ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ପାଷ୍ଟିକୁଡି କେମ୍ପରେ କର୍ମଚାରୀ ନିଆଁରେ ପୋଡି ମରିବା ଘଟଣା, ହତ୍ୟା ଅଭିଯୋଗ ଓ କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ

କୋକସରା,୨୮/୦୨ ସୋମବାର ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ପାଷ୍ଟିକୁଡି ନିକଟରେ ଥିବା ଏକ ଠିକାସଂସ୍ଥାର କେମ୍ପରେ ନିଆଁରେ ପୋଡି ଜଣେ କର୍ମଚାରୀଙ୍କ ମୃତ୍ୟୁ ହୋଇଥିଲା । ଭବାନୀପାଟଣାରେ ଶବ ବ୍ୟବଚ୍ଛେଦ ପରେ ମଙ୍ଗଳବାର ଗାଁ କୁ ଆସିବା ବାଟରେ କୋକସରା ବ୍ଲକ ଚିଲିଗୁଡା ନିକଟରେ ଜାତୀୟ ରାଜପଥ ୨୬ରେ ହତ୍ୟା ଅଭିଯୋଗ ଓ କ୍ଷତିପୂରଣ ଦାବି କରି ଅପରାହ୍ନ ୪ ଘଣ୍ଟାରୁ ରାସ୍ତା ଅବରୋଧ କରିଛନ୍ତି। ସୂଚନା ଅନୁସାରେ କୋକସରା ବ୍ଲକ କାଶିବାହଲ ଗ୍ରାମର ପ୍ରଦୀପ କେତକି(୪୫) ଭବାନୀପାଟଣାର ଜଣେ ଠିକାଦାର ରାଜେଶ ଠାକୁର ନିକଟରେ ମୁନସି ଭାବେ ଆଜିକୁ ୬ ମାସ ହେବ ପାଷ୍ଟିକୁଡି ନିକଟରେ ଥିବା ଥିବା ଠିକାସଂସ୍ଥାର କେମ୍ପରେ ନିୟୋଜିତ ରହିଥିଲେ। ତେବେ ସୋମବାର ସନ୍ଧ୍ୟାରେ ରହୁଥିବା କେମ୍ପରେ ନିଆଁରେ ପୋଡି ମୃତ୍ୟୁ ହୋଇଥିଲା। ଏହି ଘଟଣା ପରେ ଖବର ପାଇ ପରିବାର ବର୍ଗ କୋକସରା ବ୍ଲକ କାଶିବାହଲରୁ ପାଷ୍ଟିକୁଡିରେ ପହଞ୍ଚି ପ୍ରଦୀପଙ୍କ ମୃତ୍ୟୁ ନିଆଁରେ ପୋଡି ନୁହେଁ ବରଂ ତାଙ୍କୁ ହତ୍ୟା କରାଯାଇଛି ବୋଳି ଅଭିଯୋଗ କରିବା ସହ ଠିକାସଂସ୍ଥାର ଇଂଚାର୍ଜ ଥିବା ପ୍ରତାପ ଜେନା ହିଁ ପ୍ରଦୀପଙ୍କୁ ହତ୍ୟା କରିଥିବା ନେଇ ଅଭିଯୋଗ କରିଥଲେ। ମୃତକ ପ୍ରଦୀପ ଗତକାଲି ସନ୍ଧ୍ୟାରେ ନିଜ ଝିଅ ଓ ସ୍ତ୍ରୀ କୁ ଫୋନ କରି ତାଙ୍କୁ ପ୍ରତାପ ଜେନା ନିର୍ଯ୍ୟାତନା ଦେଉଥିବା ଓ ଜୀବନରେ ମାରି ଦେବାକୁ ଧମକ ଦେଇଥିବା ନେଇ କହିଥିଲେ ବୋଳି ପରିବାର ପକ୍ଷରୁ କୁହାଯାଇଛି। ଫୋନ କରିବାର କିଛି ସମୟ ପରେ ନିଆଁରେ ପୋଡି ମୃତ୍ୟୁ ହୋଇଥିବା ନେଇ ଖବର ମିଳିଥିଲା। ଖବର ଶୁଣିବା ପରେ ମୃତକଙ୍କ ପରିବାର ଠିକା କେମ୍ପରେ ପହଞ୍ଚିବା ବେଳକୁ ପ୍ରଦୀପର ମୃତ୍ୟୁ ହୋଇ ସାରିଥିଲା। ସେଠାରେ ମଧ୍ୟ ପ୍ରତାପ ଜେନା ହତ୍ୟା କରିଥିବା ନେଇ ପରିବାର ପକ୍ଷରୁ ଅଭିଯୋଗ କରିଥିଲେ। ହେଲେ ପୁଲିସ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ଯାଇନଥିଲା। ମଙ୍ଗଳବାର