ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମା ମାଟିଆ ମଙ୍ଗଳା ଙ୍କ ପୀଠରେ ଗୋମାତା ପୂଜା ଓ ହରିହାଟ ଦେଖିବା ପାଇଁ ଭକ୍ତଙ୍କ ଲାଗିଲା ଭିଡ଼ 

ମା ମାଟିଆ ମଙ୍ଗଳା ଙ୍କ ପୀଠରେ ଗୋମାତା ପୂଜା ଓ ହରିହାଟ ଦେଖିବା ପାଇଁ ଭକ୍ତଙ୍କ ଲାଗିଲା ଭିଡ଼ 

ରାଜନଗର,12.04.2024: ଓଡ଼ିଶାର ଶକ୍ତି ପୀଠ ମଧ୍ୟରେ ଅନ୍ୟତମ ଶକ୍ତିପୀଠ ହେଉଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକର ବାର ଗାଁରରେ ଅବସ୍ଥିତ ମା ମାଟିଆ ମଙ୍ଗଳାଙ୍କ ପୀଠ। ପ୍ରତେକ ବର୍ଷ ବୈଶାଖ ମାସର ପଣା ସଂକ୍ରାନ୍ତି ଦିନ ପାଳନ ହୁଏ ମାଙ୍କର ପଣା ପର୍ବ। ଏଥିପୂର୍ବରୁ ପୂର୍ବ ବିଧି ମୁତାବକ ମାଙ୍କ ପୀଠରେ ସାତ ଦିନ ଧରି ଶ୍ରୀମଦ୍ ଭାଗବତ ମହାପୁରାଣ ସପ୍ତା ଓ ଶେଷ ଦିନ ସନ୍ଧ୍ୟାରେ ଅନୁଷ୍ଠିତ ହୁଏ ହରିହାଟ। ହେଲ ଚଳିତ ବର୍ଷ ଏହି ମାଙ୍ଗଳିକ କାର୍ଯ୍ୟକୁ ଆହୁରି ଧର୍ମପରାୟଣ କରିବାକୁ ଗୋମାତା ପୂଜା ସହ ସନ୍ଧ୍ୟାରେ ନାମସଂକୀର୍ତ୍ତନ, ଭଜନକୀର୍ତ୍ତନ ଓ ହରିହାଟ ପୂଜାର୍ଚ୍ଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ମାଙ୍ଗଳିକ କାର୍ଯ୍ୟକ୍ରମକୁ ଦେଖିବା ପାଇଁ ଦୂରଦୂରାନ୍ତରୁ ଆସିଥିବା ହଜାର ହଜାର ଭକ୍ତ ମାନେ କାର୍ଯ୍ୟକ୍ରମରେ ଭାଗନେବା ସହ ଆନନ୍ଦବଜାରରେ ପ୍ରସାଦ ସେବନ କରି କାର୍ଯ୍ୟକ୍ରମ ଟିକୁ ଉପଭୋଗ କରିଥିଲେ। ମା ମାଟିଆ ମଙ୍ଗଳା ଉନ୍ନୟନ କମିଟି ପକ୍ଷରୁ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମ ଟିକୁ ବିଶେଷ କରି କମିଟିର ସଭ୍ୟ ବିଚିତ୍ର ବିଶ୍ୱାଳ, ଗଦାଧର ରାଉତ, ହେମନ୍ତ ମିଶ୍ର, ଚନ୍ଦ୍ରଚନ୍ଦନ ମିଶ୍ର ପ୍ରମୁଖ ପରିଚାଳନା କରିଥିବା ବେଳେ ବରିଷ୍ଠ ସଭ୍ୟ ରତ୍ନାକର ବିଶ୍ୱାଳ, ଘନଶ୍ୟାମ ପ୍ରଧାନ, ସନ୍ୟାସୀ ରାଉଳ, ଶ୍ରୀଧର ପ୍ରସାଦ ରାଉତ, ଅନ୍ତଚରଣ ରାଉତ, ଯଶୋବନ୍ତ ରାଉତ, ପରୀକ୍ଷିତ ସୁତାର, ବଳରାମ ମହାନ୍ତି, ଧୃବ ଚରଣ ମହାନ୍ତି, ଅଜୟ କୁମାର ପାତ୍ର, ନିମାଇଁ ଚରଣ ରାଉତ, ଅଜାମ୍ବର ଦାସ, ପ୍ରଭାତ କୁମାର ରାଉତଙ୍କ ସମେତ ସମସ୍ତ ସଭ୍ୟବୃନ୍ଦ ଓ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ପୂର୍ଣ୍ଣସହଯୋଗ କରିଥିଲେ। ଆଉ ମାତ୍ର ଦିନକ ପରେ ମହାବିଷୁବ ପଣାସଂକ୍ରାନ୍ତି ଓ ମା ଙ୍କ ପଣାପର୍ବ ସେଥିପାଇଁ ଚଳଚଞ୍ଚଳ ହୋଇଉଠୁଛି ସମୂହ ବାର ଗାଁ ଅଞ୍ଚଳ । ପଣା ସଂକ୍ରାନ୍ତି ଦିନ ମା ଙ୍କୁ ଦର୍ଶନ କରିବାକୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କର ଗହଳି ହେଉଥିବା ବେଳେ ଲୋକଙ୍କ ମନରଞ୍ଜନ ପାଇଁ ପ୍ରତି ବର୍ଷ ବିଭିନ୍ନ ଅପେରା କରନ୍ତି ଯାତ୍ରା ପରିବେଷଣ। ଚଳିତ ବର୍ଷ ଲୋକଙ୍କ ମନରଞ୍ଜନ ପାଇଁ ଦୁଇଟି ଅପେରା ଚକଲେଟ୍ ରଙ୍ଗମଞ୍ଚ ଓ ଯାତ୍ରା ଇନ୍ଦ୍ରଭୁବନ ଯାତ୍ରା ପରିବେଷଣ କରିବାକୁ ଥିବା ବେଳେ, ଏହି ଯାତ୍ରା କୁ ଶୃଙ୍ଖଳାର ସହିତ ସମାପନ କରିବାକୁ ସ୍ଥାନୀୟ ପୋଲିସ ପ୍ରଶାସନ ସହ ରାଜନଗର ବ୍ଲକ ର ଆପଦ ମିତ୍ର ସ୍ବେଛାସେବୀ ଓ ସମ୍ପୃକ୍ତ ମାଆ ମାଟିଆ ମଙ୍ଗଳା ଉନୟନ କମିଟି ଓ ପକ୍ଷରୁ ଲକ୍ଷ ରଖାଯାଇଛି।

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!!!

Related posts

ଚିଲିଗୁଡା ରେ ମା ଠାକୁରାଣୀଙ୍କ ଦଶହରା ଓ ଦୁର୍ଗାପୂଜା ସମ୍ପନ୍ନ 

masiha

ତପନ ମାଝୀ ଶିଶୁ ଶ୍ରମିକ ବିଦ୍ୟାଳୟ ରେ ପଢି ଆଜି ଓ ଇ ଏସ ପରୀକ୍ଷାରେ ସଫଳତା  

ଘୁଞ୍ଚିଲା ଲ୍ୟାମ୍ପସ ଏମଡି ଙ୍କ ତଦନ୍ତ ତାରିଖ 

masiha

Leave a Comment

error: Content is protected !!