ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶିଷ୍ଟ କଥାକାର ପଦ୍ମଭୂଷଣ ମନୋଜ ଦାସ ସ୍ମାରକୀ ଆଲୋଚନାଚକ୍ର ଅନୁଷ୍ଠିତ

ରାଉରକେଲା/ ସ୍ଥାନୀୟ ସେକ୍ଟର -୫ ସ୍ଥିତ ଶ୍ରୀଅରବିନ୍ଦ ଯୋଗମନ୍ଦିର ଆନୁକୂଲ୍ୟରେ ଅlନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ କଥାକାର ପଦ୍ମଭୂଷଣ ମନୋଜ ଦାସଙ୍କ ୮୯ତମ ଜୟନ୍ତୀ ପାଳନ ଉପଲକ୍ଷେ “ଚେତନାର ଉତ୍ତରଣ -ମନୋଜ ଦାସଙ୍କ କଥା ସାହିତ୍ୟ ର ଏକ ଆକଳନ “ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ମାତୃ ଯନ୍ତ୍ର ସଙ୍ଗୀତ ସହ ନୀରବତା ଅବଲମ୍ବନ ତଥl ଶ୍ରୀଅରବିନ୍ଦ କୃତ “ସାବିତ୍ରୀ,” ପଠନରୁ। ଯାହାକୁ ପାଠ କରିଥିଲେ ଅରୂପ ସୁବୁଦ୍ଧି। ଶ୍ରୀଅରବିନ୍ଦ ଯୋଗମନ୍ଦିର ର ସଭାପତି ଡକ୍ଟର ଜ୍ୟୋତ୍ସ୍ନା ପଟ୍ଟନାୟକ ସ୍ୱାଗତ ଭାଷଣ ଦେଇଥିଲା ବେଳେ, ଯୋଗମନ୍ଦିର ର ସମ୍ପାଦକ ଡାକ୍ତର ପ୍ରଶାନ୍ତ ପାତ୍ର ଏ କାର୍ଯ୍ୟକ୍ରମ ବିଷୟରେ ପ୍ରାକ ସୂଚନା ଦେଇଥିଲେ। ଏହି ଆଲୋଚନା କୁ ବରେଣ୍ୟ ବକ୍ତା ଭାବେ ଯୋଗଦାନ କରିଥିଲେ ବରଗଡ଼ ପଞ୍ଚlୟତ କଲେଜର ଇଂରାଜୀ ପ୍ରାଧ୍ୟାପକ ଡକ୍ଟର ଚିତ୍ତରଞ୍ଜନ ସାହୁ। ସେ ନିଜ ବକ୍ତବ୍ୟ ରେ ମନୋଜ ଦାସଙ୍କୁ ଭାରତ ମାତାର ଜଣେ ସଚ୍ଚା ସେବକ ତଥା ସାହିତ୍ୟ ଜଗତର ଜଣେ ବ୍ରହ୍ମା ବୋଲି ମତ ବ୍ୟକ୍ତ କରିବା ସହ ତାଙ୍କ କାଳଜୟୀ କୃତୀ ଲକ୍ଷ୍ମୀର ଅଭିସାର, ଶେଷବସନ୍ତର ଚିଠି, ବ୍ୟାଘ୍ରାରୋହଣ, ସାତ ଜଣ ପ୍ରବୀଣ ଆଦି ଗଳ୍ପ ର ଉଦାହରଣ ଦେଇ ସେ ଗଳ୍ପର ଚରିତ୍ର ମାନଙ୍କର କିପରି ଚେତନା ର ଉତ୍ତରଣ ଘଟିଥିଲା ତାହା ପ୍ରକାଶ କରିଥିଲେ । ଅହଂ ର ଆମୂଳ ଚୂଳ ପରିବର୍ତ୍ତନ ବିନା ଚେତନାର ବିବର୍ତ୍ତନ ହୋଇପାରେନାହିଁ। ମନୋଜ ଦାସ ଙ୍କ ସାହିତ୍ୟ ଭଳି ଉଚ୍ଚlଙ୍ଗ ସାହିତ୍ୟ ମାଧ୍ୟମରେ ଚେତନାର ବିଭିନ୍ନ ସ୍ତରଅତିକ୍ରମ କରି ଆମେ କିପରି ଆମଚେତନା ର ଉତ୍ତରଣ ଦିଗରେ ଅଗ୍ରସର ହୋଇ ପlରିବା ତାହା ସେ ପ୍ରକାଶ କରିବା ସହ ତାଙ୍କ ଉଚ୍ଚାରଣ ଓ ଆଚରଣ ଭିତରେ ଥିବା ସମତା ଉପରେ ଗୁରୁତ୍ତ୍ୱlରୋପ କରିଥିଲେ ।ଡଃ କିଶୋରୀ ଦାଶ ଏ ଆଲୋଚନା କୁ ସଂଚାଳନ କରିବା ସହ ଏହାର ନିର୍ଯାସ ଉପସ୍ଥାପନ କରିଥିଲାବେଳେ, ଏ ସହରର ବିଶିଷ୍ଟ କବି ମୀନକେତନ ପଶlୟତ ମନୋଜ ଦାସଙ୍କ ଉଦ୍ଦେଶ୍ୟରେ ଏକ କବିତା ପାଠ କରିଥିଲେ ଓ ଅଞ୍ଜଳି ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ଶ୍ରାଅରବିନ୍ଦ ସ୍କୁଲର ଅଧ୍ୟକ୍ଷ ଗୋଦାବରୀଶ ପଢ଼ିଆରୀ, ଶୁଭ୍ରାଂଶୁ ଶେଖର ପରିଡା , ଚିତ୍ତରଞ୍ଜନ ନନ୍ଦୀ,ରଂଜିତ ଦାଶ, ନଳିନୀ ପ୍ରଭା ପଟ୍ଟନାୟକ, ଡକ୍ଟର ରାଜ୍ୟବର୍ଦ୍ଧନ ପଟ୍ଟନାୟକ,କଳ୍ପନା ଚୌଧୁରୀ, ସୌମ୍ୟ ପାଣିଗ୍ରାହୀ, ରୋହିତାଂଶୁ ବାରିକ, ସ୍ୱପ୍ନା ଘୋଷ,ଅରୁନ୍ଧତୀ ନନ୍ଦୀ,ଭାଗ୍ୟଲତା ସେଠି ଯୋଗମlୟl,ସ୍ୱପ୍ନା ମିଶ୍ର, ଲକ୍ଷ୍ମଣ ନାଥ ଦାସ, ଡା କୃପାସିନ୍ଧୁ ନାୟକ ପ୍ରମୁଖ ଏହି କାର୍ଯ୍ୟକ୍ରମ କୁ ସଫଳ କରିବାରେ ସାହାଯ୍ୟ କରିଥିଲେ।ଏହି କାର୍ଯ୍ୟକ୍ରମରେ ସହରର ବହୁ ବିଶିଷ୍ଟ ବ୍ୟକ୍ତି ଓ ଅନୁଷ୍ଠାନ ର ପ୍ରତିନିଧି ମାନେ ଯୋଗଦାନ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ନବରଙ୍ଗପୁର ଠାରେ କବି ଶ୍ରୀ ଜୟଦେବ ଙ୍କ ଜନ୍ମ ଜୟନ୍ତୀ ପାଳନ 

masiha

ବ୍ଲକ ଓ ଏନଏସି ସ୍ତରୀୟ ଡା,ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ ସମାରୋହରେ ପାଳିତ

Sunil Chandra Nayak

ସମାଜସେବୀ ଦ୍ୱାରା ଡାଳିମ୍ବଦେଇ ମହାବିଦ୍ୟାଳୟ କୁ ଭିବିନ୍ନ ଉପକରଣ ବଣ୍ଟନ 

masiha

Leave a Comment

error: Content is protected !!