ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଇନ୍ଦ୍ରାବତୀ ଠିକାଦାର କଲ୍ୟାଣ ସଙ୍ଘ ବୈଠକ

ଇନ୍ଦ୍ରାବତୀ ଠିକାଦାର କଲ୍ୟାଣ ସଙ୍ଘ ବୈଠକ

ତେନ୍ତୁଳିଖୁଣ୍ଟି ୨୭/୦୧/୨୬ — ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି। ଖାତିଗୁଡ଼ା ସ୍ଥିତ ଶ୍ରୀ ଶ୍ରୀ ଗୋପାଳ ଶ୍ରୀକ୍ଷେତ୍ର କଲ୍ୟାଣ ମଣ୍ଡପ ଠାରେ ଇନ୍ଦ୍ରାବତୀ ଠିକାଦାର କଲ୍ୟାଣ ସଂଘର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇ ଯାଇଛି।ଠିକାଦାର ମାନେ ସେମାନଙ୍କର ବିଭିନ୍ନ ସମସ୍ୟା ଓ ତାହାର ସମାଧାନ ସମ୍ପର୍କରେ ଆଲୋଚନା କରିଥିଲେ। ଓଡ଼ିଶା ପବ୍ଲିକ ୱାର୍କ ଡିପାର୍ଟମେଣ୍ଟ ର ସଂଶୋଧିତ କୋଡ ଓ ଠିକା ପ୍ରକ୍ରିୟା କୁ ନେଇ କାର୍ଯ୍ୟରତ ଠିକାଦାର ଙ୍କ ଅସନ୍ତୋଷ ଦିନକୁ ଦିନ ବଢ଼ିବାରେ ଲାଗିଛି। ପୂର୍ବରୁ ୧୪.୯୯ ପ୍ରତିଶତ ସେଦ୍ୟୁଲ୍ ରେ କାମ କରି କ୍ଷତି ସହୁଥିବା ବେଳେ ବର୍ତ୍ତମାନ ସଂଶୋଧିତ ପ୍ରକ୍ରିୟା ରେ ଶୁନ ରୁ ଅସୀମିତ କାଟି କାମ କରିବା ଅର୍ଥ ଅଫିସ ପୋଷିବା ବୋଲି ମତ ପ୍ରକାଶ ପାଇଥିଲା। ସେଡ୍ୟୁଲ ରେଟରେ ସରକାରଙ୍କ ପରିବର୍ତ୍ତିତ ଆଇନ କୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହିତ କାର୍ଯ୍ୟର ମାନ ହ୍ରାସ ପାଇବ ବୋଲି କହୁଛନ୍ତି ଠିକାଦାର ମାନେ । ଆଗାମୀ ଦିନରେ ରାଜ୍ୟ ଠିକାଦାର ସଙ୍ଘ୍ ୭ଦଫା ଦାବି ନେଇ ସରକାରଙ୍କୁ ପ୍ରଦାନ୍ କରାଯାଉଥିବା ଦାବିପତ୍ରରେ ନେଇ ବୈଠକ ରେ ଆଲୋଚନା କରାଯାଇଥିଲା।ଡିପାର୍ଟମେଣ୍ଟ DPR, ଟେଣ୍ଡର କ୍ରାଇଟେରିଆ ରେ ଜଟୀଳତା ଥିବା ପ୍ରକାଶ କରିଥିଲେ। ଜିରୋ ସେଡ୍ୟୁଲ ରେ ହିଁ ଟେଣ୍ଡର ପକାଇବା ପାଇଁ ସହମତି ପ୍ରକାଶ ପାଇଥିଲା। କେହିବି ଅଧିକ ସେଡ୍ୟୁଲ ରେ ଟେଣ୍ଡର ପକାଇବେ ନାହିଁ ବୋଲି ନିଷ୍ପତ୍ତି ହୋଇଥିଲା। । ରାଜ୍ୟ ସଂଘ ର ନିଷ୍ପତ୍ତି ମୁତାବକ ୭ଦଫା ଦାବି ସମାଧାନ ପାଇଁ ବିଭିନ୍ନ ବିଭାଗର ଅଧିକାରୀ ଜିଲ୍ଲା ପ୍ରଶାସନ ସ୍ଥାନୀୟ ବିଧାୟକ ଓ ସାଂସଦ ଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ସଂଘ ପକ୍ଷରୁ କୁହା ଯାଇଥିବା ବେଳେ ସରକାର ଏହି ଦିଗରେ ତୁରନ୍ତ ପଦକ୍ଷପ ନନେଲେ ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିବା ସହିତ ଠିକାଦାର ମାନେ କୌଣସି କାମ କରିବେ ନାହିଁ ବୋଳି ସରକାରଙ୍କୁ ଚେତାଇ ଦେଇଛନ୍ତି। ଏହି ବୈଠକ ରେ ସୁରେଶ ଚନ୍ଦ୍ର ଦାସ ,ଚନ୍ଦ୍ର ଶେଖର ଦଳେଇ, ପ୍ରବୀର ପ୍ରଧାନ ,ଚନ୍ଦନ ନାୟକ ,ନରେନ୍ଦ୍ର ଭାରତୀ ସୁବାସ ପଟ୍ଟନାୟକ ,ତ୍ରିନାଥ ବେହେରା, ଜ୍ଞାନ ରଞ୍ଜନ ମହାନ୍ତି,ସୁଦାନ ପେଣ୍ଠିଆ, ପ୍ରମୁଖ ତିରିଶ ରୁ ଉର୍ଦ୍ଧ୍ବ ଠିକାଦାର ଉପସ୍ଥିତ ରହି ଆଲୋଚନା ରେ ଭାଗ ନେଇଥିଲେ।

ଗୋବର୍ଦ୍ଧନ ସାହୁ, ତେନ୍ତୁଳିଖୁଣ୍ଟି

Related posts

ଇନଷ୍ଟିଚ୍ୟୁସନ୍ ଅଫ୍ ଇଞ୍ଜିନିୟର୍ସ, ରାଉରକେଲାର ଆଣବିକ ପରୀକ୍ଷା ବିରୋଧରେ ଆନ୍ତର୍ଜାତୀୟ ଦିବସ ପାଳନ 

masiha

କବିତା ପ୍ରତିଯୋଗିତାର ଫଳାଫଳ ପ୍ରକାଶ

masiha

ଡାବୁଗାଁରେ ସାଇବର ସୁରକ୍ଷା ସଚେତନତା ଶିବିର 

Sunil Chandra Nayak

Leave a Comment

error: Content is protected !!