ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରେଳ ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ରାଉରକେଲା/ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ଗସ୍ତକୁ ରେଳ ଓ ସଡକ ଉପଯୋଗକାରୀ ସଂଘ ସ୍ବାଗତ ଜଣାଇବା ସହିତ ତାକଂ ଉଦ୍ୟମରେ ରାଜ୍ୟର ଦୁଇଟି ସ୍ମାଟସିଟି ଭୁବନେଶ୍ବର ଏବଂ ରାଉରକେଲାରେ ବିଶ୍ବକପ୍ ହକି ଅନୁଷ୍ଠିତ ହେଉଥିବାରୁ ତାଙ୍କୁ ଧନ୍ୟବାଦ ଜଣାଇଛି। ଏହାସହ ସଂଘ ତରଫରୁ ରେଳ ବିକାଶ ପାଇଁ ଦାବି ପତ୍ର ପ୍ରଦାନକରାଯାଇଛି।

ଦାବି ପତ୍ରରେ ରାଉରକେଲାର ପୁରାତନ ଦାବି ଯଥା,୬୦ଦଶକର ପ୍ରସ୍ତାବିତ ତାଳଚେର- ବିମଳାଗଡ ରେଳପଥ ନିର୍ମାଣ, ରାଉରକେଲାରେ ରେଳ ଡିଭିଜନ ପ୍ରତିଷ୍ଠା, ରାଉରକେଲାକୁ ସ୍ବତନ୍ତ୍ର ଜିଲ୍ଲା ମାନ୍ୟତା ଦେବା, ଏକ ବହୁ ପ୍ରତିକ୍ଷୀତ ସାଧାରଣ ବିଶ୍ବବିଦ୍ୟାଳୟ ପ୍ରତିଷ୍ଟା କରିବା ଏବଂ ପ୍ରସ୍ତାବିତ କୋଏଲ ବ୍ୟାରେଜ କାମ ଶିଘ୍ର ଶେଷ କରାଯିବାକୁ ଦାବି ପତ୍ରରେ ଅନୁରୋଧ କରାଯାଇଛି ବୋଲି ଅନୁଷ୍ଠାନର ସଭାପତି ଇଂ ଉତ୍ତମ କୁମାର ସାମଲ ଜଣାଇଛନ୍ତି ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ରାୟଗଡ଼ା ଜିଲ୍ଲା ଭାରତୀୟ ମଜଦୂର ସଂଘ ର ଜିଲ୍ଲା ସ୍ତରୀୟ ବୈଠକ 

masiha

କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକରେ କାର୍ଯ୍ୟ ରେ ଯୋଗ ଦେଲେ ନୂତନ ବିଡ଼ିଓ ଶ୍ରୀମତୀ ତିଳତମା ପୃଷ୍ଟି

Sunil Chandra Nayak

କୁସୁର୍ଲା, ଯୋରାଡବରା- ମ.ରାମପୁର ମୁଖ୍ୟ ରାସ୍ତା ପାର୍ଶ୍ୱରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!