ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପିକଅପ ଓଲଟି ଲକ୍ଷାଧିକ ଟଙ୍କାର ବ୍ରଏଲର୍ କୁକୁଡ଼ା ମୃତ

ପିକଅପ ଓଲଟି ଲକ୍ଷାଧିକ ଟଙ୍କାର ବ୍ରଏଲର୍ କୁକୁଡ଼ା ମୃତ

କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଘୋଟିଆ ମଣ୍ଡି ନିକଟରେ ରବିବାର ବିଳମ୍ବିତ ରାତ୍ରିରେ କୁକୁର କୁ ବଞ୍ଚାଇବାକୁ ଯାଇ ଭାରସାମ୍ୟ ହରାଇ କୁକୁଡ଼ା ବୋଝେଇ ପିକଅପ ଭ୍ୟାନ ଓଲଟି ପଡିଥିଲା। ମିଳିଥିବା ସୂଚନା ଅନୁସାରେ ଓଡି ୩୦ ଏଚ ୦୩୮୧ ନମ୍ବର ବିଶିଷ୍ଟ ଏକ କୁକୁଡ଼ା ବୋଝେଇ ପିକଅପ ରବିବାର ବିଳମ୍ବିତ ରାତ୍ରିରେ ସିନାପାଲି ରୁ ନବରଙ୍ଗପୁର କୁ ଯାଉଥିବା ବେଳେ ଘୋଟିଆ ମଣ୍ଡି ନିକଟରେ ଏକ କୁକୁର ଗାଡି ସମ୍ମୁଖକୁ ପଳେଇ ଆସିଥିଲା। ତେବେ ପିକଅପ ଡ୍ରାଇଭର କୁକୁର କୁ ବଞ୍ଚାଇବାକୁ ଚେଷ୍ଟା କରିଥିବା ବେଳେ ଭାରସାମ୍ୟ ହରାଇ ପିକଅପ ଭ୍ୟାନ ଓଲଟି ପଡିଥିଲା। ଦୁର୍ଘଟଣା ହେବା ଫଳରେ ଲକ୍ଷାଧିକ ଟଙ୍କାର ବ୍ରଏଲର୍ କୁକୁଡ଼ା ମୃତ ହୋଇଯାଇଥିବା ଜଣା ପଡିଛି। ଦୁର୍ଘଟଣା ରେ ପିକଅପ ଚାଳକ ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ବିଦ୍ୟାଳୟ ପରିସରରେ ମଦ ମାଂସର ଆସର !

Sunil Chandra Nayak

ଜିଲ୍ଲାରେ ୧୩୦ ଗୋଟି ନୂତନ ଭୋଟ କେନ୍ଦ୍ର ଗଠନ ନିମନ୍ତେ ଭାରତୀୟ ନିର୍ବାଚନ କମିଶନଙ୍କ ଅନୁମୋଦନ

Sunil Chandra Nayak

ଆଦର୍ଶ ଶିକ୍ଷକ ତଥା ବିଶିଷ୍ଟ ସମାଜସେବୀ ନିତ୍ୟାନନ୍ଦ ଠାକୁର ଙ୍କ ପରଲୋକ 

Leave a Comment

error: Content is protected !!