ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପେନସନ ଗ୍ରାହୀ ସଙ୍ଘ ପକ୍ଷରୁ ଟ୍ରେନ ଦୁର୍ଘଟଣାରେ ମୃତକଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ସଭା

କୋକସରା,୮/୦୬ -କର ମଣ୍ଡଳ ଟ୍ରେନ ଦୁର୍ଘଟଣାରେ ମୃତକ ଯାତ୍ରୀଙ୍କ ଅମର ଆତ୍ମାର ସଦଗତି କାମନା କରି ବୁଧବାର କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ପେନସନ ଗ୍ରାହୀ ସଙ୍ଘ ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ସଭା ସରସ୍ୱତୀ ଶିଶୁ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଗୁଣନିଧି ବାଗଙ୍କ ସଭାପତିତ୍ୱରେ ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀଙ୍କ ପାଇଁ ନିରବ ପ୍ରାର୍ଥନା କରିବା ସହ ଗୁରୁତର ଓ ଆହତଙ୍କ ଆଶୁ ଆରୋଗ୍ୟ ପାଇଁ ଭଗବାନଙ୍କ ଠାରେ ପ୍ରାର୍ଥନା କରିଥିଲେ। ଉଦ୍ଧାର କାର୍ଯ୍ୟରେ ଦିନରାତି ସହଯୋଗ କରିଥିବା ବାଲେଶ୍ଵର ଜନସାଧାରଣ, ସ୍ୱେଚ୍ଛାସେବୀ, ପୋଲିସ, ଏନଡିଆରଏଫ, ଡାକ୍ତର, ସ୍ଵାସ୍ଥ୍ୟ କର୍ମଚାରୀ, ବାଲେଶ୍ଵର ଓ କଟକର ସ୍ବେଚ୍ଛାକୃତ ରକ୍ତଦାନ କରିଥିବା ରକ୍ତଦାତାଙ୍କୁ କୃତଜ୍ଞତା ଜଣାଇଛନ୍ତି।ଏହି ଶ୍ରଦ୍ଧାଞ୍ଜଳି ସଭାରେ ସଙ୍ଘର ସମ୍ପାଦକ ମିନକେତନ ପ୍ରଧାନୀ, ଜଗବନ୍ଧୁ ମାଝୀ, କେଶବ ଚନ୍ଦ୍ର ନାଏକ, ବୁଟୁନାଥ ସରାବୁ, ଜୟଲାଲ ନାଏକ, ମୁକ୍ତେଶ୍ଵର ପଟ୍ଟନାୟକ, ଅଶୋକ ମାଝୀ, ପ୍ରଧାନ ଆଚାର୍ଯ୍ୟ ଦେବାନନ୍ଦ ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ଶିକ୍ଷାବିତ୍ ବିଜୟ ରାମ ପାତ୍ରଙ୍କୁ ଜନ୍ମ ମାଟିରେ ଶ୍ରଦ୍ଧାଂଜଳି 

masiha

ମିଶନ ବାତ୍ସଲ୍ୟ ଯୋଜନା ଅଧୀନରେ ଅନାଥ ପିଲା ଏଵଂ ଏକକ ଅଭିଭାବକ ପିଲାଙ୍କ ସ୍ୱତନ୍ତ୍ର ଶିବିର ଆୟୋଜନ

Sunil Chandra Nayak

ଭବାନୀପାଟଣା ରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!