ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜି.ସି.ଡ଼ି ଜିଲ୍ଲା ହାଇସ୍କୁଲରେ ବାର୍ଷିକ କ୍ରୀଡା ଏବଂ ଭାରତୀୟ ସେନା ଦିବସ ପାଳିତ

ଜି.ସି.ଡ଼ି ଜିଲ୍ଲା ହାଇସ୍କୁଲରେ ବାର୍ଷିକ କ୍ରୀଡା ଏବଂ ଭାରତୀୟ ସେନା ଦିବସ ପାଳିତ 

ରାୟଗଡା :- ଗୋବିନ୍ଦ ଚନ୍ଦ୍ର ଦେବ (ଜିଲ୍ଲା) ହାଇସ୍କୁଲ, ପଡିଆ ଠାରେ ଆଜି ବିଦ୍ୟାଳୟର 78ତମ ଖେଳ ପ୍ରତି ଯୋଗିତା ମହା ସମାରୋହରେ ପାଳିତ ହୋଇଯାଇଛି। ତତ୍ ସହିତ ଭାରତୀୟ ସେନା ବାହିନୀ ଦିବସ ମଧ୍ୟ ପାଳନ କରାଯାଇଛି। 

ଆଜି ଅର୍ଥାତ୍ 15 ଜାନୁଆରୀ 1949ରେ ଭାରତୀୟ ସେନା ବାହିନୀର ପ୍ରଧାନ ଭାବେ ଜେନେରାଲ କେ.ଏମ୍ କାରିୟାପା ଦାୟିତ୍ବ ଗ୍ରହଣ କରିଥିଲେ । ତାଙ୍କ ସ୍ମୃତିରେ ଆଜିର ଦିନକୁ ଭାରତୀୟ ସେନା ବାହିନୀ ଦିବସ ଭାବରେ ପାଳିତ ହୁଏ। ଯାହା ବିଦ୍ୟାଳୟର ଖେଳ ପଡିଆ ଠାରେ ମଧ୍ୟ ପାଳନ କରାଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ୨ୟ ବାଳିକା ଏନ୍ .ସି .ସି ବାଟାଲିୟନ, ରାୟଗଡ଼ାର କମାଣ୍ଡିଙ୍ଗ ଅଫିସର ଲେଫଟନେଟ କର୍ଣ୍ଣେଲ ରାକେଶ ଚନ୍ଦ୍ର ଵରତଵାଲ, ସେନା ପଦକ ଧାରୀ ଯୋଗ ଦେଇଥିଲେ। ନିଜ ବକ୍ତବ୍ୟରେ କହିଥିଲେ ଯେ, ଖେଳ କେବଳ ମନୋଭାବ ନେଇ ଖେଳିବା ଜରୁରୀ। ଶାନ୍ତ ଚିତ ଏବଂ ସଫଳତା ଆଗରେ ରଖି ଖେଳିବା ଦ୍ଵାରା ସଫଳତା ମିଳିବ।  

ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ୨ୟ ବାଳିକା ବାଟାଲିୟନର ସୁବେଦାର ମେଜର ଶ୍ରୀ .ଏସ .ଏମ୍ ରାମାନନ୍ଦା ଯୋଗ ଦେଇଥିଲେ ।ଏହି ସଭାରେ ସଭାପତି ଭାବେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶୁଶ୍ରୀ ନମିତା ପ୍ରଧାନ ଯୋଗଦାନ କରି ଖେଳର ମହତ୍ତ୍ଵ ସଂପର୍କରେ ବୁଝାଇଥିଲେ । ସେନାର ଉପଲବ୍ଧି ଓ ଆବଶ୍ୟକତା, ସେନା ବାହିନୀର ଗୁରୁତ୍ଵ ବିଷୟରେ ଫାଷ୍ଟ ଅଫିସର ଶ୍ରୀମତି ପ୍ରମିଳା ମହାପାତ୍ର ବୁଝାଇଥିଲେ। ମଞ୍ଚ ପରିଚାଳନା ଶ୍ରୀ ଅଶୋକ କୁମାର ଦାଶ କରିଥିବା ବେଳେ, ସମସ୍ତ କର୍ମଚାରୀ ଓ ଶିକ୍ଷକ, ଶିକ୍ଷୟିତ୍ରୀ ସହଯୋଗ କରିଥିଲେ। ପ୍ରଥମ ଖେଳ ଭାବେ କୁନି କୁନି ଛାତ୍ରୀ ମାନେ ପୁଚି ଖେଳିବା ବେଳେ, ପଞ୍ଚମରୁ ସପ୍ତମ ଛାତ୍ର ମାନେ 100 ମିଟର ଦୈାଡ ପ୍ରତିଯୋଗିତା ଆରମ୍ଭ କରିଥିଲେ । 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଏନ୍.ଏସ୍.ଏସ୍ ଶୀତକାଳୀନ ସ୍ବତନ୍ତ୍ର ଶିବିର ଉଦ୍‌ଯାପିତ

Sunil Chandra Nayak

ନୂଆପଡ଼ାରେ ଷଷ୍ଠତମ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ

masiha

ଶ୍ରୀ ଶ୍ରୀ ଅଗ୍ନିଗାଙ୍ଗାମାଙ୍କ ଯାତ୍ରା ସମାପ୍ତ 

masiha

Leave a Comment

error: Content is protected !!