ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପିକଅପ ଓଲଟି ଲକ୍ଷାଧିକ ଟଙ୍କାର ବ୍ରଏଲର୍ କୁକୁଡ଼ା ମୃତ

ପିକଅପ ଓଲଟି ଲକ୍ଷାଧିକ ଟଙ୍କାର ବ୍ରଏଲର୍ କୁକୁଡ଼ା ମୃତ

କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଘୋଟିଆ ମଣ୍ଡି ନିକଟରେ ରବିବାର ବିଳମ୍ବିତ ରାତ୍ରିରେ କୁକୁର କୁ ବଞ୍ଚାଇବାକୁ ଯାଇ ଭାରସାମ୍ୟ ହରାଇ କୁକୁଡ଼ା ବୋଝେଇ ପିକଅପ ଭ୍ୟାନ ଓଲଟି ପଡିଥିଲା। ମିଳିଥିବା ସୂଚନା ଅନୁସାରେ ଓଡି ୩୦ ଏଚ ୦୩୮୧ ନମ୍ବର ବିଶିଷ୍ଟ ଏକ କୁକୁଡ଼ା ବୋଝେଇ ପିକଅପ ରବିବାର ବିଳମ୍ବିତ ରାତ୍ରିରେ ସିନାପାଲି ରୁ ନବରଙ୍ଗପୁର କୁ ଯାଉଥିବା ବେଳେ ଘୋଟିଆ ମଣ୍ଡି ନିକଟରେ ଏକ କୁକୁର ଗାଡି ସମ୍ମୁଖକୁ ପଳେଇ ଆସିଥିଲା। ତେବେ ପିକଅପ ଡ୍ରାଇଭର କୁକୁର କୁ ବଞ୍ଚାଇବାକୁ ଚେଷ୍ଟା କରିଥିବା ବେଳେ ଭାରସାମ୍ୟ ହରାଇ ପିକଅପ ଭ୍ୟାନ ଓଲଟି ପଡିଥିଲା। ଦୁର୍ଘଟଣା ହେବା ଫଳରେ ଲକ୍ଷାଧିକ ଟଙ୍କାର ବ୍ରଏଲର୍ କୁକୁଡ଼ା ମୃତ ହୋଇଯାଇଥିବା ଜଣା ପଡିଛି। ଦୁର୍ଘଟଣା ରେ ପିକଅପ ଚାଳକ ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ମଧୁପୁର ସରକାରୀ ଆଶ୍ରମ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ

masiha

ରାୟଗଡ଼ା ଜିଲ୍ଲା ଭାରତୀୟ ମଜଦୁର ସଂଘ ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ

masiha

ସୁନ୍ଦରଗଡ଼ ଜିଲ୍ଲାରେ “ଲୋକକଳା ପାଇଁ ଦିନ ଟିଏ” କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

Leave a Comment

error: Content is protected !!