ଭବାନୀପାଟଣା ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ ପରେ ଶବ ଗାଁ ଆଣିବା ବାଟରେ କୋକସରା ଥାନା ଚିଲିଗୁଡା ନିକଟରେ ଶବକୁ ଜାତୀୟ ରାଜପଥ ୨୬ ରେ ରଖି ହତ୍ୟା ଅଭିଯୁକ୍ତକୁ ଗିରଫ ସହ ୧୦ ଲକ୍ଷ କ୍ଷତିପୂରଣ ଦାବିରେ ଅପରାହ୍ନ ୪ ଘଣ୍ଟାରୁ ରାସ୍ତା ଅବରୋଧ କରି ବସିଛନ୍ତି। ଖବର ପାଇ ଯାଦବ ସମାଜ ର କର୍ମକର୍ତ୍ତା ଡମ୍ବରୁ ଲହଜଳ, ଡାକେଶ୍ୱର ଲହଜଳ, ଧନୁ ଗୋପାଳ, ଲିଙ୍ଗରାଜ ବେହେରା, ଅଭିମନ୍ୟୁ ଗୋପାଳ, ବିନୋଦ ବିହାରୀ ରାଉତ, ହେମନ୍ତ କଟା, ଧନସିଂ ବାଗ ପ୍ରମୁଖ ଘଟଣାକୁ ସମର୍ଥନ ଜଣାଇ ଓ କାର୍ଯ୍ୟାନୁଷ୍ଠାନ ଦାବି କରି ଅବରୋଧରେ ସାମିଳ ହୋଇଥିଲେ। ଘଟଣାସ୍ଥଳରେ କୋକସରା ଥାନା ଅଧିକାରୀ ପ୍ରସନ୍ନ କୁମାର ବେହେରା, ଆମପାଣି ଥାନା ଅଧିକାରୀ ଚତୁର୍ଭୁଜ ନାଏକ, ଜୁନାଗଡ ଥାନା ଅଧିକାରୀ ଉତ୍ତମ କୁମାର ସାହୁ, କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ଧର୍ମଗଡ ବିଧାୟକ ପ୍ରତିନିଧି ମାନସ ରଞ୍ଜନ ବାଗ, କାଶିବାହଲ ସରପଞ୍ଚ ପୁଷ୍ପାଞ୍ଜଳି ନାଏକ, ସମିତି ସଭ୍ୟ ଗଜାନନ ନିଆଲ ପହଞ୍ଚି ମୃତକଙ୍କ ପରିଜନଙ୍କ ସହ ଆଲୋଚନା ଜାରି ରଖିଛନ୍ତି। ତେବେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ଓ ବିଧାୟକ ପ୍ରତିନିଧି ମାନସ ରଞ୍ଜନ ବାଗଙ୍କ ପ୍ରଚେଷ୍ଟାରେ ଠିକାସଂସ୍ଥା ପକ୍ଷରୁ ୫ ଲକ୍ଷ ୫୦ ହଜାର କ୍ଷତିପୂରଣ ଦେବାସହ ନିରପେକ୍ଷ ତଦନ୍ତ କରାଯିବା ନେଇ ପୁଲିସ ପକ୍ଷରୁ ପ୍ରତିଶ୍ରୁତି ଦିଆଯିବା ପରେ ରାସ୍ତା ଅବରୋଧ ହଟିଛି। ତେବେ ଅପରାହ୍ନ ୪ ଘଣ୍ଟାରୁ ରାତି ୮ ଘଣ୍ଟା ପର୍ଯ୍ୟନ୍ତ ଜାତୀୟ ରାଜପଥ ଅବରୋଧ ଫଳରେ ଭବାନୀପାଟଣାରୁ ଜୟପୁର ମଧ୍ୟରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା।

ମସିହା ନିଉଜ ସର୍ଭିସ୍ 

Related posts

ଅଜଣା ବ୍ୟକ୍ତିର ଗଳିତ ଶବ ଜଙ୍ଗଲରୁ ଉଦ୍ଧାର : ଶବ ଜବତ କଲା ମ.ରାମପୁର ପୁଲିସ

କନ୍ଧମାଳ ଜିଲ୍ଲା ରେ ପୁଣି ନିଜ ସ୍ଥିତି ଜାହିର କଲେ ମାଓବାଦୀ : ବେଲଘର ଥାନା ଅଞ୍ଚଳରେ ଗଛ ପକାଇ ମାଓ ପୋଷ୍ଟର ଛାଡିଲେ

ବିଦେଶୀ ମଦ ଚାଲାଣ ବେଳେ ପୋଲିସ ଧରିଲା , ୨ କୋର୍ଟଚାଲାଣ , ଗାଡି ଅଟକ

Sunil Chandra Nayak

Leave a Comment

error: Content is protected !!