ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କ୍ଷେତ ଓ ଗ୍ରାମୀଣ ଶ୍ରମିକ ୟୁନିୟନ ଏକାଦଶ ରାଜ୍ୟ ସମ୍ମିଳନୀ ଉପଲକ୍ଷେ ଖାଦ୍ୟ, କାମ, ବାସଗୃହ ଓ ସାମାଜିକ ନିରାପତ୍ତା ଦାବିରେ ଲାଲ୍ ପଟୁଆର

କ୍ଷେତ ଓ ଗ୍ରାମୀଣ ଶ୍ରମିକ ୟୁନିୟନ ଏକାଦଶ ରାଜ୍ୟ ସମ୍ମିଳନୀ ଉପଲକ୍ଷେ ଖାଦ୍ୟ, କାମ, ବାସଗୃହ ଓ ସାମାଜିକ ନିରାପତ୍ତା ଦାବିରେ ଲାଲ୍ ପଟୁଆର

ଜଳେଶ୍ଵର,୨୪/୫-(ମନିସ)-କ୍ଷେତ ଓ ଗ୍ରାମୀଣ ଶ୍ରମିକ ୟୁନିୟନର ଏକାଦଶ ରାଜ୍ୟ ସମ୍ମିଳନୀ ଉପଲକ୍ଷେ ଗତ କାଲି ଅପରାହ୍ନରେ ଜଳେଶ୍ଵର ଡାକବଙ୍ଗଳା ଠାରୁ ହଜାର ହଜାର ଲୋକଙ୍କର ଏକ ଲାଲ ପଟୁଆର ବାହାରି ନୂଆବଜାର ସ୍ଥିତ ମାଉସୀମା ମନ୍ଦିର ସାମ୍ନାରେ ଥିବା ରାସ୍ତା ହେବାକୁ ଥିବା ସାଧାରଣ ସଭା ମଞ୍ଚ ନିକଟରେ ସମବେତ ହୋଇଥିଲେ। ସବୁଠି ଆଜି ହାହାକାର।କାମ ନାହିଁ କି ନିଯୁକ୍ତି ନାହିଁ। କ୍ଷେତରେ ମାତ୍ର ତିନି ମାସ କାମ ମିଳେ।ତାହା ବି ଅତ୍ୟନ୍ତ କମ୍ ମଜୁରୀରେ। ବର୍ଷର ଅବଶିଷ୍ଟ ନଅ ମାସ ଆଦୌ କାମ ମିଳେନା। ମହାତ୍ମାଗାନ୍ଧୀ ଗ୍ରାମୀଣ ନିଶ୍ଚିତ ନିଯୁକ୍ତି ଯୋଜନା ଥିବା ଯୋଗୁଁ ଗ୍ରାମାଞ୍ଚଳର ଲୋକମାନେ କିଛି କାମ ପାଉଥିଲେ।ତାହା ଉଠିଗଲା ପରେ ଦାଦନ ଯିବା ବ୍ୟତୀତ ଅନ୍ୟ ଗତି ନାହିଁ। ଅଧିକାଂଶ ଗ୍ରାମୀଣ ଶ୍ରମିକ ଯେଉଁମାନେ କ୍ଷେତରେ କାମ କରୁଥିଲେ ସେମାନେ ଆଜି ଭାଗଚାଷୀ। କିନ୍ତୁ ବିଡ଼ମ୍ବନା ହେଉଛିvଯେ ଏହି ଚାଷୀମାନେ ଉତ୍ପାଦନ କରୁଥିବା ଫସଲକୁ ସରକାରୀ ଦରରେ ବିକ୍ରି କରିବାର ସୁଯୋଗ ନାହିଁ। ସରକାର ଏମାନଙ୍କ ଠାରୁ ଧାନ କିଣନ୍ତି ନାହିଁ। କୃଷକ, ଶ୍ରମିକ,ମୂଲିଆ , ଅସ୍ଥାୟୀ ଓ ସ୍ଥାୟୀ କର୍ମଚାରୀ,ଯୁବକ, ଯୁବତୀ ଛାତ୍ର ସମସ୍ତଙ୍କ ଉପରେ ଆକ୍ରମଣ ଚାଲିଛି। ଦରଦାମ ବୃଦ୍ଧିରେ ଅତିଷ୍ଠ ଜନସାଧାରଣ। ଏ ସମସ୍ତ ଜନ ବିରୋଧୀ ନୀତିକୁ ବିରୋଧ କରି ସମସ୍ତଙ୍କୁ କାମ,ସମାନ କାମକୁ ସମାନ ମଜୁରୀ, ମାସିକ ବାର୍ଦ୍ଧକ୍ୟ ଭତ୍ତା ୫୦୦୦ଟଙ୍କା, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପିଛା ପାଞ୍ଚ ଲକ୍ଷ ଟଙ୍କା,୩୦୦ୟୁନିଟ ବିଜୁଳି ଛାଡ଼, ଭୂମି ହୀନଙ୍କୁ ଘର ଡିହ ପଟ୍ଟା ଯୋଗାଇବା ଆଦି ଦାବିରେ ଏହି ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା।କ୍ଷେତ ମଜଦୂର ୟୁନିୟନର କେନ୍ଦ୍ରୀୟ କମିଟି ସଦସ୍ୟ ଶିଶିର ହୁଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସାଧାରଣ ସଭାରେ ସର୍ବ ଭାରତୀୟ ସାଧାରଣ ସମ୍ପାଦକ ବି ଭେଙ୍କଟ କୃଷକ ଓ ଶ୍ରମିକର ଏକତା ଉପରେ ଗୁରୁତ୍ୱ ଦେଇ କହିଥିଲେ ଯେ ଏହି ଦେଶରେ ଏକମାତ୍ର ଲାଲ୍ ଝଣ୍ଡା ହିଁ ଜାତି,ଧର୍ମ,ବର୍ଣ୍ଣ ନିର୍ବିଶେଷରେ ସମସ୍ତ ଗରିବ ମଣିଷଙ୍କ ପାଇଁ ଲଢ଼େଇ କରୁଛି। ଏହି ଲଢ଼େଇକୁ ଆହୁରି ଆଗକୁ ନେବାକୁ ପଡିବ।