ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିମିଳିପାଳ ନର୍ସିଂ କଲେଜରେ ରକ୍ତଦାନ ଶିବିରରେ ୟୁନିଟ ରକ୍ତ ସଂଗ୍ରହ

ଶିମିଳିପାଳ ନର୍ସିଂ କଲେଜରେ ରକ୍ତଦାନ ଶିବିରରେ ୟୁନିଟ ରକ୍ତ ସଂଗ୍ରହ

 ମୟୂରଭଞ୍ଜ – ୨୩/୦୧ ( ମସିହା) ଆଜି ପବିତ୍ର ନେତାଜୀ ସୁବାଷ ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ।ଏହି ମହାନ ଯୋଗଜନ୍ମା ଉତ୍କଳ ମାଟିର ସୁଯୋଗ୍ୟ ସନ୍ତାନ , ମହାନ ଦେଶଭକ୍ତ ତଥା ସ୍ଵାଧୀନତା ସଂଗ୍ରାମୀ ଙ୍କ ଜନ୍ମ ଜୟନ୍ତୀ ଅବସରରେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ସନ୍ନିକଟ ଦୁଵୁଲାବେଡାର ଶିମିଳିପାଳ ନର୍ସିଂ କଲେଜ ପରିସରରେ ଟେକ୍ନୋଓ୍ବାର୍ଲ୍ଡ ଏବଂ ସମ୍ବାଦ ମିଳିତ ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ‌ଏଥିରେ ଟେକ୍ନୋଓ୍ବାର୍ଲଡ ଡାଇରେକ୍ଟର ଉମାକାନ୍ତ ମହାନ୍ତ, ପ୍ରଶାସନିକ ଅଧିକାରୀ ଆଡଭୋକେଟ ଭବାନୀ ଶଙ୍କର ମହାନ୍ତି,ଅଧ୍ୟକ୍ଷ , ସମ୍ବାଦ ଜିଲ୍ଲା ପ୍ରତିନିଧି ତୁଷାର କାନ୍ତ ମହାନ୍ତ,କଥାଶିଳ୍ପୀ ଲଳିତ ମହାନ୍ତ, ରାଇରଙ୍ଗପୁର ମହାବିଦ୍ୟାଳୟ ରସାୟନ ବିଭାଗ ଅଧ୍ୟାପକ ଦାରା ସିଂ ମହାନ୍ତ ଶିମିଳିପାଳ ନର୍ସିଂ କଲେଜ ଷ୍ଟାଫ୍, ଛାତ୍ର ଛାତ୍ରୀ ପ୍ରମୁଖ ଯୋଗ ଦେଇ ମହାନ ଜନନାୟକ ଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଦେଇ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।ପରେ ରକ୍ତଦାନର ଶୁଭାରମ୍ଭ ହୋଇଥିଲା । ଡାଇରେକ୍ଟର ଉମାକାନ୍ତ ମହାନ୍ତ, ପ୍ରଶାସନିକ ଅଧିକାରୀ ଭବାନୀ ଶଙ୍କର ମହାନ୍ତି,ଟେକ୍ନୋଓ୍ବାର୍ଲଡ ଅଧ୍ୟକ୍ଷ ପ୍ରାକ୍ତନ ପ୍ରଫେସର ଲଳିତ ମୋହନ ପ୍ରଧାନ ଉପାଧ୍ୟକ୍ଷ ପ୍ରଫେସର୍ ସୂର୍ଯ୍ୟ କାନ୍ତ ଘଣା,ସମ୍ବାଦ ପ୍ରତିନିଧି ତୁଷାରକାନ୍ତ ମହାନ୍ତ ଗଣମାଧ୍ୟମକୁ ସୂଚନା ଦେଇଥିଲେ କଠିନ ବିପତ୍ତି ସମୟରେ ଲୋକ ରକ୍ତ ଅଭାବରୁ ମୃତ୍ୟୁ ମୁଖରେ ନ ପଡନ୍ତି ତାହାହିଁ କିଞ୍ଚିତ ମାତ୍ରାରେ ଏହି ରକ୍ତଦାନ ସାହାଯ୍ୟ କରିବ । ରାଇରଙ୍ଗପୁର ରକ୍ତ ଭଣ୍ଡାରରେ ରକ୍ତ ର ବହୁତ ଅଭାବ ଦେଖାଦେଇଛି । ପ୍ରତ୍ୟେକ ଦିନ ସିକଲସେଲ,ଥାଲାସେମିଆ ଭଳି ରୋଗୀ ସହିତ ଗର୍ଭବତୀ ମହିଳା, ଦୁର୍ଘଟଣାରେ ଗୁରୁତର ରୋଗୀଙ୍କଠାରେ ରକ୍ତର ବହୁତ ଆବଶ୍ୟକତା ଦେଖା ଦେଇଛି । ଅତିଥି ଗଣ ରକ୍ତଦାନ ଶିବିରରେ ଯୋଗ ଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ ।ରକ୍ତଦାତା ମାନେ ମଧ୍ୟ ରକ୍ତଦାନ କାର୍ଯ୍ୟକ୍ରମରେ ଯୋଗଦେଇ ନିଜର ରକ୍ତଦାନ କରି ନିଜକୁ ଧନ୍ୟ ମଣିଥିଲେ । ରାଇରଙ୍ଗପୁର ରକ୍ତ ଭଣ୍ଡାରରୁ ଡାକ୍ତର ସ୍ମିତାରାଣୀ ବିରୁଆ, ରୋହିତ ବାରିକ, ଦେବବ୍ରତ ଗିରି ଟୁକୁନା ମହାନ୍ତ , ମହେଶ୍ୱର ମହାନ୍ତ,ସୁପ୍ରିୟା ମହାନ୍ତ, ଟିକିନା ମହାନ୍ତ, ତ୍ରିହର ମଦନ ପିଙ୍ଗୁଆ, ମିହିର ଦାସ, ବୁଧୁରାମ୍ ବିନ୍ଧାଣି, ସିପୁନ ମହାନ୍ତି, ପ୍ରଭଞ୍ଜନ ମହାନ୍ତପ୍ରମୁଖ ରକ୍ତ ଦାନ କରିଥିଲେ ।କାର୍ଯ୍ୟକ୍ରମ ସଫଳତାର ସହ ସଂପନ୍ନ ହୋଇଥିବାରୁ ଭବାନୀ ଶଙ୍କର ମହାନ୍ତି ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ଵାଳ ଙ୍କ ରିପୋର୍ଟ୍ 

Related posts

ମେଗାଲିଫ୍ଟ କେନାଲ ରୁ ୩ ବ୍ଲକ କୁ ଜଳସେଚନ ଦାବି… ଚାଷି ସଙ୍ଗଠନ ପକ୍ଷରୁ ଜାତୀୟ ରାଜପଥ ୨୬ ଅବରୋଧ…

masiha

ଦୁଇ ମୋଟରସାଇକେଲ ମୁହାଁ ମୁହିଁ ଧକ୍କା ୨ ଜଣ ମୃତ 

masiha

ଧର୍ମଗଡ଼ ବ୍ଲକସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ

masiha

Leave a Comment

error: Content is protected !!