ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବଜ୍ରାଘାତରେ ଜଣେ ମହିଳା ମୃତ, ତିନି ମହିଳା ଗୁରୁତର

ବଜ୍ରାଘାତରେ ଜଣେ ମହିଳା ମୃତ, ତିନି ମହିଳା ଗୁରୁତର

କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ବଳଦିଆମାଲ ଗ୍ରାମରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଆଜି ମଧ୍ୟାହ୍ନରେ ଚାଷ ଜମିରୁ କାମ କରି ଫେରୁଥିବା ସମୟରେ ହଠାତ୍ ବଜ୍ରପାତ ହେବାରୁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି ଓ ଏହାସହ ଅନ୍ୟ ୩ ମହିଳା ଗୁରୁତର ହୋଇଛନ୍ତି ।

ମୃତ ମହିଳାଙ୍କ ନାମ ସଞ୍ଚିତା ବିଶ୍ୱାଳ ବୋଲି ଜଣାପଡିଛି।ଗୁରୁତର ମହିଳାମାନେ ହେଲେ କ୍ଷିରଦେଇ ପ୍ରଧାନୀ, ସଂଯୁକ୍ତା ଲହଜଲ ଓ ଭୂମିସୁତା ଲହଜଲ। ସମସ୍ତଙ୍କୁ ଜୁନାଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ଚିକିତ୍ସା କରଯାଉଥିବା ଜଣାପଡିଛି । ଖବରପାଇ ଜୁନାଗଡ଼ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…

Related posts

ଡାବୁଗାଁରେ ବଳରାମ ମାସ ପାଳନ

ନବରଙ୍ଗପୁର ଓକିଲ ସଂଘ ନିର୍ଵାଚନ: ନାମାଙ୍କନ ପ୍ରକ୍ରିୟା ଶେଷ 

ସ୍ଵଭାବକବି ଗଙ୍ଗାଧର ମେହେରଙ୍କୁ ଭକ୍ତିପୁତ ଶ୍ରଦ୍ଧାଞ୍ଜଳି

Sunil Chandra Nayak

Leave a Comment

error: Content is protected !!