ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ନର୍ଲା ବ୍ଲକ୍ ଭାନପୁର ପଞ୍ଚାୟତ ଅଧିନ ରାକ୍ସି ଓ ଶ୍ରୀପୁର ମଧ୍ୟରେ ପ୍ରବାହିତ ହେଉଥିବା ସାନ୍ଦୁଲ୍ ନଦୀରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ନର୍ଲା ବ୍ଲକ୍ ଭାନପୁର ପଞ୍ଚାୟତ ଅଧିନ ରାକ୍ସି ଓ ଶ୍ରୀପୁର ମଧ୍ୟରେ ପ୍ରବାହିତ ହେଉଥିବା ସାନ୍ଦୁଲ୍ ନଦୀରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ରୁପ୍ରା, ୪/୩ (ମନିସ) : କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଭାନପୁର ଗ୍ରାମ ପଞ୍ଚାୟତ ଅଧିନ ରାକ୍ସି ଓ ଗିଗିନା ଗ୍ରାମପଞ୍ଚାୟତ  ଅଧିନ ଶ୍ରୀପୁର ଗ୍ରାମ ମଧ୍ୟରେ ପ୍ରବାହିତ ହେଉଥିବା ସାନ୍ଦୁଲ ନଦୀର କଦମ ଦୋରୋ ଠାରେ ପାଣିରେ  ମୁହଁମାଡି ପଡିରହିଥିବା ମୃତଦେହକୁ ନର୍ଲା ପୁଲିସ୍ ଉଦ୍ଧାର କରିଛି। ସୋମବାର ସକାଳେ କିଛି ଗାଈ ଚରାଲି ନଦୀର ପାଣି ଭିତରେ ପଚି ଯାଇଥିବା ଏକ ମୃତ ଶରୀର ଦେଖିବା ପରେ ଘଟଣା ସମ୍ପର୍କରେ ସ୍ଥାନୀୟ ଲୋକେ ଜାଣିବାକୁ ପାଇଥିଲେ । ସ୍ଥାନୀୟ ଲୋକେ ପ୍ରଥମେ ପଲମ ଫାଣ୍ଡିକୁ ଜଣାଇଥିଲେ। ପଲମ ଫାଣ୍ଡି ଅଧିକାରୀ ଶ୍ରୀ ଅକ୍ଷୟ ପ୍ରସାଦ ପଟ୍ଟନାୟକ ଘଟଣାସ୍ଥଳରେ ପହଞ୍ଚିବା ପରେ ଦେଖିବାକୁ ପାଇଲେଯେ ଶବ ପଡ଼ିଥିବା ଅଞ୍ଚଳ ନର୍ଲା ଥାନା ଅଧୀନରେ ଯାଉଥିବାରୁ ନର୍ଲା ଥାନାକୁ ଜଣାଇଥିଲେ। ସାମାନ୍ୟ ବିଳମ୍ବରେ ନର୍ଲା ପୁଲିସ୍ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିବା ସହ ଉକ୍ତ ଶବକୁ ଉଦ୍ଧାର କରିଥିଲେ। ଇନଭେଷ୍ଟିଗେସନ ଅଫିସର୍ (ଅନୁସନ୍ଧାନ କାରି) ଭାବରେ ନର୍ଲା ଥାନାର ଏଏସ୍ଆଇ ଶ୍ରୀ ମଳୟ ରଣାଙ୍କ ସହ କର୍ମଚାରୀ ଉକ୍ତ ଶବକୁ ଜବତ୍ କରିବା ସହିତ ଭବାନୀପାଟଣାକୁ ନେଇଥିଲେ। ଶବ ଚିହ୍ନଟ ହୋଇନଥିବାରୁ ୭୨ଘଣ୍ଟା ପର୍ଯ୍ୟନ୍ତ ଫ୍ରିଜର୍ ରେ ରଖାଯିବ ବୋଲି ସୂଚନା ପ୍ରଦାନ କରିଥିଲେ, ନହେଲେ ନିୟମାନୁଯାୟୀ ଶବ ବ୍ୟବଚ୍ଛେଦ ପରେ ସତ୍କାର କରାଯିବ ବୋଲି କହିଥିଲେ। ତେବେ ଏହା ହତ୍ୟା ନା ଆତ୍ମହତ୍ୟା ଶବ ବ୍ୟବଚ୍ଛେଦ ପରେ ସତ୍ୟାସତ୍ୟ ଜଣାପଡିବ ବୋଲି ନର୍ଲା ପୁଲିସ କହିଛି। 

ରିପୋର୍ଟ :-ଅଜୟ କୁମାର ସେନାପତି

Related posts

ମେଡ଼ିସିନ ଷ୍ଟୋର ରୁ ସଟର ତାଲା ଭାଙ୍ଗି ଚୋରୀ ଘଟଣାରେ ଦୁଇ ପେଶାଦାର ଅପରାଧୀ ଗିରଫ : ନଗଦ ଟଙ୍କା ସହ ବିଭିନ୍ନ ସାମଗ୍ରୀ ଜବତ 

masiha

କେନ୍ଦ୍ର ସରକାର ର ନାମ ନେଇ ଦୋକାନୀମାନଙ୍କ ଠାରୁ ବେନିୟମ ଟଙ୍କା ଅସୁଲି !!

Sunil Chandra Nayak

ମହିଳାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

masiha

Leave a Comment

error: Content is protected !!