ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଷ୍ଟା ରାଉରକେଲା ସିଟି ଜୋନ ର ଶିଶୁ ଉତ୍ସବ

ରାଉରକେଲା/ ଓଷ୍ଟା ରାଉରକେଲା ସିଟି ଜୋନ ର ଶିଶୁ ଉତ୍ସବ ୨୦୨୨, ସେକ୍ଟର ୧ସ୍ଥିତ ନୀଳମାଧବ ବିଦ୍ୟାପୀଠ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସଭାପତି ଶିଶିର କୁମାର ପାଣି ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମର ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ସମାଜସେବୀ ସଂଜୀବ କୁମାର ମହାନ୍ତି ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ସଂପାଦକ ସନ୍ତୋଷ କୁମାର ନାୟକ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରମାକାନ୍ତ ମଲ୍ଲିକ, ବିଶ୍ରା ବ୍ଲକ ସଂପାଦକ ହୃଷିକେଶ ନାୟକ ଓ ମୁଖ୍ୟବକ୍ତା ଭାବେ ସାମ୍ବାଦିକ ସତ୍ୟାନନ୍ଦ ବେହେରା ଯୋଗଦେଇଥିଲେ। ଅରୁଣ କୁମାର ସ୍ବାଇଁ ମଂଚ ସଂଯୋଜନା ସହ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ରାଉରକେଲା ସହରର ବିଭିନ୍ନ ବିଦ୍ୟାଳୟରୁ ୧୩୨ଜଣ ଛାତ୍ରଛାତ୍ରୀ ସୋଲୋ ଡ୍ୟାନ୍ସ,କବିତା ଆବୃତି ଓ ଲିଖନ, ଗଳ୍ପ ଲିଖନ,ଏକକ ଅଭିନୟ,ତର୍କ,ସାଧାରଣଜ୍ଞାନ,ଚିତ୍ରାଙ୍କନ,ନୃତ୍ୟ,ବକୃତା ଆଦି ପ୍ରତିଯୋଗିତାରେ ଭାଗ ନେଇଥିଲେ । ଉଦଯାପନୀ ଉତ୍ସବରେ ବରିଷ୍ଠ ସାମ୍ବାଦିକ ତଥା ସୁନ୍ଦରଗଡ ଜିଲ୍ଲା କୋଅପରେଟିଭ ବ୍ୟାଙ୍କର ନିର୍ଦ୍ଦେଶକ ମନୋରଞ୍ଜନ ଦାଶ ମୁଖ୍ୟଅତିଥି , ସମ୍ମାନିତ ଅତିଥି ଭାବେ ବରିଷ୍ଠ ଶିକ୍ଷକ ବ୍ରଜେନ୍ଦ୍ର ଦାଶ, ଜିଲ୍ଲା ଯୁଗ୍ମ ସଂପାଦକ ମୀନକେତନ ମହାପାତ୍ର ପ୍ରମୁଖ ଯୋଗଦେଇ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ। ସୂଚନା ଯୋଗ୍ୟ ଯେ ଏହି ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ କୁତ୍ରା ହାଇସ୍କୁଲ ଠାରେ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ଓ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀମାନେ ଆସନ୍ତା ୨୬ ରୁ୨୮ ତାରିଖ ପର୍ଯ୍ୟନ୍ତ କଟକ ସହିଦ ଭବନଠାରେ ହେବାକୁ ଥିବା ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଯୋଗଦେବେ ବୋଲି ଓଷ୍ଟା ପକ୍ଷରୁ କୁହାଯାଇଛି। ଏହି କାର୍ଯ୍ୟକ୍ରମରେ ବିପିନ ନାୟକ,ପ୍ରଶାନ୍ତ ବେହେରା, ଅଶୋକ ବଳ,ଜ୍ୟୋତିର୍ମୟ ଆଚାର୍ଯ୍ୟ,କୁଞ୍ଜବିହାରୀ ରାଉତ,ଶରତ ସାହୁ, ସୁରେନ୍ଦ୍ର ପାଢୀ, ନିରୁପମା ପତି, ରଂଜନ କୁମାର ସାମଲ ପ୍ରମୁଖ ଉପସ୍ଥିତ ଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ବାରିପଦାରେ ଚୈତ୍ର ପର୍ବ ଉପଲକ୍ଷେ ଜିଲ୍ଲାସ୍ତରୀୟ ଗ୍ରାମୀଣ ଛଉ ନୃତ୍ୟ ପ୍ରତିଯୋଗିତାରେ ଵାଦଡା ଛଉ ନୃତ୍ୟ ପ୍ରତିଷ୍ଠାନ ପ୍ରଥମ

Sunil Chandra Nayak

୧- ଵିଜାତଳା ତହସିଲ ; ଵନ୍ଧଗାଁର ବାଲେଇମୁଣ୍ଡା ଘର ବର୍ଷାରେ ଭୁଷୁଡିଲା  , ୨- ତିରିଂ ତହସିଲ ! କାନ୍ଥ ପଡ଼ି ମହିଳା ମୃତ

Sunil Chandra Nayak

ଯାଜପୁର ଜିଲ୍ଲାପାଳଙ୍କୁ ବିଦାୟକାଳିନ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!