ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲକ୍ଷ୍ମୀପୁର ଠାରେ ବାବାସାହେବ ଡଃ ଭୀମରାଓ ଆମ୍ବେଦକରଙ୍କ ୧୩୩ ତମ ଜନ୍ମ ଜୟନ୍ତି ପାଳନ ଅବସରରେ ପୁସ୍ତକ ଉନ୍ମୋଚନ 

ଲକ୍ଷ୍ମୀପୁର ଠାରେ ବାବାସାହେବ ଡଃ ଭୀମରାଓ ଆମ୍ବେଦକରଙ୍କ ୧୩୩ ତମ ଜନ୍ମ ଜୟନ୍ତି ପାଳନ ଅବସରରେ ପୁସ୍ତକ ଉନ୍ମୋଚନ 

ଲକ୍ଷ୍ମୀପୁର ସଦର ମହକୁମା ଠାରେ ଥିବା ଭାରତ ରତ୍ନ ଡଃ ଭୀମରାଓ ଆମ୍ବେଦକରଙ୍କ ଷ୍ଠେଚୁ ନିକଟରେ ୧୩୩ ତମ ଜନ୍ମ ଜୟନ୍ତି ପାଳନ ଅବସରରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ନାରାୟଣ ସାରଙ୍କ ଦ୍ଵାରା ଲେଖା ଯାଇଥିବା ଆମ୍ବେଦକରଙ୍କ ଜୀବନୀ ଉପରେ ଲେଖା ଏକ ପୁସ୍ତକ ଉନ୍ମୋଚନ ହୋଇଯାଇଛି। ଏଥିରେ କୋରାପୁଟ ବିଜେଡି ଦଳର ସାଂସଦ ପ୍ରାର୍ଥୀନୀ ଶ୍ରୀମତୀ କୌଶଲ୍ୟା ହିକକା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ବରିଷ୍ଠ ନାଗରିକ ବଳଭଦ୍ର ଖରା ଯୋଗଦେଇ ବାବାସାହେବଙ୍କ ଆତ୍ମା ଜୀବନୀ ଉପରେ ଟୀପଣୀ ଦେଇ ସେ କହିଥିଲେ କି ଆମ୍ବେଦକର ମହାରାଷ୍ଟ୍ରରେ ଏକ ଗରୀବ ଦଳିତ ପରିବାରରେ ଜନ୍ମ ନେଇଥିଲେ କିନ୍ତୁ ଆମ ଦେଶରେ ଜାତି ପ୍ରଥାରେ ଆମ ଦଳିତ ବର୍ଗର ଲୋକେ ବହୁତ୍ ଅନ୍ୟାୟ ଅତ୍ୟାଚାର ଶୋଷଣ ହେଉଥିଲେ। ସେହି ସମୟ ଆମ୍ବେଦକର ବିଦେଶରେ ପାଠ ପଢି ଆମ ଦେଶକୁ ଫେରିଥିଲେ ଏହି ସମୟରେ ଭାରତରେ ଅହିଂସା ଆନ୍ଦୋଳନ ଚାଳିଥାଏ ଇଂରାଜୀ ମାନେ ଦେଶ ଛାଡ଼ି ଚାଲିଯିବା ପ୍ରୟାସ ଚାଲିଥାଏ ଏହି ସମୟରେ ୧୯୪୬ ମସିହାରେ ଆମ୍ବେଦକର ନେତୃତ୍ବରେ ସାତ ଜଣିଆ କମିଟି ଗଠନ କରି ଭାରତ ସ୍ଵାଧିନତା ହେବା ପରେ ସରକାର ଓ ଏ ଦେଶ ଶାସନ କରିବା ନିମନ୍ତେ ଆଇନ୍ ତିଆରି କରିବାକୁ ଦାୟିତ୍ବ ଦେଇଥିବାରୁ ସଠିକ ଭାବ ଆଇନ୍ ତିଆରି କରି ସେ ଭାରତର ପ୍ରଥମ ଆଇନ୍ ମନ୍ତ୍ରୀ ମଧ୍ୟ ହୋଇଥିଲେ ବୋଲି ମୁଖ୍ୟ ବକ୍ତା ବଳଭଦ୍ର ଖରା କହିଥିଲେ। ଏପରିକି ଆମ ଆଦିବାସୀ ଓ ଦଳିତ ବର୍ଗର ଲୋକମାନଙ୍କ ପାଇଁ ସଂଗ୍ରକ୍ଷଣ ବ୍ୟବସ୍ଥା ତିଆରି ହୋଇଥିବାରୁ ଆମ ବର୍ଗର ପିଲାଛୁଆ ମାନେ ଅଫିସର ଏପରିକି ନେତା ମନ୍ତ୍ରୀ ମଧ୍ୟ ହୋଇ ପାରୁଛନ୍ତି ବୋଲି ଶ୍ରୀ ଖରା ପରି ପ୍ରକାଶ କରିଥିଲେ। ଏହି ସମୟରେ ଲକ୍ଷ୍ମୀପୁର ଆମ୍ବେଦକର ପ୍ରତିମୂର୍ତ୍ତି ପ୍ରତିଷ୍ଠାତା ତଥା ଅବସରପ୍ରାପ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରବୀନ୍ଦ୍ର ନାଥ ଖୋସ୍ଲା, ମୋନୋଜ କୁମାର ସାହୁ ଆବାହକ ତଥା ଆୟୋଜକ ଶିକ୍ଷକ ଲାବାଣ୍ୟ ହାଲବା, ସ୍କୁଲ ଛାତ୍ରଛାତ୍ରୀ ଓ ଦର୍ଶକ ପ୍ରମୁଖ ଉପସ୍ଥିତ ଥିଲେ।

ଗୌରୀ ଶଙ୍କର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଗଞ୍ଜାମ ପଞ୍ଚାୟତ ସମିତିର ନବମ ସାଧାରଣ ଅଧିବେଶନ ଅନୁଷ୍ଠିତ  ,ଗ୍ରାମାଞ୍ଚଳ ଜଳ ସେଚନ ଓ ଅନ୍ୟାନ୍ୟ ସମସ୍ୟାର ତ୍ୱରିତ ସମାଧାନ ଉପରେ ଗୁରୁତ୍ୱାରୋପ 

ଗୁଣପୁରରେ ଜିଲ୍ଲାପାଳ, ରାୟଗଡଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର

masiha

ବର୍ଷା ଋତୁ କବିଙ୍କୁ କରେ ସୃଜନ ମନସ୍କ…..

Sunil Chandra Nayak

Leave a Comment

error: Content is protected !!