ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପରିବାର ନିୟନ୍ତ୍ରଣ କ୍ଷେତ୍ରରେ ରେ ଉଲ୍ଲେଖନୀୟ  ଅବଦାନ ପାଇଁ ଡାକ୍ତର ସଦାନନ୍ଦ ପାଣିଗ୍ରାହି ପୁଣି ସମ୍ବର୍ଦ୍ଧିତ

୩୨ହଜାର ୭୫୪ ଜଣ ମହିଳା ଙ୍କୁ ସଫଳ ବନ୍ଧ୍ୟାକରଣ ଅସ୍ତ୍ରୋପଚାର କରି ଏକ ଇତିହାସ ସୃଷ୍ଟି କରିଛନ୍ତି ଡ଼ଃ ପାଣିଗ୍ରାହୀ

 ଭବାନୀପାଟଣା ସ୍ଥିତ ଟାଉନ୍ ହଲ୍ ଠାରେ ଜିଲ୍ଲା ସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି ଏବଂ ମହିଳା ଆରୋଗ୍ୟ ସମିତି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଉପସ୍ଥିତ ଆଶା କର୍ମୀ , ଅଙ୍ଗନ୍ ୱାଡ଼ି କର୍ମୀ, ସ୍ବାସ୍ଥ୍ୟ କର୍ମୀ, ଡାକ୍ତର ମାନଙ୍କୁ ଭୂୟସୀ ପ୍ରଶଂସା କରିବା ସହ କୋଭିଡ ମହାମାରୀ ସମୟରେ ସ୍ବାସ୍ଥ୍ୟ କର୍ମୀ ମାନଙ୍କ ନିଷ୍ଠାର ସହ କାର୍ଯ୍ୟ, ଟୀକାକରଣ, ଶିଶୁ ମୃତ୍ୟୁ ହାର କୁ ରୋକିବା, ଗର୍ଭବତୀ ମା ମାନଙ୍କୁ ସମୟ ଅନୁସାରେ ଟୀକା ଓ ଔଷଧ ଦେବା, ମ୍ୟାଲେରିଆ ଓ ଫାଇଲେରିଆ ର ଔଷଧ ବଣ୍ଟନ ସହ ଅନୀମିଆ ମୁକ୍ତ କଳାହାଣ୍ଡି ରେ ଏକ ବିଶେଷ ଦାୟିତ୍ଵ ନେଇଛନ୍ତି ବୋଲି କହି ଥିଲେ। ଗର୍ଭବତୀ ମା ମାନେ ଯେଭଳି ସ୍ବାସ୍ଥ୍ୟ କେନ୍ଦ୍ର ରେ ହିଁ ପ୍ରସବ କରନ୍ତୁ ଏବଂ ଏହା ଶତ ପ୍ରତିଶତ ହାସଲ ହେଉ ବୋଲି ଏହା ସେ ଆଶା କର୍ମୀ ମାନଙ୍କୁ ଆହ୍ବାନ ଦେଇ ଥିଲେ।