ଏଥିପାଇଁ ସମସ୍ତଙ୍କୁ ଏକତ୍ରିତ କରିବାକୁ ସେ ଆହ୍ୱାନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସର୍ବ ଭାରତୀୟ ଉପସଭାପତି ତୁଷାର ଘୋଷ, ବିଶିଷ୍ଟ ବାମପନ୍ଥୀ ନେତା ଓ ସ୍ତମ୍ଭକାର ସନ୍ତୋଷ ଦାସ,କେନ୍ଦ୍ରୀୟ କମିଟି ସଭ୍ୟ ହିମାଂଶୁ ଦାସ, ରାଜ୍ୟ ସମ୍ପାଦକ ନିର୍ମଳ ନାୟକ, ସଭାପତି ବିକର୍ତ୍ତନ କବି, କୃଷକ ସଭାର ରାଜ୍ୟ ସଭାପତି ସୀତାଂଶୁ ସେନାପତି, ସମ୍ପାଦକ ଯମେଶ୍ବର ସାମନ୍ତରାୟ, କ୍ଷେତ ମଜଦୂର ୟୁନିୟନର ଉପ ସଭାପତି ପ୍ରଫୁଲ୍ଲ ପାଢ଼ୀ,ଜିଲ୍ଲା ସମ୍ପାଦକ ଦୀପ୍ତିମାନ ଆଚାର୍ଯ୍ୟ,ସିପିଏମର ଆଞ୍ଚଳିକ କମିଟି ସମ୍ପାଦକ ଅକ୍ଷୟ କୁମାର ମିଶ୍ର ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ। ଅଭ୍ୟର୍ଥନା କମିଟିର ସଭାପତି ଦିଲ୍ଲୀପ କୁମାର ଗିରି ଜଳେଶ୍ଵର ବାସୀଙ୍କୁ ଶୁଭେଚ୍ଛା ଓ ହାର୍ଦ୍ଦିକ ଅଭିନନ୍ଦନ ଜଣାଇ ସମସ୍ତଙ୍କର ସହଯୋଗ ଓ ସମର୍ଥନ ପାଇଁ ଧନ୍ୟବାଦ ଜଣାଇଥିବା ବେଳେ ଶିକ୍ଷକ ସଂଘ ଓଷ୍ଟାର ଜିଲ୍ଲା ସଭାପତି ମନୋରଞ୍ଜନ ଦାସ ଅତିଥିମାନଙ୍କୁ ମଞ୍ଚକୁ ଆହ୍ବାନ କରିଥିଲେ। ଆଜିର ଲାଲ ପଟୁଆରର ନେତୃତ୍ୱ ପଲ୍ଟୁ ଦାସ, ଦିଲ୍ଲୀପ ପରିଡ଼ା, ସୁଶାନ୍ତ ରାଉତ, ରାଜୀବ ପଣ୍ଡା, ସବିତା ଭୂୟାଁ, ଧନଞ୍ଜୟ ପଲାଇ, ବଙ୍କିମ ଦାସ, ଧୀରେନ୍ଦ୍ର ଦେ ଓ ଶୁକଦେବ ନେଇଥିଲେ। ଆଜିର ସଭା ମଞ୍ଚକୁ ୧୯୬୮ ମସିହା ଖାଦ୍ୟ ଆନ୍ଦୋଳନରେ ପୋଲିସ ଗୁଳିରେ ଶହୀଦ ହୋଇଥିବା ଶିବ-ସାଧୁଙ୍କ ନାମରେ ନାମିତ କରାଯାଇଥିବା ବେଳେ ଏହି ସମୟରେ ଆନ୍ଦୋଳନକୁ ଆଗେଇ ନେବାରେ ଯେଉଁମାନେ ସହଯୋଗର ହାତ ବଢ଼ାଇଥିଲେ ସେମାନଙ୍କ ମଧ୍ୟରୁ ଇନ୍ଦୁମତୀ ନନ୍ଦୀ ଓ ବାବୁଲାଲ ବାରିକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ସୁକୁମାର ରଣା ଙ୍କ ରିପୋର୍ଟ୍ 

Related posts

ସାମଜିକ ସଂଗଠନ ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ମେଧାବୀ ସମ୍ବର୍ଧନା ପ୍ରଦାନ 

ଢେଙ୍କାନାଳ ଜିଲ୍ଲାସ୍ତରୀୟ ଶିକ୍ଷା କନ୍ ଭେନ୍ ସନ୍ -୨୦୨୬ ଅନୁଷ୍ଠିତ 

Sunil Chandra Nayak

ହନୁମାନଙ୍କ ମନ୍ଦିରରେ ପୂଜାର୍ଚ୍ଚନାରେ ଯୋଗଦାନ କଲେ ସମାଜସେବୀ 

Sunil Chandra Nayak

Leave a Comment

error: Content is protected !!