ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବସ୍ତା ବିଦ୍ୟୁତ୍ ଡିଭିଜନ ରେ ଲାଇନ୍ ମ୍ୟାନ ଦିବସ ପାଳିତ

ବସ୍ତା ବିଦ୍ୟୁତ୍ ଡିଭିଜନ ରେ ଲାଇନ୍ ମ୍ୟାନ ଦିବସ ପାଳିତ

ବସ୍ତା.୦୪/୦୩: ବସ୍ତା ବିଦ୍ୟୁତ୍ ଡିଭିଜନ ରେ ଆଜି ଲାଇନ୍ ମ୍ୟାନ ଦିବସ ପାଳିତ ହୋଇଯାଇଛି। ଏହି ଲାଇନ୍ ମ୍ୟାନ ଦିବସ ବସ୍ତା ଡିଭିଜନ ପକ୍ଷରୁ ତିନି ବର୍ଷଧରି ପାଳିତ ହୋଇଆସୁଥିବା ବେଳେ ଆଜି ବସ୍ତା ଡିଭିଜନ କାର୍ଯ୍ୟାଳୟ ରେ ପାଳିତ ହୋଇଯାଇଛି। ଏହି ଲାଇନ୍ ମ୍ୟାନ ଦିବସରେ ମୁଖ୍ୟ ଅତିଥି ଭାବେ ଜିଏମ ଅପରେସନ ଶରତ ଚନ୍ଦ୍ର ମହାଳିକ ଉପସ୍ଥିତ ରହି ଲାଇନ୍ ମ୍ୟାନ ମାନଙ୍କ କାର୍ଯ୍ୟ ସୁରକ୍ଷା ଗ୍ରାହକଙ୍କୁ ଉତ୍ତମ ବ୍ୟବହାର ସହିତ ଉତ୍ତମ ସେବା କିଭଳି ଯୋଗାଇଦେବା ସେସମ୍ପର୍କରେ ମତବ୍ୟକ୍ତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଡିଯିଏମ୍ ମାଲଞ୍ଛ ଘୋଷ, ଏଯିଏମ୍ କ୍ରୀଷ୍ଣା ଦାସ ବସ୍ତା ଡିଭିଜନ ଯନ୍ତ୍ରୀ ରୁଦ୍ର ନାରାୟଣ ରଥ ପ୍ରମୁଖ ଉପସ୍ଥିତ ଥିଲେ। ବୈଠକ ଶେଷରେ ଉନ୍ନତ ମାନ ସେବା ଓ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ବିଭିନ୍ନ ଅଞ୍ଚଳର ଲାଇନ୍ ମ୍ୟାନ ମାନଙ୍କୁ ଟାଟା ପକ୍ଷରୁ ପୁରସ୍କୃତ କରାଯାଇଥିଲା।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

Shyamala Subarna Agro Honoured with Yuva Prativa Samman – 2025.

masiha

ଜିଲ୍ଲାପାଳ,ରାୟଗଡ଼ଙ୍କ କାଶୀପୁର ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ 

masiha

ଲୌହ ମାନବ ସର୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ରାଇରଙ୍ଗପୁରରେ ଏକତା ଦୌଡ

Sunil Chandra Nayak

Leave a Comment

error: Content is protected !!