ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ନାବାଳକ ନିଖୋଜ ଥାନା ରେ ଅଭିଯୋଗ କଲେ ବାପା

କୋକସରା,୭/୦୬ – କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ମଜୁରସାହି ଗ୍ରାମର ବନ ବିହାରୀ ନିଆଲଙ୍କ ୧୪ ବର୍ଷର ପୁଅ ଦିନେଶ କୁମାର ନିଆଲ ( ଚିନ୍ଟୁ ) ମଙ୍ଗଳବାର ଠାରୁ ନିଖୋଜ ଅଛନ୍ତି । ଏନେଇ ତାଙ୍କ ବାପା କୋକସରା ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି। ଦିନେଶ ଚଳିତ ବର୍ଷ ଅଷ୍ଟମ ଶ୍ରେଣୀର ଛାତ୍ର ରହିଥିଲେ। ମଙ୍ଗଳବାର ଦିନେଶ ନିକଟସ୍ଥ ଫୁପଗାଁ ସାପ୍ତାହିକ ବଜାରକୁ ଯାଇ ଆଉ ଘରକୁ ଫେରି ନାହାଁନ୍ତି। ପରିବାର ବର୍ଗ ପକ୍ଷରୁ ଦିନେଶର ସାଙ୍ଗସାଥିଙ୍କୁ ପଚାରିବା ସହ ଖୋଜାଖୋଜି ପରେ ମଧ୍ୟ କୌଣସି ସନ୍ଧାନ ନ ମିଳିବାରୁ ବୁଧବାର କୋକସରା ଥାନାରେ ନିଖୋଜ ରହିଥିବା ନେଇ ଅଭିଯୋଗ କରିଛନ୍ତି । ଏନେଇ କୋକସରା ଥାନା କେଶ ନମ୍ବର ୧୫୬/୨୩ରେ ଏକ ନିଖୋଜ ମାମଲା ରୁଜୁ କରି ତଦନ୍ତ ଜାରି ରହିଥିବା ନେଇ କୋକସରା ଥାନା ଅଧିକାରୀ ପ୍ରସନ୍ନ କୁମାର ବେହେରା ସୁଚନା ଦେଇଛନ୍ତି।

ମସିହା ନିଉଜ ସର୍ଭିସ୍ 

Related posts

ରାଉରକେଲାରେ ଆନ୍ତଃରାଜ୍ୟ ଅବୈଧ ଜୁଆ ରାକେଟର ସହ-ଅଭିଯୁକ୍ତ ଗିରଫ

Sunil Chandra Nayak

ଚୋରି ଓ ଛିନତାଇ ମାମଲାରେ ରାଉରକେଲା ପୋଲିସ୍ ଦ୍ବାରା ୨ ନାବାଳକଙ୍କ ସମେତ ୩ ଗିରଫ ଏବଂ ଚୋରି ସାମଗ୍ରୀ ଜବତ

Sunil Chandra Nayak

ଚୋରୀ ଅଭିଯୋଗରେ ଜଣେ ଯୁବକ ଗିରଫ 

Sunil Chandra Nayak

Leave a Comment

error: Content is protected !!