ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ଜଗନ୍ନାଥ ମନ୍ଦିରରେ ମକର ସଂକ୍ରାନ୍ତିରେ ଶ୍ରଦ୍ଧାଳୁଙ୍କ ଗହଳି

ରାଇରଙ୍ଗପୁର ଜଗନ୍ନାଥ ମନ୍ଦିରରେ ମକର ସଂକ୍ରାନ୍ତିରେ ଶ୍ରଦ୍ଧାଳୁଙ୍କ ଗହଳି

 ମୟୂରଭଞ୍ଜ – ମକର ସଂକ୍ରାନ୍ତି ହେଉଛି ଉପାସନାର ପର୍ବ ।ଏହି ପର୍ବ ଜୀବନରେ ଶୁଷ୍କ ତାକୁ ସମାପ୍ତ କରି ନୂତନ ଶକ୍ତି ଭରିଥାଏ ।ହିନ୍ଦୁ ଶାସ୍ତ୍ର ମତାମତ ଅନୁସାରେ ସୂର୍ଯ୍ୟ ହିଁ ସକଳ ଶକ୍ତିର ଆଧାର ।ସୂର୍ଯ୍ୟ ପୁରାଣରେ ସୂର୍ଯ୍ୟଙ୍କୁ ବ୍ରହ୍ମଙ୍କୟ ପ୍ରତ୍ୟକ୍ଷ ସ୍ଵରୂପ କୁହାଯାଏ । ସଂକ୍ରାନ୍ତି ହେଉଛି ସଂକ୍ରମଣ ଅର୍ଥାତ୍ ଗୋଟିଏ ରାଶିରୁ ଅନ୍ୟ ରାଶିକୁ ଚଳନ କରିବାର ଦିନ ।ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ମକର ରାଶିରୁ ଧନୁ ରାଶିରୁ ମକର ରାଶିକୁ ଗମନ କରନ୍ତି ।ଏହି ଦିନ ଠାରୁ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ଆରମ୍ଭ ହୋଇଥାଏ । ମକର ସଂକ୍ରାନ୍ତିର ଅନେକ ପୌରାଣିକ ମହତ୍ଵ ଅଛି । ସୂର୍ଯ୍ୟଙ୍କର ଉତ୍ତରାୟଣରୁ ଧାର୍ମିକ କାର୍ଯ୍ୟ ଆରମ୍ଭ ହୋଇଥାଏ । ମହାଭାରତ ଯୁଦ୍ଧରେ ପିତାମହ ଭୀଷ୍ମ ମୃତ୍ୟୁ ପାଇଁ ସୂର୍ଯ୍ୟଙ୍କର ଉତ୍ତରାୟଣ କୁ ଅପେକ୍ଷା କରିଥିଲେ ଓ ଉତ୍ତରାୟଣ ହେବା ମାତ୍ରେ ପ୍ରାଣତ୍ଯାଗ କରିଥିଲେ ।ଏହି ଦିନ ସୂର୍ଯ୍ୟ ନିଜ ପୁତ୍ର ଶନିକୁ ଦେଖା କରିବା ପାଇଁ ତାଙ୍କ ଘରକୁ ଯାଇଥିଲେ ।ଶନିଦେଵ ମକର ରାଶିରେ ସ୍ଵାମୀ ହୋଇଥିବାରୁ ଏହି ଦିବସକୁ ମକର ସଂକ୍ରାନ୍ତି ଭାବେ କୁହାଯାଏ ।ମକର ସଂକ୍ରାନ୍ତି ଦିନ ଦେବୀ ଗଙ୍ଗା ଭାଗୀରଥି ପଛେ ପଛେ ଯାଇ କପିଳ ମୁନିଙ୍କ ଆଶ୍ରମ ରେ ପହଞ୍ଚି ଥିଲେ ।ଏହାପରେ ଭାଗୀରଥଙ୍କ ବଂଶ ଉଦ୍ଧାର ହୋଇଥିଲା । ଶେଷରେ ଦେବୀ ଗଙ୍ଗା ସାଗରରେ ମିଶିଥିଲେ । ସେଥିପାଇଁ ମକର ସଂକ୍ରାନ୍ତି ଦିନ ଗଙ୍ଗା ସାଗର ସ୍ନାନରେ ବିଶେଷ ମହତ୍ତ୍ଵ ରହିଛି ।ଏହି ମାସ ଅତ୍ୟନ୍ତ ପବିତ୍ର ମାସ ।ଏହି ମାସରେ ମୃତ୍ୟୁବରଣ କରୁଥିବା ଲୋକ ବିଷ୍ଣୁ ଲୋକରେ ସ୍ଥାନ ପାଇଥାଏ ।ମକର ସଂକ୍ରାନ୍ତିରେ ଜଗନ୍ନାଥ ମନ୍ଦିରରେ ସ୍ବତନ୍ତ୍ର ମକର ନୀତି ହୋଇଥାଏ । ଶ୍ରୀ ଜୀଉଙ୍କ ଆଜି ମକରଚୂଳ ଲଗାଯାଇଥିଲା ।ସକାଳେ ପୂଜାର୍ଚ୍ଚନା ଏବଂ ମଧ୍ୟାହ୍ନରେ ଧୂପ,ନଡ଼ିଆ,କଦଳୀ,ଘିଅ, ମିଠା,ଦୁଧ,ଗୁଡ଼,ଖୁଆ,ଓ ଅରୁଆ ଚାଉଳ ମିଶାଇ ପ୍ରସ୍ତୁତ ମକର ଭୋଗ ଲାଗି ହୋଇଥିଲା ।ମକର ସଂକ୍ରାନ୍ତି ଅବସରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଏବଂ ମକର ଚାଉଳ ପାଇବା ପାଇଁ ଜଗନ୍ନାଥ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରଵଳ ଗହଳି ଲାଗିଥିଲା ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ପୂର୍ବତନ ଛାତ୍ରଙ୍କୁ ସମ୍ବର୍ଦ୍ଧନା 

masiha

ଆଇନସେବା ପ୍ରାଧିକରଣ ରୟଗଡା ଦ୍ୱାରା ଆଇନ ସଚେତନତା ଶିବିର

masiha

ଫକୀରମୋହନ ସାହିତ୍ୟ ଗବେଷଣା ପ୍ରତିଷ୍ଠାନ ଓ ସୁବର୍ଣ୍ଣରେଖା ଆନୁକୁଲ୍ୟରେ ଆନ୍ତର୍ଜାତିକ ମହିଳା ଦିବସ ପାଳନ

masiha

Leave a Comment

error: Content is protected !!