ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଜେପି ମହିଳା ମୋର୍ଚ୍ଚା ତରଫରୁ ନାରୀ ଶକ୍ତି ବନ୍ଦନ ଯାତ୍ରା

ବିଜେପି ମହିଳା ମୋର୍ଚ୍ଚା ତରଫରୁ ନାରୀ ଶକ୍ତି ବନ୍ଦନ ଯାତ୍ରା 

ମୟୂରଭଞ୍ଜ -୪/୦୩ ( ମସିହା)ଆଜି ବିଶ୍ୱ ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ରେ ପଶ୍ଚିମ ମୟୂରଭଞ୍ଜ ଜିଲ୍ଲାର ମହିଳା ବିଜେପି ମୋର୍ଚା ସଭାନେତ୍ରୀ ସୁଶ୍ରୀ ସୋନାଲି ମହାନ୍ତଙ୍କ ନେତୃତ୍ୱରେ ସ୍ଥାନୀୟ ମାଉସୀମା ମନ୍ଦିର ଛକଠାରୁ ଜଗନ୍ନାଥ ମନ୍ଦିର ପର୍ଯ୍ଯନ୍ତ ବିଜେପି ମହିଳାମାନେ ଏକ ବିଶାଳ ନାରୀଶକ୍ତି ଵନ୍ଦନ ପଦଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଯଶ୍ବଷୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମହିଳା ମାନଙ୍କୁ ଆର୍ଥିକ, ସାମାଜିକ, ରାଜନୈତିକ ପ୍ରତିଟି କ୍ଷେତ୍ରରେ ଅଗ୍ରାଧିକାର ଦେଇଛନ୍ତି । ମହିଳାମାନଙ୍କ ପାଇଁ ପାର୍ଲିଆମେଣ୍ଟରେ ଶତକଡା ୩୩ ଭାଗ ଆସନ ସଂରକ୍ଷିତ ପାଇଁ ପଦକ୍ଷେପ ନେଇଛନ୍ତି । ମହିଳା ମାନଙ୍କ ପାଇଁ ବହୁବିଧ ଯୋଜନା, ସୁକନ୍ୟା ଯୋଜନା,ଲକ୍ଷପତି ଦିଦି,ଉଜ୍ବଳଆ ଯୋଜନା, ମହିଳାମାନଙ୍କ ପାଇଁ ସୁବିଧା ରେ ଋଣ ନେବା,ଵେଟି ପଢାଓ ବେଟି ବଂଚାଅ,ସ୍ବଛ ଭାରତ ଯୋଜନା ଭଳି ବହୁ ଯୁଗାନ୍ତକାରୀ ଯୋଜନା,ମହିଳାସୁରକ୍ଷା ପାଇଁ କଠୋର ଆଇନ କରିଛନ୍ତି । ତେଣୁ କରି ବିଜେପି ମହିଳାମାନେ ଯଶ୍ବଷୀ ପ୍ରଧାନମନ୍ତ୍ରୀଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜ୍ଞାପନ କରିବା ସହ ତାଙ୍କ ନେତୃତ୍ଵରେ ଭାରତ ଆଗକୁ ବଢୁ ବୋଲି ପ୍ରାର୍ଥନା କରିଛନ୍ତି ।ଏହି କାର୍ଯ୍ୟକ୍ରମରେ ମିନତୀ ବସା,କଳ୍ପନା ମହାନ୍ତ, ମିଥିଳା ଟୁଡୁ,ନିରୁପମା ସୋରେନ,ରଣଜିତା ମହାନ୍ତ,ମଂଜୁଲତା ଗିରିଙ୍କୁ ସମେତ,ରାଜ୍ୟ ବିଜେପି ସଂପାଦକ ନବୀନ ରାମ,ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ,ସାରସକଣା ପୂର୍ବତନ ବିଧାୟକ ଭାଦବ ହାଁସଦା, ସଂଜୀବ ମହାନ୍ତି,ମନୋଜ ଦାସ, ବରୁଣ ଦେ,ବିକାଶ ମହାନ୍ତ ଏବଂ ଅନ୍ୟ ବହୁ ମହିଳା ବିଜେପି ସାମିଲ ହୋଇଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ବାଲିଗୁଡାରେ ସ୍ୱାଭିମାନ ଦିବସ ପାଳିତ

Sunil Chandra Nayak

ବର ଘରୁ ବାହାରି ଗ୍ରାମ ରେ ବାଜା ବାଣ କରି ଯିବା ବେଳେ ଅଘଟଣ ,ଲୋକଙ୍କୁ ମାଡି ଗଲା ବରକୁ ନେଇ ଯିବାକୁ ଥିବା କାର , ୧୦ ଗୁରୁତର ୧ ମୃତ

Sunil Chandra Nayak

ଓଡ଼ିଆ ଭାଷା ବିକାଶ ମଞ୍ଚର ଗାନ୍ଧୀ ଜୟନ୍ତୀ ପାଳନ

masiha

Leave a Comment

error: Content is protected !!