ମଞ୍ଚାସିନ ସମ୍ମାନିତ ଅତିଥି ମାନଙ୍କ ମଧ୍ୟରେ ସି.ଡ଼ି.ଏମ୍.ଓ ଡ଼ଃ ରଞ୍ଜନ ମିତ୍ର, ଡି.ପି.ଏଚ.ଓ ଡ଼ଃ ରାକେଶ ସାହୁ, ମୂଖ୍ୟ ବକ୍ତା ବରିଷ୍ଠ ସାମ୍ବାଦିକ ଉମା ଶଙ୍କର କର, ଏ.ଡି.ପି.ଏଚ ଓ ଡ ନିହାରେନ୍ଦ୍ର ପଣ୍ଡା ଏବଂ ଡି.ଆଇ.ପି.ଆର୍.ଓ ମନୋଜ କୁମାର ବେହେରା ତଥା ଡି ପି ଏମ୍.ଏନ୍.ଏଚ.ଏମ୍ ଅବନୀ ରଞ୍ଜନ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ଏହି ଅବସରରେ ଡି ପି ଏମ୍ ଏନ୍ ଏଚ ଏମ୍ ପ୍ରଥମେ ଏହି ସମ୍ମିଳନୀ ଅନୁଷ୍ଠିତ ର ଉଦ୍ଦେଶ୍ୟ ଓ ଆଶା, ଗାଆଁ କଲ୍ୟାଣ ସମିତି,ମହିଳା ଆରୋଗ୍ୟ ସମିତିର କର୍ମକର୍ତ୍ତା ଙ୍କୁ ପ୍ରୋତ୍ସାହନ ଉପରେ ସମ୍ୟକ୍ ସୂଚନା ଦେଇ ଥିଲେ । ମୁଖ୍ୟ ବକ୍ତା ଉମାଶଙ୍କର କର ନିଜ ବକ୍ତବ୍ୟରେ ଆଶା ମା’, ଅଙ୍ଗନୱାଡ଼ି ଦିଦି ଓ ସ୍ବାସ୍ଥ୍ୟକର୍ମୀଙ୍କୁ ପ୍ରଶଂସା କରି ସେମାନଙ୍କ ପାଇଁ ବହୁ ଜୀବନ ରକ୍ଷାପାଇଛନ୍ତି ଏବଂ ନିଷ୍ଠାର ସହ ସେବା କରିବାକୁ ମତ ରଖିଥିଲେ । ସଭାରେ ମୂଖ୍ୟ ଅତିଥି ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ଏମ୍.ଆଇ.ଏସ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ କଲମପୁର ବ୍ଲକର ମିନିଗୁର୍, କେସିଙ୍ଗା ବ୍ଲକ୍ ର ଲଇତରା ଏବଂ କଲମପୁର ବଡ଼କୁଟ୍ରୁ ସ୍ବାସ୍ଥ୍ୟ ଉପକେନ୍ଦ୍ରକୁ ଯଥା କ୍ରମେ ୪୦,୦୦୦ ଟଙ୍କା, ୨୦,୦୦୦ ଟଙ୍କା ଓ ୧୦,୦୦୦ ଟଙ୍କା ରାଶି ପୁରସ୍କାର ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସାର୍ଟିଫିକେଟ୍ ଓ ଟ୍ରଫି ପ୍ରଦାନ କରିଥିଲେ । ସେଭଳି ଏମ୍.ଆଇ.ଏସ କ୍ୟ।ମ୍ପେନ୍ ରେ କେସିଙ୍ଗା, ମ.ରାମପୁର, ଭବାନୀପାଟଣା ପ୍ରଥମ,ଦ୍ଵିତୀୟ ଓ ତୃତୀୟ ପୁରସ୍କ।ର ପ୍ରାପ୍ତ କରିଥିଲେ । ପରିବାର ନିୟନ୍ତ୍ରଣରେ ଉଲ୍ଲେଖନୀୟ କାର୍ଯ୍ୟ ହେତୁ ଡ଼ଃ ସଦାନନ୍ଦ ପାଣିଗ୍ରାହୀ, ସର୍ଜରୀ କ୍ଷେତ୍ରରେ ଡ଼ଃ ଭଗବାନ୍ ପଣ୍ଡା, ଉତ୍ତମ ସ୍ୱାସ୍ଥ୍ୟ କର୍ମୀ ଭାବେ ମାଲିଗୁଡା ସ୍ବାସ୍ଥ୍ୟକେନ୍ଦ୍ରର ଡ଼ଃ ଅଜିତ୍ ରାଉତ, ମନିକେର। ସ୍ବାସ୍ଥ୍ୟ କେନ୍ଦ୍ରର ରବିଚନ୍ଦ୍ର ଧରୁଆ, ବର୍ଚି ଗ୍ରାମ, କଲମପୁର ସି.ଏଚ.ସି କସ୍ତୁରୀ ଛତ୍ରିଆ, ଉଳିକୁପା ର ବାଲମତି ଶବର, ଘୋଡ।ବନ୍ଧ ର ଲାଲ୍ ଦେଈ ଦାସ ପ୍ରମୁଖ ପୁରସ୍କାର ଓ ସାର୍ଟିଫିକେଟ ଗ୍ରହଣ କରିଥିଲେ। ମହିଳା ଆରୋଗ୍ୟ ସମିତି ( ସହରାଞ୍ଚଳ ବସ୍ତି) ରେ ଭବାନୀପାଟଣା ମ୍ୟୁନିସିପାଲଟି ଅନ୍ତର୍ଗତ ୧୯ ଟି ୱାର୍ଡ ଦାୟିତ୍ଵ ରେ ଥିବା ଏନ୍.ଏ.ଏମ୍ ଙ୍କୁ ୩୦୦୦ ଟଙ୍କା ରାଶି ପୁରସ୍କାର ସହ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା । ଗାଁ କଲ୍ୟାଣ ସମିତି ଅନ୍ତର୍ଗତ ସୁସ୍ଥ ଗାଁ ପୁରସ୍କାର ଭାବେ କେସିଙ୍ଗାର ବେଲାମ।ଲ୍, ଲାଞ୍ଜିଗଡ଼ର ମହେଶ୍ୱରପୁର, ଏମ୍. ରାମପୁର ର ଦେଉଳିଶୁଲିଆ, ଭବାନୀପାଟଣାର କରା ଟିକିଲି, ଜୁନାଗଡ଼ର ବନିମୋରା, ଥୁଆ ମୁଲ ରାମପୁର ର ଶ୍ରିମସ୍କା, ପରର୍ଲା ର ବୋକ୍ରାକୋଟା, କଲମପୁର ର ଟେମରା, ଗୋଲାମୁଣ୍ଡା ର ଲକୁର୍ ଭଟା, ନର୍ଲାର ଶ୍ରିପୁର, ଜୟପାଟଣା ର ଗୁନଗୁନିଆ, କର୍ଲାମୁଣ୍ଡାର ସିଲେଟ ପଡ଼ା ଗାଁ କଲ୍ୟାଣ ସମିତି ପ୍ରତ୍ୟେକ ୧୦,୦୦୦ ଟଙ୍କା ସହ ସାର୍ଟିଫିକେଟ ଗ୍ରହଣ କରିଥିଲେ। ସେଭଳି ଜିଲ୍ଲା ସ୍ତରୀୟ ଆଶା ପୁରସ୍କାର ରୂପେ ଏମ୍. ରାମପୁର ଓ କଲମପୁର ର ଲବଣୀ ସାହୁ ଏବଂ କସ୍ତୁରୀ ଛତ୍ରିଆ ପ୍ରଥମ, କର୍ଲମୁଣ୍ଡାର ନମିତା ସାହୁ ଦ୍ଵିତୀୟ ଏବଂ ଲାଞ୍ଜିଗଡ଼ ର ପଙ୍କଜିନି ବଣୁଆ ତୃତୀୟ ରୂପେ ପୁରସ୍କାର ଲାଭ କରିଥିଲେ ।

