ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଦ୍ୟୁତ ଶକ ଲାଗି ଦୁଇ ପୃଥକ ପୃଥକ ଘଟଣାରେ ଜଣେ ମୃତ, ଜଣେ ଗୁରୁତର

ପାପଡାହାଣ୍ଡି,07/06, ମନିସ -ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକରେ ବୁଧବାର ବିଦ୍ୟୁତ ସକ ଲାଗି ମକିଆ ପଞ୍ଚାୟତ ଶିଲକଗୁଡାର ଯୁବକ ଗୁରୁତର ଆହତ ହୋଇଥିବା ବେଳେ ଓ ମାନିଗାଁ ପଞ୍ଚାୟତ କେନ୍ଦୁଗୁଡା ଗ୍ରାମର ଯୁବକର ମୃତ୍ୟୁ ହୋଇଛି | ଉଭୟ ଙ୍କୁ ପାପଡାହାଣ୍ଡି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କିରାଯାଇଥିଲା | 

ସୂଚନା ଅନୁଯାୟୀ ମାନିଗା ପଞ୍ଚାୟତ ଅନ୍ତର୍ଗତ କେନ୍ଦୁଗୁଡା ଗ୍ରାମର ସମୀର ଗୌଡ଼ (19) ସନ୍ଧ୍ୟା ସମୟରେ ନିଜ ଘରେ ବିଦ୍ୟୁତ ଶକେଟ ରେ ମୋବାଇଲ ଚାର୍ଜ କରିଥିଲେ | ବିଦ୍ୟୁତ ଶକେଟ ରୁ ମୋବାଇଲ କାଡ଼ିବା ସମୟରେ ସମୀର ଙ୍କୁ ବିଦ୍ୟୁତ ଝଟକା ଲାଗି ସେ ତଳେ ପଡ଼ିଯାଇଥିଲେ | ପରିବାର ଲୋକ ଦେଖି ତାଙ୍କୁ ତୁରନ୍ତ 108 ଆମ୍ବୁଲାନ୍ସ ଯୋଗେ ପାପଡାହାଣ୍ଡି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଭର୍ତ୍ତି କରିଥିଲେ | ପ୍ରାଥମିକ ସ୍ୱାସ୍ଥ୍ୟ ପରୀକ୍ଷା ପରେ ଡାକ୍ତର ମନସ୍ମିତା ମହାନ୍ତି ସମୀର ଙ୍କୁ ମୃତ ଘୋଷଣା କରିଛନ୍ତି | ଖବର ଲେଖା ସୁଦ୍ଧା ଶବ ବର୍ତ୍ତମାନ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ଶବାଗାର ରେ ରଖାଯାଇଛି | ସେହିପରି ମକିଆ ପଞ୍ଚାୟତ ଅନ୍ତର୍ଗତ ଶିଳକଗୁଡା ଗ୍ରାମର ଅରୁଣ ନାୟକ (23) ଜଣେ ଗାଇ ଚୋରାଳୀ | ଅରୁଣ ଦିନ ଦ୍ବିପହର ଖାଇ ସରିବା ପରେ ଗାଇ ଚରେଇବା ପାଇଁ ଗା ନିକଟସ୍ତ କାଜୁ ବାଡ଼କୁ ଯାଇଥିଲେ | ଗାଇ ଘୋଡ଼େଇବା ପାଇଁ କାଜୁ ବଗିଚାରେ ଡାଳ ଭାଙ୍ଗିବା ସମୟରେ ବିଦ୍ୟୁତ ଶକ ଲାଗିଥିଲା ସେ ଗୁରୁତର ଅବସ୍ଥାରେ ତଳେ ପଡ଼ିଯାଇଥିଲେ | ଗ୍ରାମବାସୀ ତାଙ୍କୁ ଉଦ୍ଧାର କରି ଏକ ଅଟୋ ସାହାଯ୍ୟରେ ପାପଡାହାଣ୍ଡି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ଆଣି ଭର୍ତ୍ତି କରିଥିଲେ | ପ୍ରାଥମିକ ଚିକିତ୍ସା ପରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ିବାରୁ ତାଙ୍କୁ ନବରଙ୍ଗପୁର ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ର କୁ ସ୍ଥାନାନ୍ତର କରାଯାଇଛି | ତାଙ୍କ ଦୁଇ ହାଥ ସମ୍ପୂର୍ଣ୍ଣ ଜଳି ଯାଇଛି, ବିଦ୍ୟୁତ ବିଭାଗ ର ଅସାବଧାନ ଯୋଗୁଁ ଏଭଳି ଘଟଣା ଘଟିଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି |

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ରାଉରକେଲା ରେ ହାତୀ,ନେଲା ଜଣଙ୍କ ଜୀବନ 

Sunil Chandra Nayak

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟର ଦିନିକିଆ ଭୂତତ୍ୱ ସମ୍ପର୍କୀତ ପ୍ରଦର୍ଶନୀ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟିତ

masiha

ଡାବୁଗାଁ ହୋମିଓପାଥି ମେଡିକାଲ ରେ ନୂତନ ମେଡିକାଲ ଅଫିସର ଙ୍କ ଯୋଗଦାନ 

masiha

Leave a Comment

error: Content is protected !!