ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଘୋଡାଖୁଣ୍ଟାର ବାର୍ଷିକୋତ୍ସବ “ଘୁଙ୍ଗୁର”ପାଳିତ

ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଘୋଡାଖୁଣ୍ଟାର ବାର୍ଷିକୋତ୍ସବ “ଘୁଙ୍ଗୁର”ପାଳିତ

ଡାବୁଗାଁ,୨୭/୧(ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ଘୋଡାଖୁଣ୍ଟା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ର ବାର୍ଷିକୋତ୍ସବ “ଘୁଙ୍ଗୁର”-୨୦୨୬ ସୋମବାର ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନରସିଂହ ଭତ୍ରାଙ୍କ ଦ୍ଵାରା ବାର୍ଷିକ ବିବରଣୀ ଉପସ୍ଥାପନା କରାଯାଇଥିଲା | ସର୍ବପ୍ରଥମେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଦେବବ୍ରତ ଶତପଥୀଙ୍କ ବେଦପାଠ ଓ ମଙ୍ଗଳାଚରଣରେ ଅତିଥିଙ୍କ ଦ୍ଵାରା ଶ୍ରୀ ଜଗନ୍ନାଥଙ୍କ ଆରାଧନା ତଥା ଧୂପଦୀପ ପୁଷ୍ପ ମାଲ୍ୟ ଅର୍ପଣ ପୂର୍ବକ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବିଜୟ ଶବର ଙ୍କ ସଭାପତିତ୍ଵ ରେ ମୁଖ୍ୟ ଅତିଥି ଭାବେ ଡାବୁଗାଁ ଜିଲା ପରିଷଦ ଜୋନ -୧ ସଦସ୍ୟ ଧନସିଂ ଭତ୍ରା ଯୋଗଦେଇ ବିଦ୍ୟାଳୟ ଶିକ୍ଷା ଜୀବନର ପ୍ରତ୍ୟେକ ବୃତ୍ତିର ଆଧାର ଏବଂ ପ୍ରମୁଖ ମାର୍ଗ ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଘୋଡ଼ାଖୁଣ୍ଟା ସରପଞ୍ଚ ଲୀଳାଦେଇ ମାଝୀ ପିଲାଙ୍କ ଚରିତ୍ର ଗଠନରେ ମାଆ ଏବଂ ବିଦ୍ୟାଳୟର ଭୂମିକା ବିଷୟରେ ଆଲୋଚନା କରିଥିଲେ । ସମ୍ମାନୀତ ଅତିଥି ଭାବରେ ସମିତି ସଭ୍ୟ ପର୍ଶୁରାମ ଶବର ଯୋଗଦାନ କରି ପିଲାଙ୍କୁ ସଂସ୍କାରୀ, ସାହସୀ ଏବଂ ଉତ୍ତମ ନାଗରିକ ହେବାକୁ ପ୍ରେରଣା ପୂର୍ଣ୍ଣ ପରାମର୍ଶ ଦେଇଥିଲେ । ଅନ୍ୟତମ ସମ୍ମାନୀତ ଅତିଥି ଭାବରେ ପଞ୍ଚସଖା ଶିକ୍ଷା ସେତୁ ସଭାପତି ଫଗୁନୁ ଶବର ଯୋଗଦେଇ ବିଦ୍ୟାଳୟରେ ବାର୍ଷିକୋତ୍ସବ ଆୟୋଜନ ଦ୍ଵାରା ଶିକ୍ଷାର୍ଥୀଙ୍କ ଶିକ୍ଷଣ ଆଧାରମାନ ସହଶୈକ୍ଷିକ କାର୍ଯ୍ୟକ୍ରମ ଦ୍ଵାରା ସୁନ୍ଦର, ସୁସଂଯୋଜିତ, ସୁଶୃଙ୍ଖଳିତ ହୁଏ ବୋଲି ମତବ୍ୟକ୍ତ କରିଥିଲେ । ଶିକ୍ଷାବିତ ସଦନ ମାଝି ପିଲାଙ୍କୁ ନିଜ ଜୀବନକୁ ସଫଳ କରିବା ପାଇଁ ବିଦ୍ୟାଳୟର ଭୂମିକା ଉପରେ ଆଲୋଚନା କରିଥିଲେ । ବିଦ୍ୟାଳୟର ଛାତ୍ରୀ ପୂର୍ଣ୍ଣିମା ଜାନି, ଛାତ୍ର ସନାଧର ଭତ୍ରା, ଶିକ୍ଷକ ଚିନ୍ମୟ ଜେନା ମଞ୍ଚ ପରିଚାଳନା କରିଥିଲେ । ଚଳିତ ବର୍ଷ ବ୍ଲକ ଓ ଜିଲା ବାଲବୈଜ୍ଞାନିକ ପ୍ରଦର୍ଶନୀ, ସୁରଭି, କ୍ରୀଡ଼ା, ଇକୋ କ୍ଳବ୍ ମେଳାରେ ବିଦ୍ୟାଳୟର ପ୍ରତିନିଧିତ୍ଵ କରି ସଫଳତା ପାଇଥିବା ବିଦ୍ୟାଳୟର ଛାତ୍ରୀ ଛାତ୍ର ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ବେଳେ ବାର୍ଷିକ କ୍ରୀଡା ପ୍ରତିଯୋଗିତାରେ କୃତକାର୍ଯ୍ୟ ଛାତ୍ରୀ ଛାତ୍ର ଙ୍କୁ ପୁରସ୍କୃତ କରାଯାଇଥିଲା । ଶିକ୍ଷୟିତ୍ରୀ ପ୍ରଜ୍ଞା ପରିମିତା ବାରିକ, ଶିକ୍ଷକ ପରେଶ କୁମାର ମଣ୍ଡଳ ଓ ଚନ୍ଦନ କୁମାର ଦାସ ସାଂସ୍କୃତିକ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ । ଶେଷରେ ସ୍ଥାନୀୟ ଢେମସା ସଂଗୀତରେ ସମବେତ ଛାତ୍ରୀ ଛାତ୍ର ଙ୍କ ସହ ସମସ୍ତ କର୍ମଚାରୀଙ୍କ ସାମୂହିକ ନୃତ୍ୟ ବିଦ୍ୟାଳୟର ପରିବେଶକୁ ବେଶ ଆକର୍ଷଣୀୟ କରିଦେଇଥିଲା । ବିଦ୍ୟାଳୟର ଅନ୍ୟ ଶିକ୍ଷୟିତ୍ରୀ ସ୍ୱରୂପାରାଣୀ ନାୟକ, ଶିକ୍ଷକ ପ୍ରୀତମ ଶବର, ଅଜୟ କଚିମ୍, ତୁଳା ରାମ ଭତ୍ରା, ଅଭିଷେକ ବୈରାଗୀ, ରାଜାରାମ ସିଂ, ଦାମୋଦର ମିଶ୍ର, ଲକ୍ଷ୍ମୀ ନାରାୟଣ ଗୌଡ ପ୍ରମୁଖ ସହଯୋଗ କରିଥିବା ବେଳେ ଶିକ୍ଷକ ଗଦାଧର ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ବିକଳ୍ପ ଅନୁଷ୍ଠାନ ତରଫରୁ ବୃକ୍ଷରୋପଣ ,ବାଲ୍ୟ ବିବାହ, ଗୁଣିଗାରେଡ଼ି ବିରୋଧରେ ଏବଂ ନାରୀ ସୁରକ୍ଷା ବିଷୟରେ ସଚେତନତା ଶିବିର

Sunil Chandra Nayak

୩୭ ତମ ନେସନାଲ ଗେମ୍ସ ରେ ନବରଙ୍ଗପୁର ଖେଳାଳୀଙ୍କ ରୌପ୍ୟ ପଦକ ହାସଲ

masiha

ଛତ୍ତିଶଗଡ଼ ର ହାତୀପଲ ଓଡ଼ିଶା ରେ ପଶି ମକା ଫସଲ କଲା ନଷ୍ଟ 

masiha

Leave a Comment

error: Content is protected !!