନୂଆଗାଁର ଯୁବକ କ୍ଷୀରସିନ୍ଧୁ ମାଝୀ (୩୫) ଗାଁ ନିକଟସ୍ଥ ନାଲାକୁ ଯାଇଥିବା ବେଳେ ଭାଲୁ ଆକ୍ରମଣର ଶିକାର ହୋଇଥିଲେ। ଭାଲୁ ହାବୁଡ଼ରୁ କୌଣସି ମତେ ରକ୍ଷା ପାଇଥିବା ବେଳେ ତାଙ୍କୁ ମଧ୍ୟ ପରିବାର ଲୋକେ କୋକସରା ଡାକ୍ତର ଖାନାରେ ଆଣି ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକତ୍ସା ପରେ ତାଙ୍କୁ ମଧ୍ୟ ଭବାନୀପାଟଣା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ତେବେ ଏନେଇ ଆମପାଣି ଫରେଷ୍ଟର ମନିଷା ପଟ୍ଟନାୟକଙ୍କୁ ପଚାରିବାରୁ ତଦନ୍ତ ପରେ କ୍ଷତିପୂରଣ ଦିଆଯିବ ବୋଲି କହିଥିଲେ ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ସମ୍ବଲପୁରରେ ହିନ୍ଦୁମାନଙ୍କୁ ଆକ୍ରମଣ ଘଟଣାରେ ଢେଙ୍କାନାଳ ହିନ୍ଦୁ ଏକତା ମଂଚ ତରଫରୁ ନିନ୍ଦା 

Sunil Chandra Nayak

କୁମ୍ଭାରୀ ବଜାରରେ ମହୁମାଛି ଆକ୍ରମଣରେ ଦୁଇ ଗୁରୁତର

ଦୁଇ ବାଇକ ମୁହାଁ ମୁହିଁ ଧକ୍କା ଜଣେ ମୃତ ଜଣେ ଗୁରୁତର 

masiha

Leave a Comment

error: Content is protected !!