ପାପଡାହାଣ୍ଡି,07/06, ମନିସ -ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକରେ ବୁଧବାର ବିଦ୍ୟୁତ ସକ ଲାଗି ମକିଆ ପଞ୍ଚାୟତ ଶିଲକଗୁଡାର ଯୁବକ ଗୁରୁତର ଆହତ ହୋଇଥିବା ବେଳେ ଓ ମାନିଗାଁ ପଞ୍ଚାୟତ କେନ୍ଦୁଗୁଡା ଗ୍ରାମର ଯୁବକର ମୃତ୍ୟୁ ହୋଇଛି | ଉଭୟ ଙ୍କୁ ପାପଡାହାଣ୍ଡି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କିରାଯାଇଥିଲା |
ସୂଚନା ଅନୁଯାୟୀ ମାନିଗା ପଞ୍ଚାୟତ ଅନ୍ତର୍ଗତ କେନ୍ଦୁଗୁଡା ଗ୍ରାମର ସମୀର ଗୌଡ଼ (19) ସନ୍ଧ୍ୟା ସମୟରେ ନିଜ ଘରେ ବିଦ୍ୟୁତ ଶକେଟ ରେ ମୋବାଇଲ ଚାର୍ଜ କରିଥିଲେ | ବିଦ୍ୟୁତ ଶକେଟ ରୁ ମୋବାଇଲ କାଡ଼ିବା ସମୟରେ ସମୀର ଙ୍କୁ ବିଦ୍ୟୁତ ଝଟକା ଲାଗି ସେ ତଳେ ପଡ଼ିଯାଇଥିଲେ | ପରିବାର ଲୋକ ଦେଖି ତାଙ୍କୁ ତୁରନ୍ତ 108 ଆମ୍ବୁଲାନ୍ସ ଯୋଗେ ପାପଡାହାଣ୍ଡି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଭର୍ତ୍ତି କରିଥିଲେ | ପ୍ରାଥମିକ ସ୍ୱାସ୍ଥ୍ୟ ପରୀକ୍ଷା ପରେ ଡାକ୍ତର ମନସ୍ମିତା ମହାନ୍ତି ସମୀର ଙ୍କୁ ମୃତ ଘୋଷଣା କରିଛନ୍ତି | ଖବର ଲେଖା ସୁଦ୍ଧା ଶବ ବର୍ତ୍ତମାନ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ଶବାଗାର ରେ ରଖାଯାଇଛି | ସେହିପରି ମକିଆ ପଞ୍ଚାୟତ ଅନ୍ତର୍ଗତ ଶିଳକଗୁଡା ଗ୍ରାମର ଅରୁଣ ନାୟକ (23) ଜଣେ ଗାଇ ଚୋରାଳୀ | ଅରୁଣ ଦିନ ଦ୍ବିପହର ଖାଇ ସରିବା ପରେ ଗାଇ ଚରେଇବା ପାଇଁ ଗା ନିକଟସ୍ତ କାଜୁ ବାଡ଼କୁ ଯାଇଥିଲେ | ଗାଇ ଘୋଡ଼େଇବା ପାଇଁ କାଜୁ ବଗିଚାରେ ଡାଳ ଭାଙ୍ଗିବା ସମୟରେ ବିଦ୍ୟୁତ ଶକ ଲାଗିଥିଲା ସେ ଗୁରୁତର ଅବସ୍ଥାରେ ତଳେ ପଡ଼ିଯାଇଥିଲେ | ଗ୍ରାମବାସୀ ତାଙ୍କୁ ଉଦ୍ଧାର କରି ଏକ ଅଟୋ ସାହାଯ୍ୟରେ ପାପଡାହାଣ୍ଡି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ଆଣି ଭର୍ତ୍ତି କରିଥିଲେ | ପ୍ରାଥମିକ ଚିକିତ୍ସା ପରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ିବାରୁ ତାଙ୍କୁ ନବରଙ୍ଗପୁର ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ର କୁ ସ୍ଥାନାନ୍ତର କରାଯାଇଛି | ତାଙ୍କ ଦୁଇ ହାଥ ସମ୍ପୂର୍ଣ୍ଣ ଜଳି ଯାଇଛି, ବିଦ୍ୟୁତ ବିଭାଗ ର ଅସାବଧାନ ଯୋଗୁଁ ଏଭଳି ଘଟଣା ଘଟିଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି |