ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଞ୍ଚଳିକ ଓଡିଶା ଇତିହାସ କଂଗ୍ରେସ ଅଧିବେଶନ:୨୦୨୩ ଅନୁଷ୍ଠିତ

ରାଉରକେଲା/ ସେକ୍ଟର ୪ ସ୍ଥିତ ରାଉରକେଲା କଲେଜ, ରାଉରକେଲା ର ଇତିହାସ ବିଭାଗର ଆନୁକୂଲ୍ୟରେ ଆଞ୍ଚଳିକ ଓଡିଶା ଇତିହାସ କଂଗ୍ରେସ ଅଧିବେଶନ ୨୦୨୩ ର ଓଡିଶା ଜନଜାତିଙ୍କ ସାଂସ୍କୃତିକ ଜୀବନ: ସେମାନଙ୍କ କଳା ଓ କାରିଗରି ବିଦ୍ୟା,ଏକ ଅବଲୋକନ ସଂପର୍କରେ ଆଲୋଚନାଚକ୍ର ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରଫେସର ସୁଜାତା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ ସରକାରୀ ମହିଳା ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡଃ ଗୌରୀଶଙ୍କର ପଟେଲ ମୁଖ୍ୟଅତିଥି, ଓଡ଼ିଶା ଇତିହାସ କଂଗ୍ରେସର ପ୍ରାକ୍ତନ ସଭାପତି ପ୍ରଫେସର ଡଃ ପ୍ରଫୁଲ୍ଲ କୁମାର ମହାନ୍ତି ମୁଖ୍ୟବକ୍ତା ଓ ସ୍ବତନ୍ତ୍ର ଅତିଥି ଭାବେ ଓଡିଶା ଇତିହାସ କଂଗ୍ରେସ ର ସଭାପତି ଡଃ ହରିହର ପଣ୍ଡା, ସଂପାଦକ ଡଃ ସୁବାସ ଚନ୍ଦ୍ର ବାରିକ ପ୍ରମୁଖ ଯୋଗଦେଇ ଆଲୋଚ୍ୟ ବିଷୟ ସଂପର୍କରେ ଆଲୋଚନା କରିଥିଲେ । ମହାବିଦ୍ୟାଳୟର ଇତିହାସ ବିଭାଗର ଅଧ୍ୟାପକ ତରଣୀ ନାୟକଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥିମାନେ ସେମାନଙ୍କ ବକ୍ତବ୍ଯ ରେ କହିଲେ ଯେ ଓଡିଶାର ଜନଜାତି ମାନଙ୍କର ସାଂସ୍କୃତିକ ଜୀବନ ତଥା ସେମାନଙ୍କ କଳା କାରିଗରି ବିଦ୍ୟା ବେଶ ସମୃଦ୍ଧ । ମାତ୍ର କେତୋଟି କାରଣ ପାଇଁ ସେମାନଙ୍କ ଏହି କାରିଗରି ଲୋକଲୋଚନକୁ ଆସି ପାରୁନାହିଁ । ଯଦିଓ ସଂପ୍ରତି ଏହା ପ୍ରତି ଦୃଷ୍ଟିଭଙ୍ଗୀ ବଦଳିଛି ତେବେ ଏ ସଂପର୍କରେ ଅଧିକ ଆଲୋଚନା ପର୍ଯ୍ୟାଲୋଚନା ର ଆବଶ୍ୟକତା ରହିଛି । ଏଥିପାଇଁ ସେମାନଙ୍କ ଜନଜୀବନକୁ ଠିକ୍ ଭାବେ ଅନୁଧ୍ୟାନ କରି ପୁସ୍ତକ ପ୍ରକାଶ କରାଗଲେ ତାହା ବ୍ୟାପକ ହୋଇପାରନ୍ତା । ଏହି ଅବସରରେ ଜନଜାତି ବ୍ୟବହାର କରୁଥିବା ବିଭିନ୍ନ ଅଳଙ୍କାର, ସାମଗ୍ରୀ, ଅସ୍ତ୍ରଶସ୍ତ୍ର ଆଦି ପ୍ରଦର୍ଶନ କରାଯାଇଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ଟେକ୍ନିକାଲ୍ ସେସନ ରେ ଡଃ ପ୍ରମିଳା ମିଶ୍ର ଅଧ୍ୟକ୍ଷତା କରିଥିବା ବେଳେ ହୃଷିକେଶ ରାୟ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡଃ ବିରଞ୍ଚି ନାରାୟଣ ପାଣିଗ୍ରାହୀ କାର୍ଯ୍ୟକ୍ରମର ସଫଳତା ଓ ଗାନ୍ଧି ମହାବିଦ୍ୟାଳୟର ପ୍ରଫେସର ଡଃ ଯାଜ୍ଞସେନୀ ଛତ୍ରିଆ ପ୍ରୋଜେକ୍ଟର ମାଧ୍ୟମରେ ଭୂୟାଁ ଜାତିର ସଂସ୍କୃତି, ଚଳଣି ଓ ଜନଜୀବନ ସଂପର୍କରେ ଆଲୋଚନା କରିଥିଲେ । ଶେଷରେ ମହାବିଦ୍ୟାଳୟ ଇତିହାସ ବିଭାଗର ଅଧ୍ୟାପିକା ସ୍ବାତିସ୍ମିତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାରମ୍ଭରେ ଅଧ୍ୟକ୍ଷା ପ୍ରଫେସର ପ୍ରଧାନ ସ୍ବାଗତ ଭାଷଣ ସହ କାର୍ଯ୍ୟକ୍ରମ ସଂପର୍କରେ ଓ ସଂଯୋଜକ ଶ୍ରୀନାୟକ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମ ପରିଚାଳନାରେ ଅଧ୍ୟାପିକା ମୌସୁମୀ ଦାସ, ଶର୍ମିଷ୍ଠା ସିଂହ, ସୁଚିସ୍ମିତା ପ୍ରଧାନ, ଅନାମିକା କୁଲୁ, ରାଜଦୀପ ସୋରେଙ୍ଗ, ଡଃ ମମତା ନାୟକ, ଭାରତୀ ବରୱା ଙ୍କ ସହ ବିଭିନ୍ନ ବିଭାଗର ଅଧ୍ୟାପକ ଅଧ୍ୟାପିକା ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । ଛାତ୍ରୀ ଗୀତା ମୁଣ୍ଡାରୀ, ସୁଜାତା ଟୁଡୁ, ପୂଜା ସାହା , ସ୍ନେହା କୁମାରୀ ଓ ସୁଶ୍ରୀ ଅଞ୍ଜିଲା ପ୍ରମୁଖ ସ୍ବାଗତ ସଂଗୀତ ଗାନ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଅଲ୍‌ ଓଡିଶା ଅଙ୍ଗନଓ୍ବାଡି ମହିଳା ଓ୍ବାର୍କର ଆସୋସିଏସନ୍‌ର ବୈଠକ 

Sunil Chandra Nayak

ପୁରୀରେ ଓଡିଶା ସର୍ଭିସ ସେଣ୍ଟର ଫର ଦି ଦିବ୍ୟାଙ୍ଗ ପିପୁଲସ ଓ ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥାନର ମିଳିତ ଆନୁକୂଲ୍ୟରେ ସାଂସ୍କୃତିକ ଓ ଆଲୋଚନା ଚକ୍ର କାର୍ଯ୍ୟକ୍ରମ ଉଦଘାଟିତ

Sunil Chandra Nayak

ସଦର ଥାନା ଅଧିକାରୀଙ୍କୁ ଭେଟିଲା ରାଷ୍ଟ୍ରୀୟ ପତ୍ରକାର ସଂଘ 

masiha

Leave a Comment

error: Content is protected !!