ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ ଠାରେ ୭୭ତମ ଉପଖଣ୍ଡ ସ୍ତରୀୟ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

କଳାହାଣ୍ଡି ଜିଲ୍ଲା ଧର୍ମଗଡ ଠାରେ ୭୭ତମ ଉପଖଣ୍ଡସ୍ତରୀୟ ସ୍ବାଧିନତା ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ତହସିଲଦାର ହରେକୃଷ୍ଣ ବରିହା ଙ୍କ ଅଧ୍ୟକ୍ଷତାରେ ଧର୍ମଗଡ ବ୍ଲକ ସମ୍ମିଳନୀ କକ୍ଷରେ ଆଜି ଅନୁଷ୍ଠିତ ହୋଇଯାଇଛି।ସ୍ଵାଧୀନତା ଦିବସ ଶାନ୍ତି,ଶୃଙ୍ଖଳା ଓ ସୌହାର୍ଦ୍ୟ ପୂର୍ଣ୍ଣ ବାତାବରଣ ମଧ୍ୟରେ ପାଳନ କରିବା ପାଇଁ ତହସିଲଦାର ସମସ୍ତଙ୍କର ସହଯୋଗ କାମନା କରିଥିଲେ।

        ସ୍ୱାଧୀନତା ଦିବସ ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ବୈଠକରେ ଆଲୋଚନା କରାଗଲା। ତା ୧୫-୮-୨୦୨୩ ରିଖ ସକାଳ ଘ୯-୧୫ ମିନିଟ୍ ସମୟରେ ଧର୍ମଗଡ ଖେଳ ପଡ଼ିଆଠାରେ ସ୍ବାଧିନତା ଦିବସର ମୁଖ୍ୟ ଅତିଥି ଆନୁଷ୍ଠାନିକ ଭାବେ ଜାତୀୟ ପତାକା ଉତ୍ତୋଳନ କରିବେ।ଉକ୍ତ ଦିନ ପ୍ରାତଃ ସମୟରେ ସହରରେ ଡାକବାଜି ଯନ୍ତ୍ର ଯୋଗେ ରାମଧୁନ ଗାନ କରାଯିବ ଓ ସହରରେ ଥିବା ବରପୁତ୍ର ମାନଙ୍କର ପ୍ରତିମୂର୍ତ୍ତିରେ ସକାଳ ୭ ଘଣ୍ଟା ସୁଦ୍ଧା ମାଲ୍ୟାର୍ପଣ କରାଯିବ।ସରକାରୀ କାର୍ଯ୍ୟାଳୟ,ଶିକ୍ଷାନୁଷ୍ଠାନ, ବେସରକାରୀ କାର୍ଯ୍ୟାଳୟ ଓ ଅନୁଷ୍ଠାନ ମାନଙ୍କରେ ସକାଳ ଘ୭-୩୦ମି ସମୟରେ ଜାତୀୟ ପତାକା ଉତ୍ତୋଳନ କରାଯିବ।

ପ୍ୟାରେଡ୍ ପଡିଆ ସମତୁଲ କରିବା,ବ୍ୟାରିକେଡ଼ ଓ ଟେଣ୍ଡ ନିର୍ମାଣ,ନିମନ୍ତ୍ରିତ ଅତିଥି ଙ୍କ ବସିବା ପାଇଁ ଚୌକି ଯୋଗାଣ ଆଦି ବ୍ୟବସ୍ଥା ପୂର୍ତ୍ତ ବିଭାଗ କରିବେ।ଶାନ୍ତି ଶୃଙ୍ଖଳା ରକ୍ଷା,ପ୍ୟାରେଡ୍ ଅଭ୍ୟାସ ଓ ସ୍ବାଧିନତା ଦିବସ ପ୍ୟାରେଡ୍ କାର୍ଯ୍ୟକ୍ରମ ପରିଚାଳନା ପାଇଁ ଉପଖଣ୍ଡ ପୋଲିସ ଅଧିକାରୀଙ୍କୁ ଅନୁରୋଧ କରାଗଲା।ପ୍ୟାରେଡ୍ ପଡିଆ ପରିଷ୍କାର ପରିଚ୍ଛନ୍ନ ରଖିବା ,ପତାକା ମଞ୍ଚ ସାଜସଜ୍ଜା,ପାନୀୟ ଜଳ ଯୋଗାଣ ,ଆଶୁ ଚିକିତ୍ସା ଓ ଆନୁସଙ୍ଗିକ ବ୍ୟବସ୍ଥା ସମ୍ପର୍କରେ ବୈଠକରେ ଆଲୋଚନା କରାଗଲା।ସ୍ଵାଧୀନତା ଦିବସ ଉପଲକ୍ଷେ ପ୍ରାଥମିକ, ମାଧ୍ୟମିକ, ହାଇସ୍କୁଲ ଓ କଲେଜ ସ୍ତରରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗୀତା ଅନୁଷ୍ଠିତ ହେବ। 

       ଏହି ବୈଠକରେ,ଧର୍ମଗଡ ବିଡିଓ ଶରତ ଚନ୍ଦ୍ର ସେଠୀ, ଉପଖଣ୍ଡ ପୋଲିସ ଅଧିକାରୀ ଧୀରଜ ଚୋପଦାର,ସହ ଜିଲ୍ଲାପାଳ ନନ୍ଦ କୁମାର ତାଣ୍ଡି ଓ ଏନ୍ ଏ ସି ଅଧ୍ୟକ୍ଷା ମନୀଷା ମିଶ୍ର, ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଜୟନ୍ତ କୁମାର ମୁଣ୍ଡ, ବରିଷ୍ଠ ସାମ୍ବାଦିକ ବିଦ୍ୟାଧର ସାହୁ, ବିରଞ୍ଚି ନାରାୟଣ ଜାଲ, ବୈଦ୍ୟନାଥ ବେହେରା,ଅଧ୍ୟାପକ ମାଧବ ଲହଜଲ, କ୍ରୀଡା ଶିକ୍ଷକ ଅଭୟ କୁମାର ବାଗ, ସନ୍ତୋଷ ପାଣିଗ୍ରାହୀ, ବିଭିନ୍ନ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ର ପ୍ରତିନିଧି ତଥା ବିଭିନ୍ନ ଲାଇନ୍ ବିଭାଗର ଅଧିକାରୀ ମାନେ ଯୋଗ ଦେଇ ଆଲୋଚନାରେ ଭାଗ ନେଇଥିଲେ।ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ସିଂ ସ୍ବାଗତ ଭାଷଣ ଦେବା ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଜୟପାଟଣା ବ୍ଲକସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ 

masiha

ପାୟଲ ର ୩୭ତମ ବାର୍ଷିକୋତ୍ସବ ଆସନ୍ତା ଫେବୃଆରି ୧ ରେ……

masiha

କ୍ଷତ୍ରୀୟ ପାଇକ ସମାଜ ମହାସଭା ପାଇଁ ପ୍ରସ୍ତୁତି : ଲାଞ୍ଜିଗଡ ପଲ୍ଲୀ ଓ ଉପମଣ୍ଡଳର ନୂତନ କର୍ମକର୍ତ୍ତା ଚୟନ 

masiha

Leave a Comment

error: Content is protected !!