ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶେରଗଡ଼ ଠାରେ ଜାତୀୟ ପଞ୍ଚାୟତିରାଜ ଦିବସ ସମାରୋହ ପାଳନ 

ଶେରଗଡ଼ ଠାରେ ଜାତୀୟ ପଞ୍ଚାୟତିରାଜ ଦିବସ ସମାରୋହ ପାଳନ 

ଶେରଗଡ଼ , ୨୪-୦୪-୨୦୨୬ : ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ପରିସର ମଧ୍ୟରେ ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ ହୋଇଯାଇଛି । ଏଥିରେ ମୁକ୍ଷ୍ୟ ଅତିଥି ଭାବରେ ଗୋଷ୍ଠି ଉନ୍ନୟନ ଅଧିକାରୀ ସୁଶ୍ରୀ ତୃପ୍ତିମଇ ଜେନା , ଏବିଡିଓ ନିରାକାର ଜେନା , ଗୋବିନ୍ଦପୁର ସରପଞ୍ଚ , ଗୋଠଗାଁ ସରପଞ୍ଚ , ବନ୍ଧଗୁଡ଼ା ସରପଞ୍ଚ , ସିଆରପି ଓ ଏମ୍ବିକେ ମାନଙ୍କ ସହିତ ସମସ୍ତ ବ୍ଲକ କର୍ମଚାରି ମାନେମଧ୍ୟ ଉପସ୍ଥିତ ରହିଥିଲେ । 

ଓଡ଼ିଶା ସରକାର ଏବେ ଜାତୀୟ ସ୍ତର ସହ ସମାନତା ରଖି ଏପ୍ରିଲ ୨୪ରେ ଏହି ଦିବସ ପାଳନ କରୁଛନ୍ତି । ଭାରତରେ ପଞ୍ଚାୟତି ରାଜ ବ୍ୟବସ୍ଥାକୁ ସାମ୍ବିଧାନିକ ମାନ୍ୟତା ଦେବା ପାଇଁ ୧୯୯୨ରେ ୭୩ତମ ସମ୍ବିଧାନ ସଂଶୋଧନ ପାଳନ ହୋଇଥିଲା, ଯାହା ୨୪ ଏପ୍ରିଲ ୧୯୯୩ ରୁ କାର୍ଯ୍ୟକାରୀ ହେଲା । ଏହି ଦିନକୁ ସ୍ମରଣ କରିବା ପାଇଁ, ୨୦୧୦ ମସିହାରୁ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଦ୍ୱାରା ଏପ୍ରିଲ ୨୪କୁ ଜାତୀୟ ପଞ୍ଚାୟତି ରାଜ ଦିବସ ଭାବେ ଘୋଷଣା କରାଯାଇଥିଲା । ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଗ୍ରାମୀଣ ଅଞ୍ଚଳରେ ଲୋକଙ୍କ ଅଂଶ ଗ୍ରହଣକୁ ବୃଦ୍ଧି କରିବା, ସ୍ଥାନୀୟ ସ୍ୱୟଂ ଶାସନକୁ ସୁଦୃଢ଼ କରିବା ଏବଂ ଗାନ୍ଧିଜୀଙ୍କ “ଗ୍ରାମ ସ୍ୱରାଜ”ର ସ୍ୱପ୍ନକୁ ସାକାର କରିବା । ପୂର୍ବରୁ ଓଡ଼ିଶାରେ ଏହା ମାର୍ଚ୍ଚ ୫ (ବିଜୁ ପଟ୍ଟନାୟକଙ୍କ ଜନ୍ମଦିନ)ରେ ପଞ୍ଚାୟତି ରାଜ ଦିବସ ପାଳନ ହେଉଥିବାବେଳେ, ୨୦୨୫ରୁ ଏହାକୁ ଜାତୀୟ ସ୍ତର ସହ ସମାନ କରି ଏପ୍ରିଲ ୨୪କୁ ଓଡ଼ିଶା ସରକାର ପଞ୍ଚାୟତି ରାଜ ଦିବସ ଭାବେ ଘୋଷଣା କରିଛନ୍ତି । ଏହି ଅବସରରେ ଗ୍ରାମ ପଞ୍ଚାୟତ ଗୁଡ଼ିକୁ ସେମାନଙ୍କର ଉଲ୍ଲେଖନୀୟ କାର୍ଯ୍ୟ, ଯେପରିକି ଆୟ ବୃଦ୍ଧି, ସ୍ୱଚ୍ଛତା ଏବଂ ସାମାଜିକ ସଶକ୍ତିକରଣ ପାଇଁ ପୁରସ୍କୃତ କରାଯାଏ । ପଞ୍ଚାୟତି ରାଜ ବ୍ୟବସ୍ଥା ଭାରତର ଗଣତନ୍ତ୍ରର ମୂଳଦୁଆ, ଯାହା ଗ୍ରାମାଞ୍ଚଳର ବିକାଶରେ ପ୍ରତ୍ୟକ୍ଷ ଭୂମିକା ଗ୍ରହଣ କରିଥାଏ। ପରିଶେଷରେ ୭୨ଜଣ ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ଆବାସ ଯୋଜନା ପକ୍କାଘର ଆସିଥିବା ବେଳେ ସେଥିରୁ ମଧ୍ୟରୁ ୧୦ ଜଣଙ୍କୁ ସମ୍ମାନୀତ କରାଯାଇଥିଲା ।  କୃଷ୍ଣ ଚନ୍ଦ୍ର ସାମନ୍ତରାୟ ଙ୍କ ରିପୋର୍ଟ।

Related posts

ସିନାପାଲି ରେ ଶିଶୁ ମିତ୍ର ଥାନା ଲୋକାର୍ପିତ। ଶିଶୁ ଓ ମହିଳାଙ୍କ ସୁରକ୍ଷା କବଚ ସାଜିବ – ଏସପି 

Sunil Chandra Nayak

୮ ହଜାର କୋଟି ଟଙ୍କା ବିନିଯୋଗରେ ଆଲୁମିନା ପ୍ରକଳ୍ପ ଭର୍ଚୁଆଲ ମାଧ୍ୟମରେ ଉଦଘାଟନ କଲେ ଓଡ଼ିଶାର ମାନ୍ୟବର ମୁଖ୍ୟ ଶ୍ରୀ ଯୁକ୍ତ ନବୀନ ପଟ୍ଟନାୟକ

masiha

୧୫ଫୁଟ ମାଟି ପୋତି ହେଲାଣି ପୁରାତନ ଭତ୍ରାଡ୍ୟାମ ୭୫ ବର୍ଷ ପରେ ମଧ୍ୟ ହୋଇ ପାରିନି ପୁନରୁଦ୍ଧାର

Sunil Chandra Nayak

Leave a Comment

error: Content is protected !!