ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଦୁଇ ଫେରାର ଆସାମୀ ୱାରେଣ୍ଟି ବଳରେ ଗିରଫ

ଦୁଇ ଫେରାର ଆସାମୀ ୱାରେଣ୍ଟି ବଳରେ ଗିରଫ 

କନ୍ଧମାଳ:ତା,୨୩/୦୧:(ମନିସ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ଥାନା ପୁଲିସ ମଙ୍ଗଳବାର ଦୁଇ ଜଣ ଫେରାର ଆସାମୀକୁ ୱାରେଣ୍ଟ ବଳରେ ଗିରଫ କରି କୋର୍ଟ ଚାଲାଣ କରିଛି । ପ୍ରକାଶ ଯେ, ୨୦୦୮ କନ୍ଧମାଳ ଦଙ୍ଗା ମାମଲାରେ ସମ୍ପୃକ୍ତ ରହିଥିବା ଅଭିଯୋଗରେ ଦୁର୍ଗାପଙ୍ଗା ଗ୍ରାମର ନରସିଂହ ବଣିଆ ଜିଆର କେଶ ନଂ.୨୧୪/୦୮ ପ୍ରକାରେ ଏବଂ ସୁବର୍ଣ୍ଣଗିରି ଗ୍ରାମର ଆନନ୍ଦ ଚନ୍ଦ୍ର ବେରୁକ ଓରଫ ଟୁନା କେଶ ନଂ.୩୭/୧୪ ପ୍ରକାରେ ବୈବାହିକ ଜୀବନରେ ଗଣ୍ଡଗୋଳ ମାମଲା ରେ ସମ୍ପୃକ୍ତି ରହି ଦୀର୍ଘ ଦିନ ହେଲା କୋର୍ଟ ରେ ହଜାର ନହୋଇ ଫେରାର ରହିଥିଲେ l କୌଣସି ସୂତ୍ରରୁ ଖବର ପାଇ ଏହି ଦୁଇ ଜଣକୁ କୋଟଗଡ ପୁଲିସ ୱାରେଣ୍ଟ ବଳରେ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବିଷୟ କୋଟଗଡ ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରଦୀପ କୁମାର ରାଉଳ ପ୍ରକାଶ କରିଛନ୍ତି l

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ

Related posts

ଧାତକିଡିହି ଗ୍ରାମରେ ଯୁବତୀ’ଙ୍କ ଆତ୍ମହତ୍ୟା

Sunil Chandra Nayak

ଶିଶୁ ଶ୍ରମିକ ଆଇନର ଉଲ୍ଲଂଘନ ମହଙ୍ଗା ପଡ଼ିଲା

Sunil Chandra Nayak

ଶାଗୁଆନ ଜଙ୍ଗଲ ମଧ୍ୟରୁ ମହିଳାଙ୍କ ଗଳିତ ଶବ ଉଦ୍ଧାର

Sunil Chandra Nayak

Leave a Comment

error: Content is protected !!