ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଗଂଜେଇ ଓ କପ ସିରଫ ଜବତ, ଜଣେ ଗିରଫ

ଗଂଜେଇ ଓ କପ ସିରଫ ଜବତ, ଜଣେ ଗିରଫ

ଖଡ଼ିଆଳ,୧୨.୦୬.(ସୁଜିତ କୁମାର ପ୍ରଧାନ )ନୂଆପଡା ଜିଲ୍ଲା ଖଡ଼ିଆଳ ସହର ୱାର୍ଡ ନଂ ୫ ସାହୁ ପଡାରେ ନୂଆପଡା ଅବକାରୀ ବିଭାଗର ଚଢ଼ାଉ ୧୨.୧୦୦ ଗ୍ରାମ ଗଞ୍ଜେଇ ଓ ୨୦୦ ଗୋଟି (୧୦୦ ଏମ ଏଲ) ବୋତଲ କଫ ସିରଫ (୨୦) ଲିଟର ଜବତ ଯୁବକ ନିତେଶ ସାହୁ (୨୯) କୋର୍ଟ ଚାଲାଣ। ଅବକାରୀ ବିଭାଗ ପକ୍ଷରୁ ପ୍ରକାଶ ଯେ ବିଶେଷ ସୂତ୍ରରୁ ଖବର ପାଇ ଜିଲ୍ଲା ଅବକାରୀ ବିଭାଗ ଶୁକ୍ରବାର ସକାଳ ୬.୩୦ ମି ରୁ ୮ ଘଣ୍ଟା ପର୍ଯ୍ୟନ୍ତ ସାହୁପଡା ସ୍ଥିତ ନିତେଶ ସାହୁଙ୍କ ଦୋକାନକୁ ଚଢ଼ାଉ କରି ବେଆଇନ ଭାବରେ ଗଞ୍ଜେଇ ଓ କଫ ସିରଫ ରଖି ବିକ୍ରି କରୁଥିବା ବେଳେ ଅବକାରୀ ହାତରେ ଧରା ପଡ଼ିଥିଲେ। ଅବକାରୀ ଆଇନ ଅନୁଯାୟୀ ନିତେଶକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଚଢ଼ାଉର ନେତୃତ୍ୱ ନେଇଥିଲେ ଜିଲ୍ଲା ଅବକାରୀ ଅଧିକ୍ଷକ ସଂଘମିତ୍ରା ପ୍ରଧାନ, ଅବକାରୀ ନିରୀକ୍ଷକ ହୀରବତୀ ଥାଟି, ଅବକାରୀ ଓ ଆସି ସି ଖଡ଼ିଆଳ ଅଲେଖ ପୁଟେଲ, ନୂଆପଡା ବୃନ୍ଦାବତୀ ଭୁଆ, ମୋବାଇଲ ଏସ ଆଇ ଦେବାଶିଷ ଶ୍ରୀଧର ସମେତ ଅନ୍ୟ କର୍ମଚାରୀ ସାମିଲ ହୋଇଥିଲେ।

Related posts

ଚପରିଆ ଛକ ନିକଟରେ ବୋଲେରୋ ଧକ୍କା ରେ ଜଣେ ମୃତ

masiha

ଖୁଡୁଖୁଡି ଖେଳ ଉପରେ ଚଢାଉ, ୧ ଗିରଫ 

masiha

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା

masiha

Leave a Comment

error: Content is protected !!