ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ତିରିଂ ତହସିଲ ! ରାମବେଡା ନଦୀଘାଟରୁ ପଡୋଶୀ ଝାଡଖଣ୍ଡକୁ ଦିନରାତି ବେଧଡକ ଚୋରା ବାଲି ଚାଲାଣ ନେଇ ଗ୍ରାମବାସୀଙ୍କ ଉପଜିଲ୍ଲାପାଳଙ୍କ ଦ୍ବାରସ୍ଥ

 ମୟୂରଭଞ୍ଜ -୨୩/୫ (ମସିହା)ଦିନକୁ ଦିନ ଚୋରା ବାଲି ମାଫିଆଙ୍କ ପ୍ରାଦୁର୍ଭାବ ହୁ ହୁ ହୋଇ ବଢି ଚାଲିଛି । ଦିବାରାତ୍ର ପ୍ରଶାସନ ଓ ପୋଲିସ ଜଣାତରେ ଚୋରା ବାଲି ଚାଲାଣ ବାହାର ରାଜ୍ୟକୁ ଭାରିଯାନ ଦ୍ବାରା ବେଧଡକ ଭାବେ ହେଉଥିବା ଅଭିଯୋଗ ହେଉଛି । ସୂଚନାଯୋଗ୍ୟ ବାଲି ଏବେ ଧଳା ହୀରା ହୋଇଛି ।ସୁନା ମିଳି ଯାଉଛି ବାଲି ମିଳୁନାହିଁ । ନିର୍ମାଣ ଯୁଗରେ ବାଲିର ଚାହିଦା ବଢି ଚାଲିଛି । ମୟୂରଭଞ୍ଜ ଜିଲ୍ଲାର ସିମାନ୍ତ ତିରିଂ ତହସିଲ ଅଧିନସ୍ଥ ରାମଵେଡା ରାଜସ୍ବ ଗ୍ରାମ ସନ୍ନିକଟ ରାମବେଡା ନଦୀଘାଟର ବାଲି ଉତ୍ତୋଳନ ପାଇଁ ଚଳିତ ବର୍ଷ ନିଲାମ ହୋଇନାହିଁ ।ଯାହାର ସୁଯୋଗ ନେଇଛନ୍ତି ଆନ୍ତଃ ରାଜ୍ୟ ବାଲି ମାଫିଆ ରାକେଟ ।ପ୍ରଶାସନ ଜାଣିଶୁଣି ନୀରବ ଦ୍ରଷ୍ଟା ଚାଲିଛି । ରାତିସାରା ଭାରିଯାନ ଦ୍ଵାରା ବାହାର ରାଜ୍ୟକୁ ବାଲି ଚୋରା ଚାଲାଣ କରାଯାଉଛି ।ବାଲି ଚୋରା ଚାଲାଣ ଦ୍ବାରା ସରକାରଙ୍କର କୋଟି କୋଟି ଟଙ୍କାର ରାଜସ୍ବ କ୍ଷତି ହେଉଛି । ଅନ୍ଧାରି ରାତିରେ ଭାରିଯାନ ଦ୍ବାରା ବାଲି ଚୋରା ଚାଲାଣ ଯୋଗୁଁ ରାସ୍ତାଘାଟ ନଷ୍ଟ,ଧନ ଜୀବନ କ୍ଷୟକ୍ଷତି ,ଛୋଟ ବଡ଼ ଦୁର୍ଘଟଣା ଘଟିବା ,ଗ୍ରାମବାସୀଙ୍କ କାନ୍ଥରେ ଭାଇବ୍ରେସନ ଯୋଗୁଁ ନଷ୍ଟ ହେଉଛି । ଗ୍ରାମବାସୀମାନେ ଅଭିଯୋଗ କଲେ ମାଫିଆମାନେ ଗ୍ରାମବାସୀଙ୍କ ଙ୍କୁ ଧମକ ଚମକ ଦେଉଛନ୍ତି । ଗ୍ରାମବାସୀମାନେ ଭୟଭୀତ ଅବସ୍ଥାରେ ଅଛନ୍ତି । ଏହାକୁ ନେଇ ରାମଵେଡା ଗ୍ରାମବାସୀମାନେ ତିରିଂ ତହସିଲଦାର ଚାରୁଲତା ସିଂଙ୍କୁ ଲିଖିତ ଦାବିପତ୍ର ପ୍ରଦାନ କଲେ ମଧ୍ୟ କିଛି ସୁଫଳ ନ‌ ମିଳିବାରୁ ଆଜି ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉପଜିଲ୍ଲାପାଳ ଶ୍ରୀ ସରୋଜ ଦାସଙ୍କୁ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି ।ଲଘୁଖଣିଜ ଦ୍ରବ୍ୟ ଚୋରା ଚାଲାଣ ରୋକିବା ଉପରେ ଅଙ୍କୁଶ ଲଗାଇବା ସହ ମାଫିଆମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉପରେ ଅନୁରୋଧ କରିଥିଲେ । ଉପଜିଲ୍ଲାପାଳ ଶ୍ରୀ ସରୋଜ ଦାସ ଏହାଉପରେ ବିହିତ ପଦକ୍ଷେପ ନେବେ ବୋଲି କହିଥିଲେ । ଦାବିପତ୍ର ପ୍ରଦାନ ସମୟରେ ମୟୂରଭଞ୍ଜ ଜିଲ୍ଲାର କଂଗ୍ରେସ ଦଳିତ ସେଲ ସଭାପତି ଭାଗିରଥି ପାତ୍ର,ରାମଵେଡା ଗ୍ରାମର ସମାଜସେବୀ ମୁରୁମ କାଲୁଣ୍ଡିଆ,ମାନସିଂହ କାଲୁଣ୍ଡିଆ, କୃଷ୍ଣଚନ୍ଦ୍ର କାଲୁଣ୍ଡିଆ ଙ୍କ ସମେତ ଗ୍ରାମବାସୀମାନେ ଉପସ୍ଥିତ ଥିଲେ । ଆଗକୁ ଯଦି ବେଧଡକ ଚୋରା ବାଲି ଚାଲାଣ ବନ୍ଦ ନ ହୁଏ ତାହାହେଲେ ଆଗାମୀ ଦିନରେ ରାସ୍ତା ଅବରୋଧ କରିବାକୁ ବାଧ୍ୟ ହେବେ ବୋଲି ଗ୍ରାମବାସୀ ଗଣମାଧ୍ୟମକୁ କହିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଦୁଇଟି ମଟର ସାଇକେଲ ସହ ଗଞ୍ଜେଇ ଚାଲାଣ ବେଳେ ଜବତ: ଘଟଣା ସ୍ଥଳରୁ ୧୦ ଚାଲାଣ କାରୀ ଚମ୍ପଟ 

Sunil Chandra Nayak

ଶଶୁର ଘରେ ଜ୍ୱାଇଁର ସନ୍ଦେହ ଜନକ ମୃତ୍ୟୁ, ଥାନାରେ ଏତଲା

Sunil Chandra Nayak

ଜମି ଲିଜ କୁ କେନ୍ଦ୍ରକରି ଟାଙ୍ଗିଆ ରେ ଆକ୍ରମଣ ,୩ ଅଭିଯୁକ୍ତ କୋର୍ଟ ଚାଲାଣ 

masiha

Leave a Comment

error: Content is protected !!