ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅର୍ପିତା ମଲ୍ଲିକଙ୍କୁ ମିଳିଲା ପୁରସ୍କାର

ବାଲେଶ୍ଵର,୨୮/୦୨/୨୩- ମୋ ଅନୁଷ୍ଠାନ ସାହିତ୍ୟ ସଂସଦ ଫେସବୁକ୍ ଗୃପ୍ ଦ୍ବାରା ଅନୁଷ୍ଠିତ ହୋଇଥିବା ଦ୍ବିତୀୟ ପର୍ଯ୍ଯାୟ ରାଜ୍ୟ ସ୍ତରୀୟ ଫଟୋ ପ୍ରତିଯୋଗିତାର ଫଳାଫଳ ନିକଟରେ ପ୍ରକାଶ ଯାଇଛି । ଏହି ପ୍ରତିଯୋଗିତାରେ ରାଜ୍ଯ ତଥା ରାଜ୍ୟ ବାହାରେ ବସବାସ କରୁଥିବା ଆଗ୍ରହୀ ସାହିତ୍ୟ ବନ୍ଧୁ ମାନେ ଅଂଶ ଗ୍ରହଣ କରିଥିଲେ । ସେଥିମଧ୍ୟରୁ ଅର୍ପିତା ମଲ୍ଲିକ, ଜଗତସିଂହପୁରଙ୍କୁ ମିଳିଛି ପ୍ରଥମ ସ୍ଥାନ । ଯିଏକି ବର୍ତ୍ତମାନ ସୁଦୂର ବାଙ୍ଗାଲୋରରେ ଏବେ କାର୍ଯ୍ୟରତ ଅଛନ୍ତି । ସେହିପରି ଯାଜ୍ଞସେନୀ ପଣ୍ଡାଙ୍କୁ ଦ୍ବିତୀୟ ଓ ଅନ୍ନପୂର୍ଣ୍ଣା ସାହୁଙ୍କୁ ତୃତୀୟ ସ୍ଥାନ ମିଳିଛି । ସମସ୍ତଙ୍କ ଫଟୋ ଗୁଡିକୁ ସମୀକ୍ଷା କରିଥିଲେ ସରସ୍ୱତୀ ପଣ୍ଡା, ଯାଜପୁର ଏବଂ ତାନଶ୍ରୀ ପାଣିଗ୍ରାହୀ, ବାଲେଶ୍ଵର । ଏହି ଫଳାଫଳରେ ମୁଗ୍ଧ ହୋଇ ବାଲେଶ୍ଵର ଜିଲ୍ଲା ଔପଦା ବ୍ଲକ ଫତେପୁର ପଞ୍ଚାୟତ ଡିମିରିଚୁଆ ଗ୍ରାମର ସମାଜସେବୀ ସରସ୍ୱତୀ ମାଝୀ ପ୍ରଥମ ସ୍ଥାନ ଅଧିକାର କରିଥିବା ଅର୍ପିତା ମଲ୍ଲିକଙ୍କୁ ପୁରସ୍କାର ସ୍ବରୂପ ୨ ଶହ ଟଙ୍କା ଅର୍ଥରାଶି ପ୍ରଦାନ କରିଛନ୍ତି । ଉକ୍ତ ପୁରସ୍କାର ରାଶି ଫୋନ ପେ କିମ୍ବା ଗୁଗୁଲି ପେ ମାଧ୍ୟମରେ ପଠାଇ ଦିଆଯିବ । ତେଣୁ ଶ୍ରୀମତୀ ମଲ୍ଲିକଙ୍କୁ ଅନୁରୋଧ ଯଥାଶୀଘ୍ର ନମ୍ବର ସମ୍ପାଦକ ନରେନ୍ଦ୍ର ପ୍ରସାଦ ନିକଟଙ୍କୁ ପଠାନ୍ତୁ । ପ୍ରକାଶ ଥାଉକି ଜଣେ ପ୍ରଥମ ସ୍ଥାନ ଅଧିକାର କଲାପରେ ପରବର୍ତ୍ତୀ ପର୍ଯ୍ଯାୟରେ ଭାଗନେଇ ପାରନ୍ତି ହେଲେ କୌଣସି ସ୍ଥାନ ମିଳିବ ନାହିଁ । ଫଟୋ ପ୍ରତିଯୋଗିତାରେ ଯେଉଁମାନେ ପ୍ରଥମ ସ୍ଥାନ ଅଧିକାର କରୁଛନ୍ତି ସେମାନଙ୍କୁ ଚଳିତ ବର୍ଷ ଡିସେମ୍ବର ମାସ ୨୭ ତାରିଖ ବାର୍ଷିକ ଉତ୍ସବରେ ମଞ୍ଚାସୀନ ଅତିଥି ମାନଙ୍କ ଦ୍ବାରା ସ୍ବତନ୍ତ୍ର ସମ୍ମାନରେ ସମ୍ମାନିତ କରାଯିବ । ଏଥିସହିତ ଅନ୍ୟ ମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯିବ । 

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ତୁଜୁଙ୍ଗ ଗ୍ରାମ ରେ ୫୬ତମ ଶ୍ରୀରାମଲୀଳା ମହୋତ୍ସବ ତଥା ସୀତା ବିବାହ ସମ୍ପନ୍ନ

Sunil Chandra Nayak

ବିଦ୍ୟୁତ ଟ୍ରାନ୍ସଫର୍ମର ସଂସ୍ପର୍ଶରେ ଆସି ଅଜଣା ବ୍ୟକ୍ତିଙ୍କ ମୃତୁ 

masiha

କଳାହାଣ୍ଡି ଓକିଲ ସଙ୍ଘ ନିର୍ବାଚନ,ସନ୍ତୋଷ ପଣ୍ଡା ସଭାପତି

Sunil Chandra Nayak

Leave a Comment

error: Content is protected !!