ସୂଚନାଯୋଗ୍ୟ ଯେ,ସ୍ବାସ୍ଥ୍ୟ ସେବାରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ଡାକ୍ତର ସଦାନନ୍ଦ ପାଣିଗ୍ରାହୀ ଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। 

କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ସରକାରୀ ଚିକିତ୍ସାଳୟରେ ଅବସ୍ଥାପିତ ଡାକ୍ତର ସଦାନନ୍ଦ ପାଣିଗ୍ରାହୀ ନିଜର ୨୬ ବର୍ଷ ଚାକିରୀ କାଳ ମଧ୍ୟରେ ୩୦ ହଜାର ମହିଳା ଙ୍କୁ ସଫଳ ବନ୍ଧ୍ୟାକରଣ ଅସ୍ତ୍ରୋପଚାର କରି ଏକ ଇତିହାସ ସୃଷ୍ଟି କରି ଥିବାରୁ ପୂର୍ବରୁ ତାଙ୍କ ନାମ “ଇଣ୍ଡିଆ ବୁକ ଅଫ ରେକର୍ଡସ୍” ରେ ଦର୍ଜ ହୋଇଛି।

ଏଭଳି ନିରବଚ୍ଛିନ୍ନ ସେବା କାର୍ଯ୍ୟରେ ସଫଳତା ପାଇଁ ସେ ଥରେ ଜାତୀୟ ସ୍ତରରେ ସମ୍ବର୍ଦ୍ଧିତ ହୋଇଥିବା ବେଳେ ରାଜ୍ୟ ସ୍ତରରେ ସାତଥର ଓ ଜିଲ୍ଲା ସ୍ତରରେ ପାଞ୍ଚଥର ସମ୍ବର୍ଦ୍ଧିତ ହୋଇଛନ୍ତି।ତାଙ୍କର ଏହି ସେବା କାର୍ଯ୍ୟ ପାଇଁ ୨୦୧୪ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଥିଲେ।ଡାକ୍ତର ପାଣିଗ୍ରାହୀଙ୍କୁ ନିକଟରେ ନୂଆଦିଲ୍ଲୀ ସ୍ଥିତ ଇଣ୍ଡିଆ ଇଣ୍ଟରନେସେନାଲ ଫ୍ରେଣ୍ଡସିପ ସୋସାଇଟି ପକ୍ଷରୁ ଭାରତ ଜ୍ୟୋତି ସଂମ୍ମାନ ପ୍ରଦାନ କରାଯାଇଥିଲା ବେଳେ କଳାହାଣ୍ଡିର ଅଗ୍ରଣୀ ସ୍ବେଚ୍ଛାସେବୀ ସଂସ୍ଥା ମହାବୀର ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଚଳିତ ବର୍ଷ ତାଙ୍କୁ କୃତି ସନ୍ତାନ ଭାବେ ସମ୍ବର୍ଦ୍ଧିତ କରାଯାଇଛି।

ଏଠାରେ ସୁଚନା ଯୋଗ୍ୟ ଯେ, କିଛିଦିନ ତଳେ ଡାକ୍ତର ପାଣିଗ୍ରାହୀ ନିଜେ ୨୪୬ଗୋଟି ଦେଶର ୨୨୩୯ ଗୋଟି ମୁଦ୍ରା ସଂଗ୍ରହ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏନେଇ ଗତ ଅକ୍ଟୋବର ୮ତାରିଖ ଦିନ “ଇଣ୍ଡିଆ ବୁକ ଅଫ ରେକର୍ଡସ୍”ରେ ତାଙ୍କ ନାମ ସ୍ଥାନିତ ହୋଇଅଛି।

ଦୁଇଥର ତାଙ୍କ ନାମ “ଇଣ୍ଡିଆ ବୁକ ଅଫ ରେକର୍ଡସ୍”ରେ ସ୍ଥାନିତ ହୋଇ ଜିଲ୍ଲାରେ ସେ ଏକ ଇତିହାସ ସୃଷ୍ଟି କରିଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ରାଇରଙ୍ଗପୁର ରଥଯାତ୍ରା-୨୦୨୩ କମିଟିର ଅଧ୍ୟକ୍ଷ ଭାବେ ଅଭିଷେକ ପଟ୍ଟନାୟକ ମନୋନୀତ

Sunil Chandra Nayak

ଇଫୁନା ଓ ଉଫୁନା ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ -୨୦୨୫ ପାଳିତ

masiha

ବଡ଼ ଜାମବିଲା ଛକ ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଜଣେ ମୃତ ଦୁଇ ଗୁରୁତର ଆହତ , ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

Sunil Chandra Nayak

Leave a Comment

error: Content is protected !!