ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋଟି କୋଟି ଟଙ୍କା ର ପ୍ରକଳ୍ପ ଅଥଚ ନାହିଁ ଶ୍ରମିକ ଙ୍କ ପାଇଁ ନିଜସ୍ବ ବିଶ୍ରାମ ସ୍ଥଳ

କୋଟି କୋଟି ଟଙ୍କା ର ପ୍ରକଳ୍ପ ଅଥଚ ନାହିଁ ଶ୍ରମିକ ଙ୍କ ପାଇଁ ନିଜସ୍ବ ବିଶ୍ରାମ ସ୍ଥଳ

ତେନ୍ତୁଳିଖୁଣ୍ଟି। ୨୭/୦୧/୨୬ — ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଭି ବି ଜି ରାମ ଜି) ରେ ମାତ୍ର ପାଞ୍ଚ ଲକ୍ଷ ଟଙ୍କା ର ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେଲେ ଗ୍ରୀଷ୍ମ ପ୍ରବାହ ତଥା ଶ୍ରମିକ ଙ୍କ ସନ୍ତାନ ଙ୍କ ବିଶ୍ରାମ ପାଇଁ ଛାଇ ପାଇଁ ବିଶ୍ରାମ ବ୍ୟବସ୍ଥା ଓ ପାନୀୟ ଜଳ ପ୍ରାବଧାନ ପାଇଁ ଦୁଇ ହଜାର ଟଙ୍କା ବ୍ୟବସ୍ଥା ରହିଛି ଓ ପ୍ରାୟତଃ କାର୍ଯ୍ୟକାରୀ ହେଉଛି। ନବରଙ୍ଗପୁର ଜିଲ୍ଲା ର ତେନ୍ତୁଳିଖୁଣ୍ଟି ନନ୍ଦାହାଣ୍ଡି ଓ ନବରଙ୍ଗ ପୁର ରେ ସତୁରୀ ହଜାର ହେକ୍ଟର ଜମି ଜଳ ସେଚନ ପାଇଁ ପାର୍ବତୀ ଗିରି ମେଗା ଉଠା ଜଳସେଚନ ପ୍ରକଳ୍ପ ତେନ୍ତୁଳିଖୁଣ୍ଟି ବ୍ଲକ ମଞ୍ଚା ଗାଁ ଗ୍ରାମ ପଞ୍ଚାୟତ ଢେପ ଗୁଡ଼ା ଠାରେ ଅନ୍ତ୍ ରାଷ୍ଟ୍ରୀୟ ଠିକା ସଂସ୍ଥା ଲାର ସନ ଏଣ୍ଡ ଟ୍ୟୁବ୍ରୋ ଶହ ଶହ କୋଟି ଟଙ୍କା ବ୍ୟୟ ଅଟକଳରେ ମେଗା ଉଠା ଜଳ ସେଚନ ପ୍ରକଳ୍ପ କାର୍ଯ୍ୟ ନେଇ ଦୀର୍ଘ ଦୁଇ ବର୍ଷ ହେବ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛି। ଦୀର୍ଘ ଦୁଇ ବର୍ଷ ରୁ ଉର୍ଦ୍ଧ୍ବ ହେଲାଣି କାର୍ଯ୍ୟ ଜାରି ରଖିଥିବା ବେଳେ ଗ୍ରୀଷ୍ମ ପ୍ରବାହ ଏବଂ ସାମୟିକ ବିଶ୍ରାମ ପାଇଁ ଏତେ ବଡ ଠିକା ସଂସ୍ଥା କେଇ ଲକ୍ଷ ଟଙ୍କା ବ୍ୟୟ କରି ବିଶ୍ରାମ ଗୃହ ଟିଏ ନିର୍ମାଣ କରି ନାହିଁ। କମ୍ପାନୀ ତାର ସି ଏସ ଆର୍ ପାଣ୍ଠି ରେ ଶିକ୍ଷା ସ୍ବାସ୍ଥ୍ୟ ସ୍ଥାନୀୟ ଜନ ସାଧାରଣ ଙ୍କ ମୌଳିକ ଆବଶ୍ୟକତା ପରିପୁରଣ ପାଇଁ ଖର୍ଚ୍ଚ କରିବା କଥା । କମ୍ପାନୀ ଏସବୁ ପ୍ରତି ତ ଧ୍ୟାନ ଦେଇ ନାହିଁ ସେପଟେ ଜଳ ବନ୍ଦୀ ଅଞ୍ଚଳ ବାସୀ ଙ୍କ ଡଙ୍ଗା ରେ ଯିବା ଆସିବା ପାଇଁ ପଞ୍ଚାୟତ ସମିତି ଦ୍ବାରା ନିର୍ମିତ ଅପେକ୍ଷା ଗୃହ କୁ କମ୍ପାନୀ ୱାର୍କ୍ରସରେଷ୍ଟ ଏରିଆ (କାମଗାର ବିଶ୍ରାମ ସ୍ଥଳ) ବୋଲି ବୋର୍ଡ (ଫଳକ) ଲଗାଇଛି। ପଞ୍ଚାୟତ ଦ୍ଵାରା ନିର୍ମିତ ବିପଣି ଗୃହ ମଧ୍ୟ ବ୍ୟବହାର କରୁଛି,ପଞ୍ଚାୟତ କୁ ଟଙ୍କା ଟିଏ ମଧ୍ୟ ଦେଉ ନାହିଁ କି ସ୍ଥାନୀୟ ସରପଞ୍ଚ ଙ୍କ ଅନୁମତି ମଧ୍ୟ ନେଇ ନାହିଁ। । ବୁଦ୍ଧିଜୀବୀ ଙ୍କ ମତ ପ୍ରକାଶ ପାଉଛି କମ୍ପାନୀ ନିଜ କର୍ମଚାରୀ ଙ୍କ ପାଇଁ ବିଶ୍ରାମ ସ୍ଥଳୀ ଟିଏ କରିଥିଲେ ପ୍ରକଳ୍ପ କାର୍ଯ୍ୟ ଶେଷ ପରେ ଜନ ସାଧାରଣ ଙ୍କ କାର୍ଯ୍ୟରେ ଆସି ପାରନ୍ତା,ସାମାଜିକ ଦାୟିତ୍ଵ ପାଣ୍ଠି ରୁ ସ୍ଥାନୀୟ ଗ୍ରାମ ବାସୀ ଙ୍କ ପାଇଁ କିଛି ବ୍ୟୟ କରୁ ନଥିବା ବେଳେ ବ୍ଲାଷ୍ଟିଂ କରି କାର୍ଯ୍ୟ ଆଗେଇ ନେଉଛି ସେପଟେ ପଲ୍ୟୁସନ୍ ପ୍ରମାଣ ପତ୍ର ନ ଥିବା କଂକ୍ରିଟ ପ୍ଲାଣ୍ଟ ବ୍ୟବହାର କରି ଜନତା ଙ୍କ ଭବିଷ୍ୟତ ବିପନ୍ନ କରିଛି। କମ୍ପାନୀ ରେ କାର୍ଯ୍ୟରତ ଏବଂ କମ୍ପାନୀ ରୁ ଠିକା ନେଇଥିବା ସଂସ୍ଥା କର୍ମଚାରୀ ଙ୍କ ପାଇଁ ମଧ୍ୟ ଅସ୍ଥାୟୀ ଆଶ୍ରୟ ବ୍ୟବସ୍ଥା କରି ନ ଥିବାରୁ ଆଖ ପାଖ ଗ୍ରାମ ରେ ଛୋଟିଆ ଛୋଟିଆ ବିପ୍ପନି ଗୃହ କୁ ଦୁଇ ହଜାର ରୁ ଉର୍ଦ୍ଧ୍ବ ଟଙ୍କା ଭଡ଼ା ଦେଇ ରହିଛନ୍ତି । ସେହି ହାର ରେ ଯେଉଁ ଦିନ ଠାରୁ ପଞ୍ଚାୟତ ଷ୍ଟଲ ବ୍ୟବହାର କରୁଛନ୍ତି ପଞ୍ଚାୟତ କୁ ମାସିକ ଦୁଇ ହଜାର ରୁ ଉର୍ଦ୍ଧ୍ବ ଭଡ଼ା ଦେବା ଉଚିତ୍ ବୋଲି ମତ ପ୍ରକାଶ ପାଉଛି। ମଞ୍ଚାଗାଁ ସରପଞ୍ଚ ତ୍ରିପତି ମହାନ୍ତି ଙ୍କୁ ପଚାରିବାରୁ କହିଲେ ମେଗା ଉଠା ଜଳସେଚନ କାମ କରୁଥିବା କମ୍ପାନୀ ପଞ୍ଚାୟତ ଷ୍ଟଲ ବିଶ୍ରାମ ଗୃହ ପାଇଁ ଟଙ୍କାଟିଏ ମଧ୍ୟ ଏ ଯାବତ୍ ଦେଇନାହିଁ । ପଲ୍ୟୁସନ୍ ପ୍ରମାଣ ପତ୍ର ପାଇଁ ମଧ୍ୟ ଅନୁମତି ନେଇ ନାହିଁ ।

  ଗୋବର୍ଦ୍ଧନ ସାହୁ, ତେନ୍ତୁଳିଖୁଣ୍ଟି

Related posts

Utkal Youth Trust and Sankalp Foundation organised a blood camp for Coromandel Express accident.

Sunil Chandra Nayak

ଏନଏସି କର୍ମଚାରୀ ଙ୍କ ଅକାଳ ବିୟୋଗ

Sunil Chandra Nayak

ନୂଆପଡ଼ାରେ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ 

masiha

Leave a Comment

error: Content is protected !!