ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଯୁକ୍ତ ଦୁଇ ପରୀକ୍ଷା ମେଧା ବିଦ୍ୟାର୍ଥୀ କୁମାରୀ ଅନନ୍ୟା ପ୍ରଧାନଙ୍କ ସଫଳତା 

ଯୁକ୍ତ ଦୁଇ ପରୀକ୍ଷା ମେଧା ବିଦ୍ୟାର୍ଥୀ କୁମାରୀ ଅନନ୍ୟା ପ୍ରଧାନଙ୍କ ସଫଳତା 

କଟକ : ଅତାବିରା ବ୍ଲକ ଅନ୍ତର୍ଗତ କୁଲିତା ଟୁକୁରା ଗ୍ରାମର କୁମାରୀ ଅନନ୍ୟା ପ୍ରଧାନ ସଦ୍ୟ ପ୍ରକାଶିତ ଯୁକ୍ତ ଦୁଇ ପରୀକ୍ଷା ଫଳାଫଳରେ ବିଜ୍ଞାନରେ ସର୍ବମୋଟ ୫୩୬ ମାର୍କ ଆଣି ଅଞ୍ଚଳର ଗୌରବ ପାଲଟିଛନ୍ତି । କୁମାରୀ ଅନନ୍ୟା ପଧାନ ବରିଷ୍ଠ ଗଣିତ ଶିକ୍ଷକ ଶ୍ରୀ ଅଶ୍ବିନୀ ପଧାନ ଓ ଶ୍ରୀମତୀ ପୁଷ୍ପାଞ୍ଜଳି ପଧାନଙ୍କ ଝିଅ ଅଟନ୍ତି । ସେ କମଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟାୟନରତ ଥିଲେ । ନିୟମିତ ଭାବେ ଶୃଙ୍ଖଳିତ ପାଠ ପଢ଼ା ସାଙ୍ଗେ ସାଙ୍ଗେ ପିତାମାତା ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ସମସ୍ତ ଅଧ୍ୟାପକ ଅଧ୍ୟାପିକାଙ୍କ ଉଚିତ ମାର୍ଗଦର୍ଶନକୁ ପାଥେୟ କରି ସେ ଏପରି ସଫଳତା ହାସଲ କରିଥିବା ଅନନ୍ୟା କୁହନ୍ତି । ତାଙ୍କ ଇଂରାଜୀ ବିଷୟରେ ଶତ ପ୍ରତିଶତ ମାର୍କ ଆଣିବା ବିଷୟରେ ପଚାରିବାରୁ ଇଂରାଜୀ ଭାଷା ପ୍ରତି ତାଙ୍କ ଅତ୍ୟଧିକ ରୁଚି ଥିବା କଥା ସେ କହିଥିଲେ । ତାଙ୍କ ଆଗାମୀ ଭବିଷ୍ୟତ ଉଜ୍ଜ୍ବଳମୟ ହେଉ ଏହା ହିଁ ଈଶ୍ବରଙ୍କ ଠାରେ ପ୍ରାର୍ଥନା ।

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ପ୍ରାକ୍ତନ ଶିକ୍ଷକ କାଶୀନାଥ ମିଶ୍ରଙ୍କ ଉଦ୍ଦେଶ୍ୟରେ ସ୍ମୃତିଚାରଣ ସଭା ଅନୁଷ୍ଠିତ 

masiha

ବେବର୍ତ୍ତା କାଟେଣୀରେ ଅଭିଶପ୍ତ ଜୀବନ କାଟୁଛନ୍ତି ଜୁଆଙ୍ଗସାହି ବାସିନ୍ଦା 

Sunil Chandra Nayak

ଜଗନ୍ନାଥ ସେବା ସମିତି ପକ୍ଷରୁ କଳାହାଣ୍ଡି ସାଂସଦଙ୍କ ଦ୍ୱାରା ଗରିବ ବୃଦ୍ଧା ଙ୍କୁ କମ୍ବଳ ବଣ୍ଟନ

Sunil Chandra Nayak

Leave a Comment

error: Content is protected !!